ଟିକା ନେଲେ ଏନ୍‌ଏସି କୋଭିଡ୍‌ ନୋଡାଲ ଅଫିସର

ଗଞ୍ଜାମ, ୯।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ପ୍ରଥମେ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ଗଞ୍ଜାମ ଏନ୍‌ଏସି କୋଭିଡ୍‌ ନୋଡାଲ ଅଫିସର ବିପିନ କୁମାର ବାରିକି କୋଭିଡ୍‌ ଟିକା ନେଇଛନ୍ତି । ଟିକା ନେବା ପରେ ସେ ନିଜର ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ ଯୋଗ୍ୟ। ବର୍ତ୍ତମାନ ଏହି ଏନ୍‌ଏସି ସମ୍ପୂର୍ଣ କରୋନା ମୁକ୍ତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।