ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି। ଏସବୁ ବିବାଦ ମଧ୍ୟରେ ମଙ୍ଗଳବାର ଭରତପୁର ଥାନାରେ ସିସିଟିଭି ଲଗାଯାଇଛି। ୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାରମ୍ଭିକ ଭାବେ ୧୬ଟି ଲଗାଯାଇଛି।

ଭରତପୁର ଥାନାରେ ସିସିଟିଭି ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତତ୍କାଳୀନ ଥାନାଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ସବୁ ଥାନାରେ ସିସିଟିଭି ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭରତପୁର ଥାନାର ନୂଆ କୋଠା ନିର୍ମାଣ କରାଯିବା ସହ ସିସିଟିଭି ଲଗାଯାଇଥିଲା ବୋଲି ସୂଚନା ଦିଆଯାଇଥିଲା। ହେଲେ ୧୪ ତାରିଖ ଶନିବାର ବିଳମ୍ବିତ ରାତିର ଏହି ଘଟଣା ପରେ ଥାନାରେ ସିସିଟିଭି କ୍ୟାମେରା ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।

ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବିଳମ୍ବିତ ରାତିରେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବିଚାରବିଭାଗୀୟ ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ମୁଖ୍ୟତଃ ୩ଟି ଦିଗ ଉପରେ ତଦନ୍ତ ଆଗେଇବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା। ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା। କେଉଁ ପରିସ୍ଥିତିରେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ମାଡମରା ଭଳି ଘଟଣା ଘଟିଲା। ଏହିସବୁ ଘଟଣାର ତଦନ୍ତ କରାଯିବ। ସେହିପରି ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବା ରୋଡ୍‌ ରୋମିଓଙ୍କ ଅସଦାଚରଣ ଘଟଣାର ବି ତଦନ୍ତ ହେବ। ଏହି ଘଟଣାରେ କାହାର ଭୂମିକା କ’ଣ ଥିଲା ଏବଂ ଏଥିଲାଗି କିଏ ଉତ୍ତରଦାୟୀ ସେଥିଲାଗି ସମ୍ପୃକ୍ତ ବ୍ୟକ୍ତି, ଗୋଷ୍ଠୀ ଏବଂ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତକୁ ନିଆଯିବ। ଅନ୍ୟ କିଛି ଘଟଣା ସହ ଏହାର ଲିଙ୍କ୍‌ ରହିଛି କି ନାହିଁ ତା’ର ତଦନ୍ତ ହେବ। ଯଦି ଆଉ କିଛି ଘଟଣା ସହିତ ଆଉ କିଛି ଜଡ଼ିତ ଥାଏ, ତେବେ କମିଶନ ଏହାର ତଦନ୍ତ କରିପାରିବେ। ଏଭଳି ଘଟଣାର ଯେପରି ଭବିଷ୍ୟତରେ ପୁନରାବୃତ୍ତି ନ ହେବ ସେନେଇ ପରାମର୍ଶ ଦିଆଯାଇଛି। ବିଜ୍ଞପ୍ତିରେ ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ମଧ୍ୟ ପରାମର୍ଶ ଦିଆଯାଇଛି। କମିଶନଙ୍କ ମୁଖ୍ୟାଳୟ ଭୁବନେଶ୍ୱରରେ ରହିବ। କମିଶନ ଯଦି ଆବଶ୍ୟକ କରନ୍ତି ତେବେ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ। ବିଜ୍ଞପ୍ତି ପ୍ରକାଶର ୬୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଏହିସବୁ ଘଟଣା ଭିତରେ ମେଜର ଓ ତାଙ୍କ ବାନ୍ଧବୀ ଏବଂ ବାନ୍ଧବୀଙ୍କ ବାପା ସୋମବାର ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିନିଧି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତା ଖୁସି ବ୍ୟକ୍ତ କରିବା ସହିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅନୁରୋଧ କରାଯାଇଥିଲା ତାକୁ ସରକାର ରଖିଛନ୍ତି। ତେଣୁ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କରିଛନ୍ତି। ଏଥିଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ପୀଡ଼ିତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଆମ ଅନୁରୋଧ ରକ୍ଷାକରି ସାକ୍ଷାତ କରିବାକୁ ସମୟ ଦେଇଥିବାରୁ ଧନ୍ୟବାଦ। ଦୁଇ ଦିନ ତଳେ ପୋଲିସ ଅଧିକାରୀମାନେ ୟୁନିଫର୍ମ ପିନ୍ଧି ପ୍ରତିବାଦ ଜଣାଇଥିବାରୁ ଏହି ତଦନ୍ତ ନିରପେକ୍ଷ ହେବ କି ନାହିଁ ମନରେ ସନ୍ଦେହ ଥିଲା। ତେଣୁ ବିଚାରବିଭାଗୀୟ ତଦନ୍ତ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଆମର ଏହି ଦାବିକୁ ମାନି ନେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ତଦନ୍ତ ରିପୋର୍ଟରେ ସତ ଉନ୍ମୋଚନ ହେବ ବୋଲି ବିଶ୍ୱାସ ଥିବା ସେ କହିଛନ୍ତି। ଏହାସହ ଯେଉଁମାନେ ଝିଅର ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,ପୀଡ଼ିତା ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତା ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ନ୍ୟାୟ ପାଇବେ ତାହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ସମଗ୍ର ଦେଶରେ ଏହା ଏକ ଏପରି ମାମଲା, ଯେଉଁଥିରେ ଦୁଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ପଟେ ମାମଲାରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ କରାଯାଉଛି। ଯେଉଁ ଥାନାରେ ସିସିଟିଭି ନାହିଁ ସେଠାରେ ତୁରନ୍ତ ସିସିଟିଭି ଲଗାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଏବଂ ଏଡିଜି ଅରୁଣ ବୋଥ୍ରା ସୋମବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଭେଟି ତଦନ୍ତର ଅଗ୍ରଗତି ନେଇ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri