ରାସ୍ତା ମରାମତି କଲେ ଗ୍ରାମବାସୀ

କେନ୍ଦୁଝର,୧୯ା୯(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ଶରତ ଘାଟିରୁ ବ୍ରାହ୍ମଣୀ ଘାଟି ଦେଇ କେନ୍ଦୁଝର ଜିଲା କେ.ବାଲିପାଳ ଓ ଘଷିପୁରା ଡାକ୍ତରଖାନାକୁ ସଂଯୋଗ କରୁଥିବା ବିପର୍ଯ୍ୟସ୍ତ ରାସ୍ତାକୁ କେ.ବାଲିପାଳ ଗ୍ରାମବାସୀ ମରାମତି କରିଛନ୍ତି। ପୂର୍ବରୁ ଗ୍ରାମବାସୀ ଉକ୍ତ ରାସ୍ତାରେ ମାଟି ପକାଇ ଯାତାୟାତ କରୁଥିବା ବେଳେ ଗତ ଲଘୁଚାପ ବର୍ଷାରେ ରାସ୍ତା ଧୋଇ ଯାଇଥିଲା।
ଯେ, ୨୦୧୯ରେ ଗ୍ରାମବାସୀ ବିନା ମଜୁରିରେ କାମ କରି ମାଟି ପକାଇ ଉକ୍ତ ରାସ୍ତା ନିର୍ମାଣ କରିଥିଲେ। ଚଳିତ ବର୍ଷ ଲଘୁଚାପ ବର୍ଷାରେ ସେହି ମାଟି ଧୋଇ ଯାଇଥିବାରୁ ସ୍ଥାନୀୟ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପ୍ରଶାସନ ରାସ୍ତା ମରାମତି ନ କରିବାରୁ ମାତୃ ସେବା ସଂଘ, କେ.ବାଲିପାଳ ଯୁବ ସମାଜ ବିନା ମଜୁରିରେ ମାଟି ପକାଇ ଯାତାୟାତ ପାଇଁ ସୁ-ବ୍ୟବସ୍ଥା କରିଛନ୍ତି। ପାହାଡ଼ିଆ ଓ ଜଙ୍ଗଲିଆ ରାସ୍ତା ହୋଇଥିଲେ ହେଁ ଏହାର ସ୍ଥାୟୀ ନିର୍ମାଣ ପ୍ରତି ଉଭୟ ଜିଲାର ନେତା ଓ ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ରାସ୍ତାର ଉନ୍ନତୀକରଣ ହେଲେ ଦୁଇ ଜିଲାର ଅଗମ୍ୟ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ସ୍ଥାପନା ହେବା ସହ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ରାସ୍ତା ଭାବେ ସହାୟକ ହେବ ବୋଲି ସ୍ଥାନୀୟ ବୁଦ୍ଧିରାମ ପୂର୍ତ୍ତି, ରାଉତ ହୋ ଓ ଗ୍ରାମବାସୀ କହିଛନ୍ତି।