Categories: ଫୁରସତ

ଏମିତି ଗାଁ ଯେଉଁଠି ଶୋଇବା, ରୋଷେଇ ଘରେ ରୁହନ୍ତି ସାପ

ମଧ୍ୟପ୍ରଦେଶର ଏକ ଗାଁରେ ଏତେ ସଂଖ୍ୟକ ସାପ ଅଛି ଯେ ସେମାନଙ୍କୁ ଗୋଟିଏ ଗୋଟିଏ କରି ଧରାଯାଉଛି। ଏହି ଗାଁ ଖଣ୍ଡବା ସହରର ନିକଟବର୍ତ୍ତୀ। ବହୁ ସଂଖ୍ୟକ ସାପ ଯୋଗୁ ଏହି ଗାଁକୁ ନାଗଚୁନ କୁହାଯାଉଥିଲା। ନାଗଚୁନ ଗାଁର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ବିଷାକ୍ତ ସାପ କେବଳ ଗାଁର କ୍ଷେତ ଓ ରାସ୍ତାରେ ନୁହେଁ ବରଂ ଶୋଇବା, ରୋଷେଇ ଘର ଏବଂ ହ୍ୟାଙ୍ଗରରେ ଝୁଲୁଥିବାର ଦେଖାଯାଏ। ତେବେ ପୂର୍ବ ଅପେକ୍ଷା ବର୍ତ୍ତମାନ କ୍ଷେତ୍ରରେ ରାସାୟନିକ ସାରର ଅଧିକ ବ୍ୟବହାର ହେତୁ ସାପ ସଂଖ୍ୟା ହ୍ରାସ ପାଉଛି।

ଏହି ସାପଗୁଡ଼ିକ ପରିବାର ସଦସ୍ୟଙ୍କ ପରି
ପଣ୍ଡିତ ସୌରଭ ଚନ୍ଦ୍ରଙ୍କ ପରିବାର ନାଗଚୁନ ଏୟାରଷ୍ଟ୍ରିପ ବିପରୀତ ୧୬ ଏକର ଚାଷ ଜମିରେ ରହୁଥିଲେ। ଚାଷ ଜମି ଓ ଗାଁରେ ହଜାର ହଜାର ବିଷାକ୍ତ ସାପ ରହିଥାନ୍ତି। ଏହି ସାପମାନେ ଘର ଭିତରକୁ ଆସି ରୋଷେଇ ଘର, ଶୋଇବା ଘର, ବାଥରୁମରେ ଥା’ନ୍ତି। ତାଙ୍କ ପରିବାର ୬ ପିଢ଼ୀ ଧରି ଏହି ସ୍ଥାନରେ ରହିଆସୁଥିଲେ ମଧ୍ୟ କାହାରି କିଛି କ୍ଷତି ହୋଇ ନାହିଁ।
ଇସା ଗାଁର ୮୦ ବର୍ଷର ଭାୟାଲାଲ ଯାଦବ କହିଛନ୍ତି ଯେ, ନାଗ ଦେବତା ମନ୍ଦିରରେ ପୂଜାପାଠରୁ ଶୁଭ କାର୍ଯ୍ୟ କିମ୍ବା ବିବାହ ଆରମ୍ଭ ହୋଇଥାଏ। ଏଥିସହ ଗ୍ରାମରେ କେବଳ ନାଗପଞ୍ଚମୀ ପୂଜା କରାଯାଇ ନାହିଁ ବରଂ ନାଗ ଦେବତାଙ୍କୁ ପ୍ରତ୍ୟେକ ମାସର ପଞ୍ଚମ ଦିନରେ ପୂଜା କରାଯାଇଥାଏ।

ବିଶେଷଜ୍ଞମାନେ ସାପମାନଙ୍କ ପାଇଁ ଏକ ଅନୁକୂଳ ସ୍ଥାନ ବିବେଚନା କରନ୍ତି।
ପଶୁ ବିଶେଷଜ୍ଞ ରାଜେଶ ସିଂଙ୍କ କହିବାନୁସାରେ, ନାଗଚୁନ ଗାଁର ଭଗୋଳିକ ଅବସ୍ଥିତି ସାପମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ। ବାଉଁଶ ଗଛ ବ୍ୟତୀତ ପୋଖରୀ, କେନାଲ, ସେୱରେଜ ଏବଂ ପଥର ଅଞ୍ଚଳ ଅଛି, ଯାହା ସାପମାନଙ୍କ ରହିବା ପାଇଁ ଉପଯୁକ୍ତ ସ୍ଥାନ ଅଟେ।

Share