ଖଣିଜ ପରିବହନ ପାଇଁ ଜଙ୍ଗଲ କଟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଉପର କାଦକଳାଠାରୁ ବସନ୍ତପୁର ପର୍ଯ୍ୟନ୍ତ ଜଙ୍ଗଲରେ ଖଣିଜ ପଥର ପରିବହନ ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ସ୍ଥାନୀୟ ବସନ୍ତପୁର ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତଙ୍କ ସମ୍ପୃକ୍ତି ଥିଲେ ହେଁ ବନ ବିଭାଗ ଧରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ଘଟଣାକୁ ବନବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଥିଲେ ହେଁ ମୁଖ୍ୟ ଅଭିିଯୁକ୍ତଙ୍କୁ ଧରୁ ନ ଥିବା କିମ୍ବା ଅବହେଳା କରିଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।