ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମୀ

କେନ୍ଦୁଝର, ୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଅପରାହ୍ନରେ କେନ୍ଦୁଝର ଏମ୍‌ପିଙ୍କ ପ୍ରତିନିଧି ହରିହର ପ୍ରଧାନ ଓ ସେମାନଙ୍କ ସମର୍ଥକମାନେ ଅଫିସ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ପରେ ଆପୋଷ ବୁଝାମଣା ପରେ ତାଲା ଖୋଲାଯାଇଥିଲା।
କେତେକ କାମକୁ ନେଇ ଏମ୍‌ପିଙ୍କ ପ୍ରତିନିଧି ପ୍ରଧାନ ଓ ଅନ୍ୟ କେତେକ ଭାଜପା କର୍ମୀ ବ୍ଲକକୁ ଆସିଥିଲେ।

ସେମାନେ ବିଡିଓ ଗୀତା ମୁର୍ମୁଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ। ତେବେ କୌଣସି ନିର୍ଦ୍ଦିଷ୍ଟ କାମ ନ ଥାଇ ବାରମ୍ବାର ବହୁ ସଂଖ୍ୟାରେ କାହିଁକି ଆସୁଛ ବୋଲି ବିଡିଓ ସେମାନଙ୍କୁ କହିବାରୁ ବିଡିଓ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଏମ୍‌ପି ପ୍ରତିନିଧି ଓ ଭାଜପା କର୍ମୀମାନେ ବିଡିଓ ମୁର୍ମୁ ଅଫିସରେ ଥିବା ବେଳେ ବାହାରୁ ତାଲା ପକାଇ ଦେଇଥିଲେ। ଭାଜପା କର୍ମୀଙ୍କ କହିବା ଅନୁସାରେ ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନା ପାଇଁ ଆସିଥିବା ବେଳେ ବିଡିଓ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଅନ୍ୟପକ୍ଷରେ ବିଡିଓ ମୁର୍ମୁ କହିଛନ୍ତି, ଏମ୍‌ପି ପ୍ରତିନିଧି ଓ ସେମାନଙ୍କର ସମର୍ଥକମାନେ ବାରମ୍ବାର ଆସୁଥିବାରୁ କାହିଁକି ଏତେ ଜଣ ଆସୁଛ, ଜଣେ ଦୁଇ ଜଣ ଆସିଲେ କଥାବାର୍ତ୍ତା ହୋଇହେବ ବୋଲି କହିଥିଲେ। ହେଲେ ଏଥିରେ ସେମାନେ ଉତ୍‌କ୍ଷିପ୍ତ ହୋଇ ଅଫିସ୍‌ରେ ସେମାନେ ତାଲା ପକାଇଥିଲେ। ଅନ୍ୟପକ୍ଷରେ ଏମ୍‌ପି ପ୍ରତିନିଧି ହରିହର ପ୍ରଧାନ କହିଛନ୍ତି ଯେ, ସରକାରୀ ଦଳର ହୋଇଥିବାରୁ ମଙ୍ଗଳବାର ଦୁଇ ମଣ୍ଡଳର ସଭାପତି ଓ ଅନ୍ୟମାନେ କେତେକ ଉନ୍ନୟନମୂଳକ କାମ ବିଷୟରେ ଆଲୋଚନା କରିବାକୁ ଯାଇଥିଲୁ। କାହିଁକି ଏତେ ସଂଖ୍ୟାରେ ଆସିଛ ବୋଲି କହି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଫଳରେ ତା’ର ପ୍ରତିବାଦରେ ଫାଟକ ନିକଟରେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri