Posted inଫୁରସତ

ଡବା କ୍ଷୀର ପାଇଁ ବ୍ୟଗ୍ରତା ଛାଡ଼ିବାକୁ ହେବ

ସବୁ ଅଭିଭାବକ ଚାହାନ୍ତି କିପରି ପିଲାଟି ସୁସ୍ଥ ହୋଇ ଜନ୍ମ ହେବ ଏବଂ ପରେ ତା’ର ସ୍ବାସ୍ଥ୍ୟ ଭଲ ରହିବ। ଏ ସମ୍ପର୍କରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ସୁରେନ୍ଦ୍ର ନାଥ ମିଶ୍ରଙ୍କ ସହିତ ‘ଧରିତ୍ରୀ’ର ଅସମାପିକା ସାହୁଙ୍କ ସ୍ବତନ୍ତ୍ର ଆଳାପ। ଗଞ୍ଜାମ ଜିଲା କୋଦଳା ବ୍ଲକ ଫାଶୀ ଗ୍ରାମରେ ୧୯୫୯ ଜୁଲାଇ ୩୦ରେ ଜନ୍ମଗ୍ରହଣ କରିଥିବା ଡା. ମିଶ୍ର ବ୍ରହ୍ମପୁର ଏମ୍‌କେସିଜିରୁ ୧୯୮୩ରେ ଏମ୍‌ବିବିଏସ୍‌ ଶେଷ କରିଥିଲେ। ଏହାପରେ ସେ ସରକାରୀ ଚାକିରିରେ ଯୋଗଦେଇଥିଲେ। ପରେ ୧୯୯୩ରୁ ସେ ଏମ୍‌କେସିଜିରୁ ପେଡିଆଟ୍ରିକ୍‌ରେ ପିଜି ଶେଷ କରିଥିଲେ।

ପ୍ରଶ୍ନ- ପିଲା ସୁସ୍ଥ ରହିବା ପାଇଁ ଅଭିଭାବକ କ’ଣ କରିବା ଉଚିତ?
ଉତ୍ତର- ପିଲାକୁ ସୁସ୍ଥ ଓ ସ୍ବାସ୍ଥ୍ୟବାନ କରିବାକୁ ହେଲେ କେବଳ ଜନ୍ମ ପରେ ନୁହେଁ, ଜନ୍ମ ପୂର୍ବରୁ ବି ଯତ୍ନ ନେବାକୁ ପଡ଼ିବ। ଗର୍ଭଧାରଣ ସମୟରୁ ହିଁ ପିଲାର ଯତ୍ନ ନେବାକୁ ପଡ଼ିବ। ପ୍ରସବ ପରେ ପିଲାର ଗ୍ରୋଥ୍‌ ପାଇଁ ମା’ କ୍ଷୀର ଗୁରୁତ୍ୱ ବହନ କରେ। କିନ୍ତୁ ଆଜିକାଲି ଅଭିଭାବକମାନେ ପିଲାକୁ ନେଇ ଆବଶ୍ୟକଠାରୁ ଅଧିକ ଚିନ୍ତା କରନ୍ତି। ଗୋଟେ ଛୁଆ ପାଇଁ ମା’, ବାପାଠାରୁ ଆରମ୍ଭ କରି ତା’ର ପୂରା ପରିବାର ବ୍ୟସ୍ତ ହୋଇପଡ଼ନ୍ତି। ଏଭଳି ବ୍ୟଗ୍ରତା ବି ବେଳେ ବେଳେ ଖରାପ ସ୍ଥିତିକୁ ଟାଣିଦିଏ। ଯଦି ନବଜାତ ପିଲାଟି ଦୁଇଦିନ ଭିତରେ ଭଲରେ ମା’ କ୍ଷୀର ନେଇ ନ ପାରିଲା, ଅଭିଭାବକ ସଙ୍ଗେ ସଙ୍ଗେ ବାହାରୁ ଡବା କିଣି ଆଣି ଦିଅନ୍ତି। ଆମେ ସେମାନଙ୍କୁ ବାହାର ଡବା ଆଣି ନ ଦେବା ପାଇଁ କାଉନସେଲିଂ କରୁ। ପ୍ରସବ ପରେ ପିଲାର ଭଲ ଗ୍ରୋଥ୍‌ ପାଇଁ ମା’ କ୍ଷୀର ଗୁରୁତ୍ୱ। ଏଥିସହିତ ମା’ର ପୋଷଣଯୁକ୍ତ ଖାଦ୍ୟ ଉପରେ ବି ପିଲାର ଗ୍ରୋଥ୍‌ ନିର୍ଭର କରେ।
ପ୍ରଶ୍ନ- ୩ବର୍ଷର ଛୁଆ ବି ଜଙ୍କ୍‌ ଫୁଡ୍‌ ଖାଇବା ଅଭ୍ୟାସ କଲେଣି। ଏ ସମ୍ପର୍କରେ କ’ଣ କହିବେ?
ଉତ୍ତର- ଏହା ସ୍ଲୋ ପଏଜନ। କେବଳ ଛୋଟ ପିଲା ନୁହେଁ, କୌଣସି ବର୍ଗର ଲୋକଙ୍କ ପାଇଁ ଏହାର ଆବଶ୍ୟକତା ନାହିଁ। ଏଥିରେ କୌଣସି ନ୍ୟୁଟ୍ରିସନାଲ ଭାଲ୍ୟୁ ନାହିଁ। କେବଳ ପାଟି ସୁଆଦ ଓ ଫ୍ୟାନ୍‌ସି। ପୂରା ଜୀବନ ପାଇଁ ଏହା ବିପଦ।
ପ୍ରଶ୍ନ- ଥାଲାସେମିଆ ଏକ ସାଧାରଣ ରୋଗ ହେଲାଣି। ସବୁବେଳେ ରକ୍ତର ଆବଶ୍ୟକ ପଡ଼ୁଛି। ଏଥିରୁ ସମ୍ପୂର୍ଣ୍ଣ ଭଲ ହେବା ପାଇଁ କିଛି ଚିକିତ୍ସା ଅଛି କି?
ଉତ୍ତର- ମେଜର ଥାଲାସେମିଆରେ ରକ୍ତର ଆବଶ୍ୟକ ପଡ଼ିଥାଏ। ପ୍ରତି ମାସରେ ପ୍ରାୟ ଗୋଟେ ଦୁଇଟା ଅବଶ୍ୟକ ପଡ଼େ। ଏହି ରୋଗ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ନାହିଁ। ଯାହା କିଛି ଚିକିତ୍ସା ଅଛି, ତାହା କେବଳ ଜୀବନ ବଞ୍ଚାଇବା ପାଇଁ। ତେବେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହେଉଛି ଏହାର ଲାଟେଷ୍ଟ ଟ୍ରିଟ୍‌ମେଣ୍ଟ।
ପ୍ରଶ୍ନ- କେତେବେଳେ ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ପଡ଼େ?
ଉତ୍ତର- ରୋଗ ଚିହ୍ନଟ ହେବା ଦିନଠାରୁ ଏହାର ଆବଶ୍ୟକ ପଡ଼େ। କିନ୍ତୁ ଦୁଃଖର ବିଷୟ ଏହାର ଚିକିତ୍ସା ପାଇଁ ଖର୍ଚ୍ଚ ଓ ଖର୍ଚ୍ଚ ତୁଳନାରେ ସଫଳତା ବହୁତ କମ୍‌। ଏହି ଚିକିତ୍ସା ପଦ୍ଧତି ଉପରେ ଏବେ ବି ଗବେଷଣା ଚାଲିଛି। ତେଣୁ ଏହାକୁ କାର୍ଯ୍ୟକ୍ଷମ କରି ହେଉନି।
ପ୍ରଶ୍ନ- ସିକିଲ ସେଲ୍‌ ଆନିମିଆ ସମ୍ପୂର୍ଣ୍ଣ ଭଲ ହେବାର ସମ୍ଭାବନା ଅଛି କି?
ଉତ୍ତର- ଏହି ରୋଗ ବି ସେହି ଥାଲାସେମିଆ ପରି ଏକ୍ସପରିମେଣ୍ଟାଲ ଷ୍ଟେଜ୍‌ରେ ଅଛି। ରୋଗର ଚିକିତ୍ସା ଅଛି, କିନ୍ତୁ ସମ୍ପୂର୍ଣ୍ଣ ଭଲ ହେବା ପାଇଁ ସେମିତି କିଛି ଚିିକିତ୍ସା ନାହିଁ। ଏହାର ବି ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା ପାଇଁ ଗବେଷଣା ଚାଲିଛି।
ପ୍ରଶ୍ନ- ଥାଲାସେମିଆ ଓ ସିକିଲ ସେଲ୍‌ ଆନିମିଆ ବଂଶାନୁଗତ ରୋଗ। ଏହାର ପ୍ରତିକାର?
ଉତ୍ତର- ଫୁଲବାଣୀ, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ାର କିଛି ନିର୍ଦ୍ଦିଷ୍ଟ ଜାଗାରେ ସିକିଲ ସେଲ୍‌ ଆନିମିଆ ଅଧିକ ଦେଖାଯାଉଛି। କାରଣ ସେଠାରେ ସମ୍ପର୍କୀୟଙ୍କ ମଧ୍ୟରେ ବାହାଘର ହୋଇଥାଏ। ତେଣୁ ପ୍ରତିକାର ପାଇଁ ସେଭଳି ଗୋଷ୍ଠୀ ଭିତରେ ବାହାଘର ନ କରିବା ଭଲ। ସେହିପରି ଯଦି କାହାର ଗୋଟେ ପିଲା ଏହି ରୋଗରେ ପୀଡ଼ିତ ଅଛି ସେମାନେ ଆଉ ପିଲା ଜନ୍ମ ନ କରିବା ଭଲ। ଏସବୁ ସଚେତନତା କରାଗଲେ ରୋଗକୁ ରୋକାଯାଇପାରିବ।
ପ୍ରଶ୍ନ-ଏବେ ପ୍ରାୟ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲୁଛି। ପିଲା ମୋବାଇଲ ଫୋନ୍‌ରେ ଅଧିକ ସମୟ କ୍ଲାସ୍‌ କଲେ କ’ଣ ପ୍ରଭାବ ପଡ଼ିବ?
ଉତ୍ତର- ଏହାର ପ୍ରଭାବ ପଡ଼ୁଛି। ସେମାନଙ୍କ ଚିଡ଼ଚିଡ଼ା ପଣ ବଢ଼ିଯାଉଛି। ଏଥିସହିତ ଆଖି ଉପରେ ପ୍ରଭାବ ପକାଉଛି। ଏଥିପାଇଁ ଏବେ ଅନେକ ପିଲା ହସ୍ପିଟାଲକୁ ଆସୁଛନ୍ତି। ତେଣୁ ଅଧିକ ଜରୁରୀ ନ ହେଲେ ମୋବାଇଲ ଫୋନ୍‌ ବ୍ୟବହାର ନ କରିବା ଭଲ।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି?
ଉତ୍ତର- ମୁଁ ଘରେ ରହି ପରିବାର ଲୋକଙ୍କ ସହିତ ସମୟ ବିତାଇକୁ ପସନ୍ଦ କରେ।
ପ୍ରଶ୍ନ- କ’ଣ ଖାଇବାକୁ ଭଲ ଲାଗେ?
ଉତ୍ତର- ଘାଣ୍ଟ ତରକାରି ମୋର ପ୍ରିୟ ଖାଦ୍ୟ।
ପ୍ରଶ୍ନ- ରୋଷେଇ ଜାଣନ୍ତି କି?
ଉତ୍ତର- ହଁ। ସବୁ ରୋଷେଇ ଜାଣି ନାହିଁ। ତଥାପି ମୁଁ ଭଲ ଡାଲମା କରେ। ମୋ ହାତ ତିଆରି ଡାଲମାକୁ ସମସ୍ତେ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?