ବଢୁଛି ଖଣି ମାଫିଆଙ୍କ ଦୌରାତ୍ମ୍ୟ

ଖୋର୍ଦ୍ଧା,୧୯ା୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ପାହାଡ଼ ଖନନ କରିବା ସହ ଦୈନିକ ଶହ ଶହ ଟ୍ରକରେ ଲଘୁ ଖଣିଜ ସମ୍ପଦ ଜିଲା ତଥା ଜିଲା ବାହାରକୁ ଚାଲାଣ କରୁଛନ୍ତି। ମାଙ୍କଡ଼ା ପଥର, ମୋରମ, କଳାମୁଗୁନି ପଥର, ବଉଳାମାଳା ପଥର ଆଦି ଚାଲାଣ ହେଉଛି। ପ୍ରଶାସନର ଚଢ଼ାଉ ଏବଂ ଜରିମାନା ଆଦାୟ ସତ୍ତ୍ୱେ ଏଥିରେ କୌଣସି ଫରକ ପଡୁନାହିଁ। ତେବେ ମାଫିଆମାନେ କାହାର ଛତ୍ରଛାୟା ତଳେ ବେଆଇନଭାବେ ଲଘୁ ଖଣିଜ ସମ୍ପଦ ଚାଲାଣ କରୁଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆକ୍ରମଣର ଶିକାର ହେଉଛନ୍ତି ଅଧିକାରୀ
ଅନେକ ସମୟରେ ଖଣିରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହେଉଛି। ନିକଟରେ ଜକରାଠାରେ ଚଢ଼ାଉ ବେଳେ ଖଣି ଅଧିକାରୀ ଜଗନ ବେହେରାଙ୍କୁ ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ଜଟଣୀ ତହସିଲଦାର ଚୋରାଚାଲାଣକୁ ରୋକିବାକୁ ଯାଇ ମାଫିଆଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଥିଲେ। ଚଢ଼ାଉ ସମୟରେ ରାଜସ୍ବ ଅଧିକାରୀଙ୍କୁ ଆକ୍ରମଣ ନେଇ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ବେଗୁନିଆରେ ଏକ ଖଣିରେ ଚଢ଼ାଉ ସମୟରେ ୩ଜଣ ପୋଲିସ ଅଧିକାରୀଙ୍କୁ ମାଫିଆମାନେ ଗୋଡାଇ ପିଟିଥିଲେ। ଏହା ସତ୍ତ୍ୱେ ପ୍ରଶାସନ ଏବଂ ପୋଲିସର ନୀରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନୁମତିଠାରୁ ଅଧିକ ଖନନ ହେଉଛି
ଖୋର୍ଦ୍ଧାରେ ଶ୍ରୀମନ୍ଦିର ପ୍ରଶାସନର ୪୬ରୁ ଊର୍ଦ୍ଧ୍ୱ ପଥର ଖଣି ରହିଛି। ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ, ବୋଲଗଡ ଅଞ୍ଚଳରେ ୧୪ଟି ପଥର ଖଣିକୁ ନିଲାମ ସହ ବ୍ଲାଷ୍ଟିଂ ପାଇଁ ଅନୁମିତି ମିଳିଥିବା ବେଳେ ବେଆଇନଭାବେ ଅଧିକ ଖନନ କରି ସହ ଚୋରାଚାଲାଣ ଚାଲିଛି। ମାଙ୍କଡା ପଥର ଓ ମୋରମ ଚୋରାଚାଲାଣ ଚାଲିଛି। ଏନ୍‌ଜିଟିର ଛାଟ ସତ୍ତ୍ୱେ କାଇପଦର, ନିଜିଗଡ ତାପଙ୍ଗ, ଟାଙ୍ଗୀ, ଖୋର୍ଦ୍ଧା, ଜଟଣୀ, ବୋଲଗଡ ଓ ବେଗୁନିଆ ଆଦି ଅଞ୍ଚଳରୁ ମାଙ୍କଡ଼ା ପଥର ଚାଲାଣ ହେଉଛି।
ମାସିକିଆ ବଟି ଆଦାୟ ଚର୍ଚ୍ଚା
ପ୍ରଶାସନ, ପୋଲିସର କେତେଜଣ ଅସାଧୁ କର୍ମଚାରୀ ଏବଂ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଖୋର୍ଦ୍ଧାରେ ବେଆଇନଭାବେ ପଥର ଖଣି ଖନନ ବଢ଼ିବାରେ ଲାଗିଛି। ଦୈନିକ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ପଥର ଚାଲାଣ ହେଉଥିବା ଜଣାପଡିଛି। ଫଳରେ ସରକାର ରାଜସ୍ବ ହରାଉଛନ୍ତି। ପୋଲିସ ଓ ପ୍ରଶାସନର କେତେଜଣ ଅସାଧୁ କର୍ମଚାରୀ, ଅଧିକାରୀ ମାସିକିଆ ବଟି ନେଇ ଏମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହେଉଛି।
ଟାକ୍ସ ଫୋର୍ସ କମିଟି ନୀରବଦ୍ରଷ୍ଟା
ଚୋରାଚାଲାଣ ରୋକିବା ଲାଗି ପ୍ରଶାସନିକ ସ୍ତରରେ ପୋଲିସ ଏବଂ ରାଜସ୍ବ ଅଧିକାରୀମାନଙ୍କୁ ନେଇ ମିଳିତ ଟାକ୍ସ ଫୋର୍ସ ଗଠନ କରାଯାଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥାନୀୟ ପ୍ରତିନିଧି, ଉପଜିଲାପାଳ, ସମସ୍ତ ତହସିଲଦାର, ପୋଲିସ ସହ ବୈଠକ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ବ ଏବଂ ପୋଲିସକୁ ନେଇ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲାପାଳଙ୍କ ଅଧୀନରେ ଟାକ୍ସ ଫୋର୍ସ ଗଠନ ହୋଇଛି। ଏହି ଟମ୍‌ ଅଚାନକ ଭାବେ ଖଣିରେ ଚଢ଼ାଉ କରି ଏନଜିଟି ଓ ପରିବେଶ ପ୍ରଦୂଷଣ ବୋର୍ଡ ଗାଇଡଲାଇନ ପାଳନ କରାଯାଉଛି କି ନାହିଁ ଏବଂ କେତେ ପରିମାଣ ଖନନ କରାଯାଉଛି ତାହାର ତଦାରଖ କରିବେ। ତେବେ ଜରିମାନା ଆଦାୟରେ ଏହା ସୀମିତ ରହିଛି। ଫଳରେ ମାଫିଆମାନେ ଅନୁମତିଠାରୁ ଆହୁରି ପଥର ଖନନ ଜାରି ରଖିଛନ୍ତି।
ଚଢ଼ାଉ ପୂର୍ବରୁ ସୂଚନା ଦିଆଯାଉଥିବା ଚର୍ଚ୍ଚା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜରିମାନା ଆଦାୟ ସହ ଏକାଧିକ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ତେବେ ପ୍ରଶାସନ ପକ୍ଷରୁ କେବଳ ଚୋରା ଚାଲାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଥିବା ବେଳେ ଏହା ପଛରେ ରହିଥିବା ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରାଯାଉନାହିଁ। ଫଳରେ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମାଫିଆମାନେ ଖସିଯାଉଛନ୍ତି। ତେବେ ଚଢ଼ାଉ ପୂର୍ବରୁ ମାଫିଆମାନଙ୍କୁ ସୂଚନା ଦିଆଯାଇ ଖସାଇଦିଆଯାଉଛି ବୋଲି ଚର୍ଚ୍ଚା ଯୋର ଧରିଛି। ଏନେଇ ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ପୋଲିସ ପକ୍ଷରୁ ପଥର ଖଣିରେ ଚଢ଼ାଉ ଜାରି ରହିଛି। ବେଆଇନ ଭାବେ ଚାଲିଥିବା ପଥର ଖାଦାନ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବେଆଇନ ପଥର ଖନନ, ଚୋରାଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri