ଅନାସ୍ଥା ପ୍ରସ୍ତାବକୁ ନେଇ ତାତିଲେ ଗ୍ରାମବାସୀ

ମୋରଡା,୧୨।୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପଞ୍ଚାୟତ ଅଧୀନ ଝାଟିଅଡା ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି।
ସୂଚନା ଅନୁଯାୟୀ,୧୬ଟି ୱାର୍ଡକୁ ନେଇ ଗଠିତ ଉକ୍ତ ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ବୁଦ୍ଧିଆ ମୁର୍ମୁଙ୍କ ବିରୋଧରେ ପଞ୍ଚାୟତର ନାଏବ ସରପଞ୍ଚ ସବିତା ଦେଙ୍କ ସହିତ ୧୩ ଜଣ ୱାର୍ଡ ସଭ୍ୟାସଭ୍ୟ ଏକାଠି ହୋଇଥିଲେ। ସରପଞ୍ଚ ବୁଦ୍ଧିଆ ମୁର୍ମୁ ପଞ୍ଚାୟତର ୱାର୍ଡ ସଦସ୍ୟମାନଙ୍କୁ ଗୁରୁତ୍ୱ ନ ଦେଇ କୌଣସି ଉନ୍ନତିମୂଳକ କାର୍ଯ୍ୟ ସଠିକ ଭାବେ କରୁନାହାନ୍ତି ବୋଲି କହିଛନ୍ତି। ନାଏବ ସରପଞ୍ଚ ସବିତା ଦେ,ସଞ୍ଜୀବ କୁମାର କୁଣ୍ଡୁ ଏବଂ ଅନ୍ୟ ୱାର୍ଡ ସଦସ୍ୟ l ତେଣୁ ଅସନ୍ତୁଷ୍ଟ ୱାର୍ଡ ସଦସ୍ୟମାନେ ଗତ ନଭେମ୍ବର ୪ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ କରି ସରପଞ୍ଚ ବୁଦ୍ଧିଆ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ପାଇଁ ନିଷ୍ପତି ନେଇଥିଲେ।
ଏ ବାବଦରେ ଆବଶକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୟୂରଭଞ୍ଜ ଉପଜିଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଗତ ନଭେମ୍ବର ୬ ତାରିଖରେ ପ୍ରଦାନ କରିଥିଲେ। ତେବେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଅନୁଯାୟୀ ଏନେଇ ଉପଜିଲାପାଳ ଆଜି ଡିସେମ୍ବର ୧୨ ତାରିଖ ପୂର୍ବାହ୍ନ ଏଗାରଟା ସମୟରେ ଝାଟିଅଡାସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଆଗତ ବାବଦରେ ଏକ ବୈଠକ ମୋରଡା ବ୍ଲକ ବିଡ଼ିଓ ଅଣାକର ନାଏକଙ୍କ ଅଧକ୍ଷତାର ଅନୁଷ୍ଠିତ ହେବ ବୋଲି ଚିଠି ସଂଖ୍ୟା-୮୬୨୨ରେ ନୋଟିସ ଜାରି କରିଥିଲେ।
ତେବେ ଆଜି ୧୧ଟା ସମୟରେ ଅନାସ୍ଥା ପ୍ରସ୍ତାବ ବାବଦରେ ବୈଠକକୁ ସମସ୍ତ ୱାର୍ଡ ସଦସ୍ୟ ପହଞ୍ଚିଥିଲେ। କିନ୍ତୁ ସରପଞ୍ଚଙ୍କ ସମର୍ଥକ ତଥା ଶତାଧିକ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରପଞ୍ଚ ବୁଦ୍ଧିଆ ସିଂ ନିର୍ବାଚିତ ହେବା ପରଠୁ ଲୋକଙ୍କ ସୁବିଧା ଅସୁବିଧାରେ ଛିଡା ହୁଅନ୍ତି ଏବଂ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି l ତେବେ କୁଚକ୍ରାନ୍ତ କରି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଉଛି ଏବଂ ଏହା କରାଇବାକୁ ଦେବୁ ନାହିଁ ତଥା ସରପଞ୍ଚ ବୁଦ୍ଧିଆ ସିଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିବେ ବୋଲି କହିଥିଲେ ଗ୍ରାମବାସୀ ଅଞ୍ଜନ କୁମାର ଦତ୍ତ, ଶାନ୍ତି କୁମାର ସାମଲ ଏବଂ ଅନ୍ୟ ଶତାଧିକ ଗ୍ରାମବାସୀ l ତେବେ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଗେଟରେ ଚପଲମାଳ ଝୁଲାଇ ଥିଲେ, ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଆଜିର ଅନାସ୍ଥା ପ୍ରସ୍ତାବର ଅଧକ୍ଷତା କରିବାକୁ ଥିବା ମୋରଡା ବିଡ଼ିଓ ଅଣାକର ନାଏକ ଅସୁସ୍ଥତା ଯୋଗୁ ଅନୁପସ୍ଥିତ ରହିଥିଲେ ବୋଲି ଜିପିଈଓ ଶୁଭମ ସୁନ୍ଦର ଜେନା କହିଛନ୍ତି। ତେଣୁ ଅନାସ୍ଥା ପ୍ରସ୍ତାବ ହୋଇ ପାରିନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ ତଥା ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରାସଗୋବିନ୍ଦପୁର ତହସିଲଦାର ପ୍ରଭାତ ତରେଇ, ଥାନା ଅଧିକାରୀଣୀ ସୁକାନ୍ତି କରେଇଙ୍କ ସହିତ ତିନି ସେକ୍ସନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri