କର୍ଲାମୁଣ୍ଡା:୧୯।୫(ପ୍ରଦୀପ କୁମାର ସାହୁ): ଭାରତୀୟ ସେନାର ପରାକ୍ରମ ପ୍ରତି ସମ୍ମାନ ଜଣାଇ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରେ ‘ତ୍ରିରଙ୍ଗା ଯାତ୍ରା’ ସୋମବାର ଅନୁଷ୍ଠିତ ହୋଇଯାଇଛିରେ । କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣୀ ଭୋଇଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ଟି ବ୍ଲକ ସଦର ଶିବ ମନ୍ଦିର ଠୁଁ ବାହାରି କଲେଜ ଛକ ରେ ପହଞ୍ଚିଥିଲା।ଏଥିରେ ପୂର୍ବତନ ଭାଜପା ବ୍ଲକ ସଭାପତି ଗୋବିନ୍ଦ ସାହୁ,ଜୋରାଡ଼ବରା ମଣ୍ଡଳ ସଭାପତି ଜତୀନ୍ଦ୍ର ସାହୁ,ପୂର୍ବତନ ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ବିଜେପି ନେତା ଦଶରଥ ସାହୁ,ଶୁଭ୍ରାଂଶୁ ସାହୁ,ଶିଶିର ସାହୁ,ଲିଙ୍ଗରାଜ ସାହୁ,ସଞ୍ଜୟ ଜୈନ, ଟିକେଧର ରଣା, ସୂର୍ଯ୍ୟ ମଣୀ ଘିଭେଲାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

