Categories: ଫୁରସତ

ମାଙ୍କଡ଼କୁ ପିଟି ଏମିତି ଫସିଲେ ଗ୍ରାମବାସୀ

ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଏହି ଭିଡିଓ ଅନ୍ୟର ମୁହଁରେ ହସ ଫୁଟାଇ ପାରୁଛି ତ କେତେବେଳେ ଅମାନବୀୟ କାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ପିଲିବୀତର ମିଥୀ ସଇଦୁଲ୍ଲାଗଞ୍ଜ ଗ୍ରାମରେ। ଯେଉଁଠାରେ କେତେକ ଗ୍ରାମବାସୀ ଏକ ମାଙ୍କଡ଼କୁ ଧରି ତାକୁ ମାରିବା ସହ ତାହା ଉପରେ କଳା ରଙ୍ଗ ଢ଼ାଳିଛନ୍ତି। ମାଙ୍କଡ଼ ସହିତ ଘଟିଥିବା ଏହି ଅଭାବନୀୟ କାଣ୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ମାଙ୍କଡ଼ଟିକୁ ଏକ ଦଉଡିରେ ବାନ୍ଧି ଦିଆଯାଇ ବେକକୁ ଚାପି ଦିଆଯାଇଛି। ପରେ ସେ ଜୀବନ ରକ୍ଷା କରିବାକଚୁ ଚେଷ୍ଟା କରୁଛି, ମାତ୍ର ପାରୁନାହିଁ। ଲୋକମାନେ ତାଙ୍କୁ ବାରମ୍ବାର ହଇରାଣ କରୁଛନ୍ତି ଏବଂ ଜୋରରେ ହସୁଛନ୍ତି ତାହା ଉପରେ କଳା ରଙ୍ଗ ଢାଳିଛନ୍ତି। ମାତ୍ର ଏହି ସମୟରେ ମାଙ୍କଡ଼ କୌଣସି ପ୍ରକାରେ ଜୀବନ ରକ୍ଷା କରି ପଳାଇଛି।

ଭିଡିଓ ଦୁଇ କିମ୍ବା ତିନି ସପ୍ତାହ ପୂର୍ବରୁ, ଯେତେବେଳେ ଏହି ଭିଡିଓ ଅନୁସନ୍ଧାନ କରାଯାଇଥିଲା, ଏହା ଜଣାପଡିଥିଲା ଯେ ଏହା ୧୩ ଜୁଲାଇର ଥିଲା। ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ୬ ଜଣ ଗ୍ରାମବାସୀଙ୍କ ଉପରେ ୬୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ମାଙ୍କଡ଼ ପ୍ରତି ହୋଇଥିବା ଅତ୍ୟାଚାରକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏଭଳି ସାମାଜିକ ବିରୋଧୀ କାର୍ଯ୍ୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
ଏହି ପରିପ୍ରେକ୍ଷୀରେ ଡିଏଫ୍‌ଓ ସଞ୍ଜୀବ କୁମାର କହିଛନ୍ତି ଯେ, ଏପରି କାର୍ଯ୍ୟ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୌଣସି ପରିସ୍ଥିତିରେ ଅପରାଧୀଙ୍କୁ କ୍ଷମା ଦିଆଯିବ ନାହିଁ।

Share