ଲୁଣାବନ୍ଧ ବାନ୍ଧିଲେ ଗ୍ରାମବାସୀ

ବାଲିଆପାଳ,୧୬ ।୩(ସ୍ବ.ପ୍ର.) – ସରକାର ଗୁହାରୀ ଶୁଣିଲେନି। ଶେଷରେ ଗ୍ରାମବାସୀ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଏକାଠି ହୋଇ ଅଣ୍ଟା ଭିଡ଼ିଲେ। ସମସ୍ତେ ମିଶି ଲୁଣା ବନ୍ଧ ବାନ୍ଧି ଗାଁ ଭିତରକୁ ପଶିଯାଉଥିବା ଉଚ୍ଚ ଲୁଣି ଜୁଆରକୁ ଅଟକାଇବାରେ ସଫଳ ହୋଇ ଏକତାର ପ୍ରମାଣ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଚୌମୁଖ ପଞ୍ଚାୟତ ଦୁଇ ସମୁଦ୍ର ଉପକୂଳ ଗାଁରେ।
ବ୍ଲକର ଚଉମୁଖ ଓ କଙ୍କଡ଼ାପାଳ ଗାଁ ସମୁଦ୍ର ଓ ସୁବର୍ଣ୍ଣରେଖା ନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ। ଗତ ୟାସ୍‌ ବାତ୍ୟାରେ ସମୁଦ୍ର ଓ ନଦୀ ମୁହାଣରୁ ଲୁଣି ଜୁଆର ମାଡ଼ି ଆସି ଗାଁକୁ ସୁରକ୍ଷା ଦେଉଥିବା ଲୁଣାବନ୍ଧକୁ ଭାଙ୍ଗି ଦେଇଥିଲା। ସୁରକ୍ଷା ବନ୍ଧର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଘାଇ ହୋଇ ଲୁଣି ପାଣି ଗାଁ ଭିତରକୁ ମାଡ଼ି ଆସିଥିଲା। ଧନଜୀବନ ନଷ୍ଟ ହେବା ସହିତ ଶହ ଶହ ଏକର ଚାଷ ଜମିରେ ଲୁଣି ପାଣି ଜମିଯାଇଥିଲା। ଯେଉଁଥିପାଇଁ ଚାଷୀ ଆଜି ବି ଭଲ ଫସଲ ଅମଳ କରିପାରୁନାହିଁ। ବାତ୍ୟାର ବହୁ ମାସ ପରେ ମଧ୍ୟ ସରକାର ଲୁଣା ବନ୍ଧର ଘାଇ ମରାମତି କଲେ ନାହିଁ। ଫଳରେ ଅମାବାସ୍ୟା ପୂର୍ଣ୍ଣମୀରେ ଉଚ୍ଚ ଜୁଆର ହେଲେ ସେହି ଘାଇ ଦେଇ ଲୁଣି ପାଣି ଚାଷ ଜମିକୁ ମାଡ଼ି ଆସୁଥିବାରୁ ଗ୍ରାମବାସୀ ଚାଷ କରି ନ ପାରି ବହୁ ଅସୁବିଧାର ସମ୍ମଖୀନ ହେଉଛନ୍ତି। ଗ୍ରାମବାସୀ ଯେତେ ଗୁହାରୀ କଲେ ମଧ୍ୟ ପ୍ରଶାସନ କି ସରକାର ଗୁହାରି ଶୁଣିଲେ ନାହିଁ। ଶେଷରେ ଗ୍ରାମବାସୀ ଏକାଠି ହୋଇ ନିଜ ଅଞ୍ଚଳର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ି ଲୁଣା ବନ୍ଧ ମରାମତି କରିଛନ୍ତି। ଏହି କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ସେଚ୍ଛାସେବୀ ସଙ୍ଗଠନ ସ୍ପର୍ଶ ଓ ଗୁଞ୍ଜ ଏନଜିଓ ସହାୟତାର ହାତ ବଢ଼ାଇଥିବାରୁ ଗ୍ରାମବାସୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସରକାର ଯଦି ଏହି ଲୁଣାବନ୍ଧକୁ ପଥର ବନ୍ଧରେ ରୂପାନ୍ତରିତ ନ କରନ୍ତି ତେବେ ସମୟ ଆସିବା ଚଉମୁଖ ଓ କଙ୍କଡ଼ାପାଳ ଗାଁ ସମୁଦ୍ରରେ ଲୀନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri