Categories: ଫୁରସତ

ବିବାହ କରିନାହାନ୍ତି କି ଗର୍ଭବତୀ ନାହାନ୍ତି ଏହି ଯୁବତୀ, ମାତ୍ର ପିଲାଙ୍କ ଡ୍ରେସ୍‌ରେ ଭର୍ତ୍ତି କରିଛନ୍ତି ଆଲମାରି

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ନିଜସ୍ବ ସଉକ୍‌ ମଧ୍ୟ ଅଲଗା ଅଲଗା। କିଛି ଲୋକ ରାଜକୀୟ ଢଙ୍ଗରେ ଜୀବନ ବିତାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ନିଜ ଜୀବନକୁ ଅଶୁଭ ଭାବରେ ବିବେଚନା କରି ବଞ୍ଚିଥାନ୍ତି। ଆଜି ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ ଯିଏ କି ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ତାଙ୍କ ଜୀବନରେ ସେଗୁଡ଼ିକ ଆବଶ୍ୟକ ହିଁ ନାହିଁ।

ସାଧାରଣତଃ ମହିଳାମାନେ ଗର୍ଭାବସ୍ଥାରେ ନିଜ ପିଲାମାନଙ୍କ ପାଇଁ ସୁନ୍ଦର ପୋଷାକ କିଣିବା ଏବଂ ରଖିବା ଆରମ୍ଭ କରନ୍ତି। ଯଦିଓ ଜଣେ ଯୁବତୀ ଅଛନ୍ତି, ଯାହାଙ୍କର ଏପରି କୌଣସି ଯୋଜନା ନାହିଁ, ତଥାପି ତାଙ୍କ ଆଲମିରା ପିଲାମାନଙ୍କ ଡ୍ରେସ୍‌ରେ ଭରିରହିଛି। ତାଙ୍କ ପାଖରେ ହାତ ବୁଣା ସ୍ବେଟର, ରୋମ୍ପର୍‌, ଏକିଜ୍‌ ଏବଂ ପ୍ରିଣ୍ଟ ହୋଇଥିବା ଟି-ଶର୍ଟ ଏବଂ ବଟମ୍‌ ଭରପୂର ରହିଛି। କିନ୍ତୁ ତାଙ୍କ ଜୀବନରେ ପିନ୍ଧିବାକୁ କେହି ନାହାନ୍ତି।

ଏକ ରିପୋର୍ଟ ଅନୁଯାୟୀ, କେଟି ଉଡ୍‌ ନାମକ ୩୨ ବର୍ଷୀୟା ଯୁବତୀ ପିଲାମାନଙ୍କ ଡ୍ରେସ୍‌ରେ ପୂର୍ଣ୍ଣ ଏକ ଆଲମାରି ରଖିଛନ୍ତି। କୌତୂହଳର ବିଷୟ କେଟି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି କି ତାଙ୍କର କୌଣସି ସନ୍ତାନ ମଧ୍ୟ ନାହାନ୍ତି। ଏହା ସତ୍ତ୍ୱେ ସେ ପିଲାମାନଙ୍କ ଡ୍ରେସ୍‌ କିଣି ଆଲମାରିରେ ସାଇତି ରଖିଛନ୍ତି।

ବର୍ତ୍ତମାନ ତାଙ୍କ ପାଖରେ ୨୦ରୁ ଅଧିକ ହଳ ପିଲା ଡ୍ରେସ୍‌ ଏବଂ ଜୋତା ରହିଛି। ସେ ସେଗୁଡ଼ିକୁ ଆଲମାରିରେ ସାଇତି ରଖନ୍ତି ଏବଂ ବର୍ଷକୁ ଥରେ ଧୋଇ ଦିଅନ୍ତି। ତେବେ କିଟି ଏହା ମଧ୍ୟ କହିଛନ୍ତି ଯେ, ଆସନ୍ତା ୮ ବର୍ଷ ପର୍ଯ୍ୟନ୍ତ ତାଙ୍କର ସନ୍ତାନ ମଧ୍ୟ ହୋଇପାରିବ ନାହିଁ। ସେପର୍ଯ୍ୟନ୍ତ ଏହି ଜିନିଷଗୁଡ଼ିକୁ ସେ ସୁରକ୍ଷିତ ରଖିବେ। ଯାହା ଦ୍ୱାରା ସେ ଟଙ୍କା ସଞ୍ଚୟ କରିପାରିବେ। କିଟି କହିଛନ୍ତି, ବର୍ତ୍ତମାନ ତାଙ୍କର କୌଣସି ପାର୍ଟନର ବି ନାହାନ୍ତି। ଯଦି ବି ଜୀବନରେ କେହି ଆସନ୍ତି ତେବେ ସେ ସମସ୍ତଙ୍କୁ ଏ ବିଷୟରେ ଜଣାଇବେ।

Share