ପୁରୁଷ ଶୂନ୍ୟ ହେଲା ଗାଁ, ଏସ୍‌ପିଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କଲା ଦଳିତ ଆଦିବାସୀ ମହାସଂଘ

ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ପଞ୍ଚାୟତ କନର୍ଲା ଗାଁରେ ଆଦିବାସୀଙ୍କ ପର୍ବ ଚାଲିଥିବା ସମୟରେ ଅବକାରୀ ଚଢ଼ାଉ ଓ  ପରବର୍ତ୍ତୀ ଆକ୍ରମଣ-ପ୍ରତିଆକ୍ରମଣର ନିରପେକ୍ଷ ତଦନ୍ତ ଦାବି
କରିଛି ଜିଲା ଦଳିତ ଆଦିବାସୀ ମହାସଂଘ। ପୁରୁଷ-ମହିଳା ଓ ଶିଶୁଙ୍କ ଉପରେ ପୋଲିସ-ଅବକାରୀ ବିଭାଗ ଅମାନୁଷିକ ଆକ୍ରମଣ କରିଥିବା ଅଭିଯୋଗ କରି ମହାସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ପ୍ରାପ୍ତସୂଚନା ଅନୁସାରେ, ଗତ ବୁଧବାର ଅପରାହ୍ନରେ କନର୍ଲା ଗାଁରେ ସେମିଯାତ୍ରା ତଥା ଟୋକିପରବ ଚାଲିଥିଲା। ଏହି ସମୟରେ ଅବକାରୀ ବିଭାଗ ଅତର୍କିତ ଚଢ଼ଉ କରିଥିଲା।କର୍ମଚାରୀମାନେ ଦେଶୀ ରନ୍ଧା ମଦ ଜବତ କରିବା ନାଁରେ ଜୋତାପିନ୍ଧି ଧରଣୀଗୁଡ଼ି ଓ ପୂଜାସ୍ଥଳ ମଧ୍ୟକୁ ପଶିଯିବାରୁ ଗାଁ ଲୋକେ ବାରଣ କରିଥିଲେ। ଅବକାରୀ ବିଭାଗର କର୍ମଚାରୀମାନେ ଗାଁ ଲୋକଙ୍କୁ ଦେଶୀ ମଦ ରାନ୍ଧି ବିକ୍ରି କରୁଛ ବୋଲି ଅଭିଯୋଗ କରି ଗାଳିଗୁଲଜ କରିବା ସହିତ ପୂଜାସ୍ଥଳରେ ଫିଙ୍ଗାଫୋପଡ଼ା କରିଥିଲେ।

ଏହି ଚଢ଼ାଉକୁ ଗାଁ ଲୋକେ ବିରୋଧ କରିବାରୁ ଉଭୟପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା। ଗାଁ ଲୋକଙ୍କ ପ୍ରତିବାଦ ଓ କମ ସଂଖ୍ୟକ ଅବକାରୀ କର୍ମଚାରୀ ଥିବାରୁ ସେମାନେ ଫେରିଆସି ପୁଣି ସକାଳେ ପୋଲିସ ଫୋର୍ସ ସହିତ ଗାଁକୁ ଯାଇ ପୁରୁଷ, ମହିଳା
ସମସ୍ତଙ୍କୁ ଘରୁ ଡାକିଆଣି ତଥା ଗୋଡ଼ାଇ ଗୋଡ଼ାଇ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଶନିବାର ଘଟଣାସ୍ଥଳକୁ ଜିଲା ଦଳିତ ମହାସଂଘର ସଭାପତି ପରମାନନ୍ଦ ମାଝୀ, କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ, ମହାସଚିବ ଦେବୀପ୍ରସାଦ ସିନ୍ଦୂର, ସାଧାରଣ ସଂପାଦକ ସୁଶୀଲ ବାଗ, ସଦସ୍ୟ ରମେଶ ଚନ୍ଦ୍ର ନାଏକ ପ୍ରମୁଖ କନର୍ଲା ଗାଁ ଗସ୍ତ କରି ତଥ୍ୟ ସଂଗ୍ରହ କରିଛନ୍ତି।ସେମାନଙ୍କ କହିବା ଅନୁସାରେ, ଅବକାରୀ ବିଭାଗ ଆଦିବାସୀଙ୍କ ଧର୍ମୀୟ ବିଶାସ ଓ ପରମ୍ପରା ଉପରେ ଆଘାତ ପହଞ୍ଚାଇବାରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ । ଗତ ତିନିଦିନ ହେଲା ଗାଁରେ ସମସ୍ତଙ୍କ ଘରେ ତାଟି କବାଟ ପଡ଼ିଥିବା ବେଳେ ପୋଲିସର ଗିରଫଦାରୀ ଭୟରେ ଗାଁର ପୁରୁଷ ମହିଳା ପ୍ରବଳ ଶୀତ ସତ୍ତ୍ବେ ପିଲାଛୁଆ ଧରି ଜଙ୍ଗଲରେ ଲୁଚିଛନ୍ତି। ଗାଁର ୩ ଜଣ ଶିଶୁ ପାଞ୍ଚ ଜଣ ବୁଢ଼ାବୁଢ଼ୀଙ୍କ ସମେତ ୩୨ ଜଣ ପୋଲିସ ଓ ଅବକାରୀ କର୍ମଚାରୀଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ସେମାନେ ଦର୍ଶାଇଛନ୍ତି। ମହାସଂଘ ତରଫରୁ ଏ ନେଇ ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri