ଅପେକ୍ଷାର ହେବ ଅନ୍ତ

ଅନୁଗୋଳ ଅଫିସ, ୩।୧: ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ। ୩ ତାରିଖ ରବିବାରରୁ ଅନୁଗୋଳ ଜିଲାରେ ଖୋଲିବ ଧର୍ମାନୁଷ୍ଠାନ। ଏଥିପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି। କିଏ ପ୍ରଥମେ କେଉଁ ମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିବେ ସେ ନେଇ ଶ୍ରଦ୍ଧାଳୁମାନେ ଯୋଜନା ମଧ୍ୟ କରିସାରିଲେଣି। ତେବେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା କେତେକ କଟକଣାକୁ ମନ୍ଦିର କମିଟିଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି କହିଛନ୍ତି।
କରୋନା ଯୋଗୁ ଗତ ମାର୍ଚ୍ଚରୁ ଜିଲାର ବିଭିନ୍ନ ଧର୍ମାନୁଷ୍ଠାନରେ ତାଲା ପକାଯାଇଥିଲା। ଫଳରେ ଦୀର୍ଘଦିନ ଧରି ଶ୍ରଦ୍ଧାଳୁମାନେ ମନ୍ଦିର ଯାଇପାରି ନ ଥିଲେ। ଏପରି କି ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ଫିକା ପଡ଼ିଯାଇଥିଲା। କେବେ ସଂକ୍ରମଣ ହ୍ରାସ ପାଇବ ଓ ମନ୍ଦିର ଖୋଲିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିବ ତାହାକୁ ଜିଲାବାସୀ ଚାହିଁ ବସିଥିବା ବେଳେ ନୂଆ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଜିଲା ପ୍ରଶାସନ ଉପରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନ୍ୟସ୍ତ କରିଥିଲେ। ଇତିମଧ୍ୟରେ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ୩ ତାରିଖରେ ଖୋଲାଯିବ ବୋଲି ସରକାର ସ୍ପଷ୍ଟ କରିବା ପରେ ଅନୁଗୋଳ ଜିଲା ପ୍ରଶାସନ ମଧ୍ୟ ଜିଲାର ଧର୍ମାନୁଷ୍ଠାନଗୁଡ଼ିକ ସେହିଦିନଠାରୁ ଖୋଲିବା ପାଇଁ ତାରିଖ ଧାର୍ଯ୍ୟ କରିଛି। ପ୍ରଶାସନ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଦିଆଯିବା ପରେ ୯ ମାସ ଧରି ଦିଅଁ ଦର୍ଶନ କରିପାରି ନ ଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ତେବେ ବିନା ମାସ୍କରେ ଭକ୍ତମାନେ ମନ୍ଦିରରେ ଦର୍ଶନ କରିପାରିବେ ନାହିଁ। ଲୋକଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ। ପର୍ଯ୍ୟାୟ ଭିତ୍ତିରେ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ଛଡ଼ାଯିବ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଭିତରକୁ ଗୋଟିଏ ପର୍ଯ୍ୟାୟରେ ୫୦ ଜଣ ଭକ୍ତ ପ୍ରବେଶ କରିପାରିବେ। ଜିଲାରେ ଥିବା ଅନ୍ୟ ମନ୍ଦିର ସହ ଚର୍ଚ୍ଚ ଓ ମସଜିଦ୍‌ ମଧ୍ୟକୁ ଥରକେ ୨୦ ଜଣଙ୍କୁ ଯିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଧର୍ମାନୁଷ୍ଠାନରେ ପୋଲିସ ମୁତୟନ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିସହ ୬୫ ବର୍ଷରୁ ଅଧିକ ବୟସ୍କ, ରୋଗାକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍‌ ଶିଶୁଙ୍କୁ ମନ୍ଦିର ନ ଯିବାକୁ ପରାମର୍ଶ ଦିଆଯାଇଛି।

ଚଳଚଞ୍ଚଳ ହେବ ମସ୍‌ଜିଦ୍‌
କରୋନା ଯୋଗୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ତ ପର୍ବ ପାଣିଚିଆ ହୋଇଗଲା। ୩ ତାରିଖରୁ ମସ୍‌ଜିଦ୍‌ ଖୋଲିବା ନେଇ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ସ୍ବାଗତ କରୁଛୁ। ତାଲା ଖୋଲିବା ପରେ ଅନୁଗୋଳ ବଜାରକ ଛକରେ ଥିବା ବଡ଼ ମସ୍‌ଜିଦ୍‌, ହାତୀଶାଳପଡ଼ା ଓ ଅମଲାପଡ଼ା ମସ୍‌ଜିଦ୍‌ ଚଳଚଞ୍ଚଳ ହେବ। ପ୍ରଶାସନ ଜାରି କରିଥିବା ସମସ୍ତ ନିୟମ ପାଳନ କରାଯିବ।
-ନଇମ୍‌ ମହମ୍ମଦ, ଅନୁଗୋଳ

ପ୍ରଥମେ ଜଗା ଦର୍ଶନ
ଦୀର୍ଘ ୯ ମାସ ହେବ ଜଗା ଦର୍ଶନ ହୋଇନାହିଁ। ତେଣୁ ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲାଯିବା ପରେ ପ୍ରଥମେ ଶୈଳଶ୍ରୀକ୍ଷେତ୍ର ଯାଇ ଜଗାକୁ ଦର୍ଶନ କରିବି। ଏହାପରେ ସହରରେ ଥିବା ଅନ୍ୟ ମନ୍ଦିରକୁ ଯିବି। ଦର୍ଶନ ନିମନ୍ତେ ପ୍ରଶାସନ ଯେଉଁ କଟକଣା ଜାରି କରିଛି ତାହାକୁ ଅନୁଗୋଳର ସମସ୍ତେ ଶ୍ରଦ୍ଧାଳୁ ପାଳନ କରିବା ଉଚିତ।
-ସଙ୍ଗୀତା ମହାନ୍ତି, ଅନୁଗୋଳ

ନିର୍ଦ୍ଦେଶନାମା କଡ଼ାକଡ଼ି ପାଳନ ହେବ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲାଯିବ। ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମା କଡ଼ାକଡ଼ି ଭାବେ ପାଳନ କରାଯିବ। ସକାଳ ୭ରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଭକ୍ତମାନେ ମନ୍ଦିରରେ ଦିଅଁ ଦର୍ଶନ କରିପାରିବେ।

-ହେମନ୍ତ ଦାସ, ସାଧାରଣ ସମ୍ପାଦକ,
ଶୈଳଶ୍ରୀକ୍ଷେତ୍ର ପରିଚାଳନା କମିଟି

ଗହଳି କରା ନ ଯାଉ
ଅନୁଗୋଳ ଜିଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। ଦୀର୍ଘ ୯ ମାସ ଧରି ଦିଅଁ ଦର୍ଶନରୁ ବଞ୍ଚିତ ରହିଥିବା ଭକ୍ତ ଏବେ ମନ୍ଦିର ଯାଇ ପୂଜାପାଠ କରିପାରିବ। ତେବେ ମନ୍ଦିରରେ କିଭଳି ଅଧିକ ଗହଳି ନ ହେବେ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ।
-ସରିତା ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri