Posted inଫୁରସତ

୩ ଦଶନ୍ଧି ପରେ ଭାଙ୍ଗିବେ ମଉନ ବ୍ରତ

ରାଞ୍ଚି: ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଉଥିବାବେଳେ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ ପୂରା ହେବାକୁ ଯାଉଛି। ୯୦ ଦଶକରେ ଯେତେବେଳେ ଅଯୋଧ୍ୟାରେ ଥିବା ରାମମନ୍ଦିରକୁ ନେଇ ସାରା ଦେଶରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ସେତେବେଳେ ଝାଡ଼ଖଣ୍ଡ ଧାନବାଦ୍‌ର ବାସିନ୍ଦା ୮୫ ବର୍ଷୀୟା ସରସ୍ବତୀ ଦେବୀ ଏହି ମନ୍ଦିର ନିର୍ମାଣର ସ୍ବପ୍ନ ଦେଖିଥିଲେ। ଏହି ଇଚ୍ଛା ସହିତ ସେ ୧୯୯୨ ମସିହାରୁ ମଉନ ବ୍ରତ କରିବା ଆରମ୍ଭ କରିଥିଲେ। ଏବେ ଆସନ୍ତା ୨୨ ତାରିଖରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ତାଙ୍କ ସ୍ବପ୍ନ ପୂରଣ ହେଉଛି। ସେ ଏହି ପବିତ୍ର ଦିନରେ ୩୦ ବର୍ଷ ପରେ ‘ସୀତାରାମ’ ଶବ୍ଦ ସହିତ ନିଜ ମଉନ ବ୍ରତ ଭାଙ୍ଗିବେ। ଏହି ଖବର ପାଇବା ପରେ ଗଣମାଧ୍ୟମ ଟିମ୍‌ ସରସ୍ବତୀ ଦେବୀଙ୍କ ଘରେ ପହଞ୍ଚିଥିଲେ। ସରସ୍ବତୀ ଦେବୀ କେବଳ କରତାଳି ସାହାଯ୍ୟରେ ଖୁସି ବ୍ୟକ୍ତ କରିଥିଲେ। ସରସ୍ବତୀ ଦେବୀ ତାଙ୍କର ମଉନ ବ୍ରତ ସମୟରେ ୪ ଧାମ ପରିଦର୍ଶନ କରିଛନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅଯୋଧ୍ୟା, କାଶୀ, ମଥୁରା, ତିରୁପତି ବାଲାଜୀ, ସୋମନାଥ ମନ୍ଦିର, ବାବା ବୈଦ୍ୟନାଥ ଆଦି ମନ୍ଦିର ପରିଦର୍ଶନ କରିସାରିଛନ୍ତି। ୧୯୮୬ରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସରସ୍ବତୀ ଦେବୀ ନିଜ ଜୀବନକୁ ଭଗବାନ ରାମଙ୍କ ପାଦତଳେ ଉତ୍ସର୍ଗ କରିଦେଇଛନ୍ତି। ବର୍ତ୍ତମାନ ଅଧିକାଂଶ ସମୟ ଅଯୋଧ୍ୟାରେ ବିତାଉଛନ୍ତି। ସେ ଖୁସି ବ୍ୟକ୍ତ କରି ଲେଖିଛନ୍ତି, ଦୀର୍ଘ ୩ ଦଶନ୍ଧି ପରେ ତାଙ୍କ ଜୀବନ ସାର୍ଥକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri