ଭୁଶୁଡ଼ିଲା ନିର୍ମାଣାଧୀନ ପୋଖରୀ ଓ୍ବାଲ୍‌

ଦାରିଙ୍ଗବାଡ଼ି,୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସର୍ବ ପୁରାତନ ପୋଖରୀରେ ନିର୍ମାଣାଧୀନ କାର୍ଯ୍ୟ ଭୁଶୁଡ଼ି ପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବରୁ ଭୁଶୁଡ଼ି ଯାଇଥିବା ଗ୍ରାମର ଓକିଲ ପ୍ରଦୀପ ସାହୁ ଅଭିଯୋଗ କରିଛନ୍ତ। ସେ କହିଛନ୍ତି, ପୂର୍ବରୁ ଏନେଇ ପ୍ରଶାସନଙ୍କୁ ଅବଗତ କରାଯାଇଥିଲା। ହେଲେ କେହି ଶୁଣିବା ପରିବର୍ତ୍ତେ ସେଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ହେଁ ଏବେ ତାହା କୌଣସି କାମକୁ ଆସିଲା ନାହିଁ ବୋଲି ଅଭିଯୋଗ ହୋଇଛି।

ପ୍ରକାଶ ଯେ, କିଛି ବର୍ଷ ତଳେ ଉକ୍ତ ପୋଖରୀର ପୁନରୁଦ୍ଧାର କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏବେ ଦୁଇଟି ପର୍ଯ୍ୟାୟରେ ୧୫ଲକ୍ଷ ଟଙ୍କା ଅନୁଦାନରେ କାର୍ଯ୍ୟ କରାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ଟଙ୍କା ଅନୁଦାନରେ ଫେବର ପକାଯିବା ସହ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ହେଲେ ବର୍ଷା ଯୋଗୁ ଏବେ ଉକ୍ତ କାର୍ଯ୍ୟ ଧୋଇଯିବା ସହ ଏହା ନିମ୍ନମାନର କାର୍ଯ୍ୟ କରାଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ଧୀରେନ ସେଠୀ କହିଛନ୍ତି, ପୂର୍ବରୁ କରାଯାଇଥିବା ପୁରୁଣା ପୋଖରୀ ଓ୍ବାଲ ଉପରେ ଫେବର ପଡ଼ିଥିଲା। ଉକ୍ତ ଓ୍ବାଲ ଭୁଶୁଡ଼ିବାରୁ ଏଭଳି ପରିସ୍ଥିତି ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri