ଗାଁ ସ୍ୱଚ୍ଛ, ସହର ଅସ୍ୱଚ୍ଛ

ଛେଣ୍ଡିପଦା,୧୨ା୨(ସ୍ବ.ପ୍ର.): ସ୍ବଚ୍ଛ ଭାରତ ଯୋଜନାରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକକୁ ସଫଳତା ମିଳିଛି। ବ୍ଲକ ଅଞ୍ଚଳର ଗାଁଗୁଡ଼ିକ ବାହ୍ୟମଳମୁକ୍ତ ହୋଇପାରିଥିବା ଦାବି କରାଯାଉଛି। ଏଥିପାଇଁ ପ୍ରଶାସନ ପ୍ରଶଂସା ମଧ୍ୟ ସାଉଣ୍ଟିଛି। ହେଲେ ସହର କିପରି ସ୍ବଚ୍ଛ ହେବ ସେକଥା ବ୍ଲକ ପ୍ରଶାସନ ଭୁଲିଯାଇଥିବା ଅଭିଯୋଗ ହେଉଛି। ବିଳମ୍ବରେ ହେଲେ ବି ସଦରମହକୁମା ଡେଲି ମାର୍କେଟ୍‌ ପରିସରରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ଏହା ସମସ୍ୟାର ସମାଧାନ କରିପାରୁ ନାହିଁ। କାରଣ ବ୍ଲକ, ଓଏଲ୍‌ଏମ୍‌ ଅଫିସ, କୋର୍ଟ ଓ ବସ୍‌ଷ୍ଟାଣ୍ଡଠାରୁ ଏହି ଶୌଚାଳୟ ଦୂରରେ ଥିବାରୁ ବିଭିନ୍ନ କାର୍ଯ୍ୟରେ ସରକାରୀ କାର୍ଯ୍ୟାଳୟ ଆସୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସାଧାରଣ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୌଚ ପାଇଁ ସେମାନଙ୍କୁ ନିକଟସ୍ଥ ଖୋଲା ପଡ଼ିଆକୁ ଯିବାକୁ ପଡ଼ୁଛି। ଏହାଦ୍ୱାରା ସେମାନଙ୍କ ସମ୍ମାନହାନି ହେଉଥିଲେ ବି ବ୍ଲକ ପ୍ରଶାସନର ଏଥିପ୍ରତି ଧ୍ୟାନ ଦେଉ ନ ଥିବରୁ ଅସନ୍ତୋଷ ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଛି। ଛେଣ୍ଡିପଦାରେ ୨ଟି, ବାଗଡିଆରେ ଗୋଟିଏ, କୋଶଳାରେ ଗୋଟିଏ, ପାତ୍ରପଡା ବାୟାଣୀ ପୀଠରେ ଗୋଟିଏ ଏବଂ ଜରପଡାଠାରେ ଗୋଟିଏ ଗୋଷ୍ଠୀ ଶୌଚାଳୟ ତିଆରି କରାଯାଇଛି। କିନ୍ତୁ ଛେଣ୍ଡିପଦା ବ୍ଲକ ପରିସର, ରାଜୀବ ଭବନ, ବସ୍‌ଷ୍ଟାଣ୍ଡ ଓ କୋର୍ଟ ନିକଟରେ ଗୋଟିଏ ହେଲେ ବି ଶୌଚାଳୟ ନିର୍ମାଣ ହୋଇପାରିନାହିଁ। ଫଳରେ ବ୍ଲକ କାର୍ଯ୍ୟାଳୟ ଓ ଜୀବିକା ମିଶନ କାର୍ଯ୍ୟାଳୟକୁ ପ୍ରତ୍ୟେକ ଦିନ ଆସୁଥିବା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନଓ୍ବାଡି କର୍ମୀ, ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳା ଜନପ୍ରତିନିଧିମାନେ ସଭାଘର ଶୌଚାଳୟ ବ୍ୟବହାର କରୁଥିବା ବେଳେ ଅନ୍ୟମାନେ ବ୍ଲକ କାର୍ଯ୍ୟାଳୟଠାରୁ ଏକ କିଲୋମିଟର ଦୂରରେ ଥିବା ନରେନ୍ଦ୍ର ପୋଖରୀ ନିକଟକୁ ଶୌଚ ହେବା ପାଇଁ ଯାଉଛନ୍ତି। ସେହିପରି ଜୀବିକା ମିଶନ କାର୍ଯ୍ୟାଳୟ ଓ ଜେଏମ୍‌ଏଫ୍‌ସି କୋର୍ଟକୁ ଆସୁଥିବା ମହିଳାମାନେ ନିକଟରେ ଥିବା ପଡିଆରେ ଖୋଲାରେ ଶୌଚ ହେଉଛନ୍ତି। ବର୍ଷ ବର୍ଷ ଧରି ଏପରି ସମସ୍ୟା ମା’ମାନଙ୍କ ସମ୍ମାନହାନି କରୁଥିବାରୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ, ରାଜୀବ ଭବନ ନିକଟରେ ଶୌଚାଳୟ ନିର୍ମାଣ ପାଇଁ ଜୋରଦାର ଦାବି ହେଉଛି।

ମହିଳାମାନେ ସମସ୍ୟାରେ ପଡ଼ୁଛନ୍ତି
ଛେଣ୍ଡିପଦା ବ୍ଲକ ଅଫିସ ପରିସରରେ ମହିଳା ଜନପ୍ରତିନିଧିମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନାହିଁ। ଫଳରେ ଦୈନିକ ଆସୁଥିବା ମହିଳା ପ୍ରତିନିଧିମାନେ ମିଟିଂ ହଲ ଭିତରେ ଥିବା ଶୌଚାଳୟକୁ ଶୌଚ ପାଇଁ ଯାଉଛନ୍ତି। ତେବେ ଜନପ୍ରତିନିଧିମାନଙ୍କ ବ୍ୟତୀତ ବିଭିନ୍ନ କାମରେ ଆସୁଥିବା ଜନସାଧାରଣ ଓ ମହିଳାମାନେ ଏ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ସରୋଜିନୀ ବେହେରା, ସରପଞ୍ଚ, ଛେଣ୍ଡିପଦା
ଖୋଲା ପଡ଼ିଆରେ ଶୌଚ ହେଉଛୁ
ଛେଣ୍ଡିପଦା ଓଏଲ୍‌ଏମ୍‌ ଅଫିସକୁ ବ୍ଲକରେ ଥିବା ୩୪ ପଞ୍ଚାୟତର ସିଆର୍‌ପି, ଏମ୍‌ବିକେ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ କାମ ସହ ଟ୍ରେନିଂ ପାଇଁ ଆସୁଛନ୍ତି। ଏହି ଅଫିସ ପରିସରରେ ଶୌଚାଳୟ ନ ଥିବାରୁ ମହିଳାମାନେ ତହସିଲ ପଡିଆରେ ଖୋଲାରେ ଶୌଚ ହେଉଛନ୍ତି। ତେଣୁ ଏଠାରେ ଏକ ଶୌଚାଳୟ ନିର୍ମାଣ ହେଲେ ସମସ୍ତଙ୍କ ପାଇଁ ସୁବିଧା ହୋଇପାରନ୍ତା।
-ସୁଜାତା ବେହେରା, ପଞ୍ଚାୟତସ୍ତରୀୟ ମହାସଂଘ ସମ୍ପାଦିକା
ଅସମ୍ମାନ କରୁଛି ପ୍ରଶାସନ
ଶୌଚାଳୟ ସୁବିଧା ନ ଥିବାରୁ ମହିଳା ଜନପ୍ରତିନିଧି, ଗୋଷ୍ଠୀ ସଦସ୍ୟାମାନେ ଅସୁବିଧାର ସମ୍ମୁଖୀନ ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ମା’ମାନଙ୍କୁ ସମ୍ମାନ ପରିବର୍ତ୍ତେ ପ୍ରଶାସନ ଅପମାନିତ କରୁଛି। ଯଥାଶୀଘ୍ର ଓଏଲ୍‌ଏମ୍‌ ଅଫିସ, ବ୍ଲକ କାର୍ଯ୍ୟାଳୟ ଏବଂ କୋର୍ଟ ନିକଟରେ ମହିଳାମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କଲେ ସେମାନେ ଉପକୃତ ହୋଇପାରନ୍ତେ।
-ପଦ୍ମଚରଣ ମାଝି, ସଭାପତି, ଛେଣ୍ଡିପଦା ବାର୍‌ ଆସୋସିଏଶନ
ସମସ୍ୟା ଶୀଘ୍ର ଦୂରହେବ
ଛେଣ୍ଡିପଦା ବ୍ଲକ ଭିତରେ ଗୋଟିଏ, କୋର୍ଟ ଏବଂ ଓଏଲ୍‌ଏମ୍‌ ଅଫିସ ମଝିରେ ଆଉ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ ନିମନ୍ତେ ପ୍ରସ୍ତାବ ରଖାଯାଇଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କିପରି କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ମା’ମାନଙ୍କ ସମସ୍ୟା ଶୀଘ୍ର ଦୂର ହୋଇପାରିବ।
-ବିଶ୍ୱନାଥ ସାହୁ, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri