ରାତିରେ ଥରାଉଛି ଗାଁ

ବଇଣ୍ଡା,୧୭ା୨(ପରିକ୍ଷିତ ସାହୁ): ଗ୍ରାମ୍ୟ ଜଙ୍ଗଲରେ ଥିବା ପାହାଡ଼ ଫଟାଇ ଚାଲିଛି ପଥର ଲୁଟ୍‌। ବିଳମ୍ବିତ ରାତିରେ ଡିନାମାଇଟ୍‌ ଲଗାଇ କରାଯାଉଛି ବିସ୍ଫୋରଣ। ଏହାର ପ୍ରଭାବରେ ଥରିଉଠୁଛି ଆଖପାଖ ଗାଁ । ୭୫ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ଲୋକେ। ଗତ ୫ ବର୍ଷ ହେଲା ଏକ ଠିକାସଂସ୍ଥା ଏପରି ବେଆଇନ କାର୍ଯ୍ୟ କରୁଥିବା ନେଇ ଆମ୍ବପାଳ ପଞ୍ଚାୟତର ଗୁରୁଜାଙ୍ଗ, ପଦ୍ମପୁର ଓ ବୃନ୍ଦାବନପୁର ଗ୍ରାମବାସୀ ଅନୁଗୋଳ ଜିଲା କିଶୋରନଗର ତହସିଲ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ସବୁକିଛି ଜାଣି ବି ତହସିଲ ପ୍ରଶାସନ ଅଜଣା ଭଳି ରହୁଛି। ଏପରି କି ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଜରିଆରେ ମଗାଯାଇଥିବା ତଥ୍ୟରେ ଉକ୍ତ ଅଞ୍ଚଳରେ କୌଣସି ପଥର ଖାଦାନ ନ ଥିବା ତହସିଲ ପକ୍ଷରୁ କୁହାଯିବା ପରେ ଆଶ୍ଚର୍ଯ୍ୟଚକିତ ଗ୍ରାମବାସୀ ମଙ୍ଗଳବାର ଜିଲା ପ୍ରଶାସନ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନେଇଥିବା ଏକ ଠିକାସଂସ୍ଥା ପକ୍ଷରୁ ୨୦୧୭ ଡିସେମ୍ବରରେ ଗୁରୁଜାଙ୍ଗ ନିକଟରେ ଏକ କ୍ରଶର ୟୁନିଟ୍‌ ସ୍ଥାପନ କରାଯାଇଥିଲା। ଏହି କ୍ରଶର ସ୍ଥାପନକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଥିଲେ ହେଁ ପ୍ରଶାସନ ଅନୁମତି ଦେଇଥିଲା। ଏହାପରେ ଠିକାସଂସ୍ଥା ଆମ୍ବପାଳ ପଞ୍ଚାୟତ ବୃନ୍ଦାବନପୁର ଖେସ ଗ୍ରାମ୍ୟ ଜଙ୍ଗଲରେ ଥିବା ପାହାଡ଼କୁ ବେଆଇନ ଭାବେ ଫଟାଇ ପଥର ବୋହି ଚାଲିଛି। ଦୈନିକ ବିଳମ୍ବିତ ରାତିରେ ଉକ୍ତ ଖାଦାନରେ ବ୍ଲାଷ୍ଟିଂ କରାଯାଉଛି। ଫଳରେ ନିକଟରେ ଥିବା ବୃନ୍ଦାବନପୁର ଗ୍ରାମର ୩୫ ଓ ପଦ୍ମପୁର ଗ୍ରାମର ୪୦ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ସରକାରୀ ଭାବେ ଏହି ପଥର ଖାଦାନ କାହାରିକୁ ଲିଜ୍‌ରେ ଦିଆଯାଇ ନ ଥିବା ଆର୍‌ଟିଆଇ ଜରିଆରେ କିଶୋରନଗର ତହସିଲ ପକ୍ଷରୁ ତଥ୍ୟ ଦିଆଯାଇଥିବା ବେଳେ କିଭଳି ୫ ବର୍ଷରୁ ଊଦ୍ଧ୍ୱର୍ର୍ ହେବ ଏହି ଖାଦାନରେ ବ୍ଲାଷ୍ଟିଂ କରାଯାଉଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କିଶୋରନଗର ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀ ମୋଟା ଅଙ୍କର ଅର୍ଥ ନେଇ ଏହି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଥର ବ୍ଲାଷ୍ଟିଂ ସମୟରେ ଜୋର୍‌ଦାର ଶବ୍ଦ ହେଉଥିବା ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତହସିଲ ପ୍ରଶାସନର ତଥ୍ୟରେ ତାଳମେଳ ରହୁ ନ ଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ସନ୍ଦେହଜନକ ହୋଇଥିବାରୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ବେଆଇନ ବ୍ଲାଷ୍ଟିଂରେ ରୋକ୍‌ ଲଗାଇବାକୁ ଗ୍ରାମବାସୀ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନି
ବେଆଇନ ବ୍ଲାଷ୍ଟିଂ ଯୋଗୁ ଗଁା ଲୋକେ ରାତିରେ ଠିକ୍‌ରେ ଶୋଇପାରୁ ନାହାନ୍ତି। ଏଥିସହ ନିକଟସ୍ଥ ଚାଷ ଜମିରେ ପଥର ଗୁଣ୍ଡ ପଡି ଉର୍ବରତା ନଷ୍ଟ କରୁଛି। ବ୍ଲାଷ୍ଟିଂ ବନ୍ଦ ପାଇଁ ବହୁବାର ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନାହିଁ।
-ଅକ୍ଷୟ ନାୟକ, ପଦ୍ମପୁର ଗ୍ରାମବାସୀ
ସଲାସୁତରାରେ କାର୍ଯ୍ୟ ହେଉଛି
ନିୟମିତ ବ୍ଲାଷ୍ଟିଂ ଯୋଗୁ ଅନେକ ଗ୍ରାମ କ୍ଷତିଗ୍ରସ୍ତ ହେଉଛି। ତହସିଲର କେତେଜଣ କର୍ମଚାରୀଙ୍କ ସହ ଠିକା ସଂସ୍ଥାର ସଲାସୁତରା ଥିବାରୁ ଏହି ବେଆଇନ କାର୍ଯ୍ୟ ବିରୋଧରେ ପଦକ୍ଷେପ ନିଆଯାଉ ନାହିଁ।
-ସୁଲୋଚନା ବୀର, ସରପଞ୍ଚ
ଗର୍ତ୍ତରେ ପଡ଼ି ଜୀବଜନ୍ତୁ ମରୁଛନ୍ତି
ପଥର ଖାଦାନରେ ବ୍ଲାଷ୍ଟିଂ ଯୋଗୁ ଅନେକ ଘରର କାନ୍ଥ ଫାଟିଗଲାଣି। ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଥିସହ ଖାଦାନ ଗର୍ତ୍ତରେ ପଡ଼ି ଜୀବଜନ୍ତୁ ମୃତାହତ ହେଉଛନ୍ତି। ତୁରନ୍ତ ପଦକ୍ଷେପ ନିଆଯାଉ।
-କୁମାରୀ ଦେହୁରୀ, ପଦ୍ମପୁର
ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ
୫ ବର୍ଷ ହେବ ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯାନୁଷ୍ଠାନ ଗ୍ରହଣ କରନ୍ତୁ।
-ଘନଶ୍ୟାମ ବେହେରା, ଆଇନଜୀବୀ
କ୍ରଶରକୁ ଅନୁମତି ଦିଆଯାଇଛି
ଗୁରୁଜାଙ୍ଗ ଠାରେ ଥିବା କ୍ରଶର ୟୁନିଟ୍‌ ପାଇଁ ୫ ବର୍ଷ ପୂର୍ବେ ସରକାରୀ ସ୍ତରରେ ଅନୁମତି ଦିଆଯାଇଛି। କୌଣସି ବେଆଇନ କାର୍ଯ୍ୟ ହେଉନାହିଁ। ଘର ଫାଟିବା ସମ୍ପର୍କରେ ପ୍ରକୃତ କାରଣ ଜଣାପଡ଼ି ନାହିଁ।
-ଶାନ୍ତିସ୍ବରୂପ ମିଶ୍ର, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri