ଗ୍ରାମବାସୀଙ୍କୁ କାଠପୋଲ ଭରସା

ଗଞ୍ଜାମ,୨୮।୨(ଡି.ଏନ୍‌‌.ଏ.) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୋଡ଼ମ ପେଟା ଗ୍ରାମର ୪୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ଯିବା ଆସିବା ପାଇଁ ଏକମାତ୍ର କାଠ ପୋଲ ଭରସା ପାଲଟିଛି। ଗ୍ରାମଟି ସମୁଦ୍ର କୂଳରେ ଅବସ୍ଥିତ ହୋଇଥିବା ବେଳେ ପାଲୁର ସାହେବ କେନାଲ ପାର ହେବା ଲାଗି ଗୋଟିଏ କାଠ ପୋଲ ରହିଛି। ତାହା ମଧ୍ୟ ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମାଣ ହୋଇଛି। ବର୍ଷାଦିନ ହେଲେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି।