Posted inଖେଳ

ଖୋ ଖୋ ରୋମାଞ୍ଚ

ରୋମାଞ୍ଚ ଆଣିଛି ସ୍ବଦେଶୀ କ୍ରୀଡ଼ା। ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ଏବେ କ୍ରୀଡ଼ା ଜଗତରେ ବେଶ୍‌ ଚର୍ଚ୍ଚାରେ ରହିଛି । ନିିୟମରେ ଅନେକ ପରିବର୍ତ୍ତନ, ବାଜା, ବାଣ, ଦର୍ଶକଙ୍କ ଉପସ୍ଥିତି, ରଙ୍ଗବେରଙ୍ଗର ଆଲୋକମାଳା ମଧ୍ୟରେ ରାତି ମ୍ୟାଚ୍‌ ପ୍ରତିଯୋଗିତାକୁ ବେଶ୍‌ ମନୋଜ୍ଞ କରିଛି।
ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଛି ଅଲ୍‌ଟିମେଟ ଖୋ ଖୋ। ଖୋ ଖୋ ଏକ ସ୍ବଦେଶୀ କ୍ରୀଡ଼ା ହୋଇଥିଲେ ହେଁ ନିୟମରେ ଅନେକ ପରିବର୍ତ୍ତନ ସହ ଆତ୍ମ ପ୍ରକାଶ କରିଛି ଫ୍ରାଞ୍ଚାଇଜ୍‌ ଭିତ୍ତିକ ଏହି ଲିଗ। ପ୍ରତିଯୋଗିତାର ସର୍ବପ୍ରଥମ ସଂସ୍କରଣ ଅନେକ କାରଣରୁ ରୋମାଞ୍ଚକ ହୋଇପାରିଛି। ବାଜା, ବାଣ, ଦର୍ଶକଙ୍କ ଉପସ୍ଥିତି, ରଙ୍ଗ ବେରଙ୍ଗର ଆଲୋକମାଳା ମଧ୍ୟରେ ରାତି ମ୍ୟାଚ, ଗୋଟିଏ ଦଳରେ ଏକାଧିକ ରାଜ୍ୟର ଖେଳାଳିଙ୍କ ସମାହାର ପ୍ରତିଯୋଗିତାକୁ ବେଶ୍‌ ମନୋଜ୍ଞ କରିଛି। ନିଲାମ ପ୍ରକ୍ରିୟାରେ ଖେଳାଳିମାନେ ବିଭିନ୍ନ ଦଳପାଇଁ କିଣା ହୋଇଛନ୍ତି। ତେଣୁ ଦଳରେ ସନ୍ତୁଳନ ରକ୍ଷା ପାଇଁ ଫ୍ରାଞ୍ଚାଇଜ୍‌ ମାଲିକମାନେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି। ଯେଉଁ ଦଳ ଯେତେ ସନ୍ତୁଳିତ ସେ ସେତେ ଭଲ ପ୍ରଦର୍ଶନ ଦେବାକୁ ସକ୍ଷମ ହୋଇଛି। ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବାରୁ ପ୍ରତିଯୋଗିତାର ରୋମାଞ୍ଚ ବଢ଼ିଛି। ଏବେ ହେବ ଟାଇଟଲ ପାଇଁ ଟକ୍କର। କ୍ବାଲିଫାୟର-୧ରେ ଟେବୁଲ ଟପ୍ପର ଗୁଜରାଟ ଜାଏଣ୍ଟ୍ସ ଓ ଭୁବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଜଗରନଟ୍ସ ମଧ୍ୟରେ ମୁକାବିଲା ହେବ। ତୃତୀୟ ଓ ୪ର୍ଥ ସ୍ଥାନୀୟ ଦଳ ତେଲଗୁ ଯୋଦ୍ଧାସ ଓ ଚେନ୍ନାଇ ସୁପର ଗନ୍ସ ଏଲିମିନେଟର ଖେଳିବେ। ଏଲିିମିନେଟରରେ ବିଜୟୀ ଦଳ କ୍ବାଲିଫାୟର-୧ର ପରାଜିତ ଦଳକୁ କ୍ବାଲିଫାୟର-୨ରେ ଭେଟିବ। ଏହାପରେ ଦୁଇ କ୍ବାଲିଫାୟର ଦଳର ବିଜେତାଙ୍କ ମଧ୍ୟରେ ଫାଇନାଲ ୪ ତାରିଖରେ ଖେଳାଯିବ।
କୋଚ୍‌ ଅଶ୍ୱିନଙ୍କ ଦୃଢ଼ୋକ୍ତି
ଅଲଟିମେଟ ଖୋ ଖୋ ଲିଗର ପ୍ରଥମ ସଂସ୍କରଣ ୬ ଦଳ ବିଶିଷ୍ଟ ହୋଇଥିବାରୁ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ଦଳ ୧୦ଟି ଲେଖାଏ ମ୍ୟାଚ ଖେଳିଛନ୍ତି। ୮ଟି ମ୍ୟାଚ ଶେଷସୁଦ୍ଧା ଓଡ଼ିଶା ଜଗରନଟ୍ସ ପ୍ରଥମ ୨ ଦଳ ମଧ୍ୟରେ ରହିବା ନିଶ୍ଚିତ ହୋଇଯିବା ପରେ ପରୀକ୍ଷା ନିରୀକ୍ଷା କରିଥିଲେ କୋଚ୍‌ ଅଶ୍ୱିନ କୁମାର ଶର୍ମା। ସେ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇ ରିଜର୍ଭ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ। ଫଳରେ ଦଳର ସନ୍ତୁଳନ ବିଗିଡ଼ି ଥିଲା ଏବଂ ଲିଗ୍‌ ପର୍ଯ୍ୟାୟର ଶେଷ ୨ଟି ମ୍ୟାଚ ହାରିଥିଲା ଓଡ଼ିଶା। ମାତ୍ର ଏହା ଦଳର ମନୋବଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କୋଚ୍‌ ଅଶ୍ୱିନ। ”ଆମେ ଜାଣି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଛୁ। ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଆମର ଲକ୍ଷ୍ୟ ଥିଲା। ମାତ୍ର ସେମାନଙ୍କ ମଧ୍ୟରୁ କେତେକ ସୁଯୋଗର ସଦ୍‌ବ୍ୟବହାର କରିପାରିଲେ ନାହିଁ। ଫଳରେ ମ୍ୟାଚ ଅବସରରେ ଏକାଧିକ ତ୍ରୁଟି ଯୋଗୁ ମ୍ୟାଚ ହାରିଲୁ“ ବୋଲି କହିଛନ୍ତି ଅଶ୍ୱିନ। ତେବେ ଆଗାମୀ ମ୍ୟାଚ ଜିତି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିବ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିବାରୁ ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସାରେ ପୋତିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାରୁ ଓଡ଼ିଶା ଖୋ ଖୋ ଆଜି ଏହି ପ୍ରତିଯୋଗିତାରେ ଖେଳିବା ସମ୍ଭବ ହୋଇପାରିଛି। ଏଥିପାଇଁ ଓଡ଼ିଶା ସରକାରଙ୍କୁ ଯେତେ ପ୍ରଶଂସା କଲେ କମ୍‌ ହେବ ବୋଲି ସେ କହିଛନ୍ତି।

ପ୍ରଦର୍ଶନର ଛାପ ଛାଡ଼ିଲେ ଓଡ଼ିଶା ଖେଳାଳି
ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ମୋଟ ୧୦ ଜଣ ଓଡ଼ିଆ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶା ଜଗରନଟ୍ସ ଦଳରେ ୬ ଜଣ, ଗୁଜରାଟ ଜାଏଣ୍ଟ୍ସ ଦଳରେ ୩ ଓ ରାଜସ୍ଥାନ ୱାରିୟର୍ସ ଦଳରେ ଜଣେ ଖେଳାଳି ସାମିଲ। ଜଗରନଟ୍ସ ଦଳରେ ଖେଳିଥିବା ଖେଳାଳିମାନେ ହେଲେ ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ, ସ୍ବୟମ ସତ୍ୟପ୍ରକାଶ ପରିଜା, ସୁକାନ୍ତ ସିଂ, ସିଦ୍ଧେଶ୍ୱର ଟୁଡୁ ଓ ଶୁଭାଶିଷ ସାନ୍ତ୍ରା। ଗୁଜରାଟ ଜାଏଣ୍ଟ୍ସରେ ଏନ. ଜଗନ୍ନାଥ ଦାସ, ଦେବେନ୍ଦ୍ର ନାଥ ଓ ଅଜୟ କୁମାର ମାଣ୍ଡ୍ରା ଖେଳିଥିବାବେଳେ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଭରତ କୁମାର ପ୍ରଧାନ।
ଓଡ଼ିଶା ସରକାରଙ୍କୁ ଧନ୍ୟବାଦ
ଓଡ଼ିଶା ଜଗରନଟ୍ସ ଦଳର ଅନ୍ୟତମ ସିନିୟର ଖେଳାଳି ହେଲେ ଜଗନ୍ନାଥ ମୁର୍ମୁ। ମୟୂରଭଞ୍ଜ ବେତନଟୀର ଜଗନ୍ନାଥ ଏବେ ବାଲେଶ୍ୱରରେ ରହୁଛନ୍ତି। ନିଜ ଘର ନିକଟରେ ସିନିୟର ଖେଳାଳିଙ୍କ ନିକଟରୁ ଖେଳ ଦେଖି ସେ ଖୋ ଖୋ ପ୍ରତି ଆଗ୍ରହୀ ହୋଇଥିଲେ। ଖୋ ଖୋକୁ କ୍ୟାରିୟର କରିଥିବାବେଳେ ଏକ କ୍ଲବରେ ଗତ ୧୦ ବଷରୁ ଊର୍ଦ୍ଧ୍ୱ ଖେଳି ଆସୁଛନ୍ତି। ଏଫ୍‌ଏମ୍‌ କଲେଜରେ ଯୁକ୍ତ ୨ ପରେ ଖେଳରେ ନିଜକୁ ହଜାଇ ଦେଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ଭଲ ଖେଳ ଜାରି ରଖିବା ତାଙ୍କର ଲକ୍ଷ୍ୟ ବୋଲି ଅଗଷ୍ଟ ୩୧ ତାରିଖରେ ପୁଣେରେ ଓଡ଼ିଶା ଜଗରନଟ୍ସ-ତେଲଗୁ ଯୋଦ୍ଧାସ ମ୍ୟାଚ ଶେଷ ହେବାପରେ କଥା ହେବା ଅବସରରେ ପ୍ରକାଶ କରିଛନ୍ତି ଜଗନ୍ନାଥ। ଓଡ଼ିଶା ସରକାର ଖେଳ ପାଇଁ ଅନେକ କିଛି କରୁଛନ୍ତି। ଭବିଷ୍ୟତରେ ଖୋ ଖୋ ଖେଳାଳିଙ୍କ ପାଇଁ ଚାକିରି ଲାଗି ବ୍ୟବସ୍ଥା କଲେ ଆହୁରି ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ଗରିବ ପରିବାରରୁ ତାରକା ଖେଳାଳି
ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ରାଜସ୍ଥାନ ୱାରିୟର୍ସ ପକ୍ଷରୁ ଖେଳିଥିଲେ ଓଡ଼ିଶାର ଭରତ କୁମାର ପ୍ରଧାନ। ତାଙ୍କ ଘର ପୁରୀ ଜିଲାର ଡେଲାଙ୍ଗ ନିକଟସ୍ଥ ମୁନିନ୍ଦାରେ। ବାପା ରାଜମିସ୍ତ୍ରି କାମ କରନ୍ତି। ତାଙ୍କୁ ସାହାଯ୍ୟ କରିଥାନ୍ତି ଭରତ। ମା’ ଗୃହିଣୀ। ଏବେ ମହାରାଷ୍ଟ୍ରର ଅମରାବତୀ ବିଶ୍ୱବିଦ୍ୟାଳୟରେ ବି.ଟେକ୍‌ କରୁଛନ୍ତି। ହାଇସ୍କୁଲରେ ପଢ଼ୁଥିବାବେଳେ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ତାଙ୍କୁ ଖୋ ଖୋ ଖେଳ ଶିଖାଇଥିଲେ। ଏପର୍ଯ୍ୟନ୍ତ ମଧ୍ୟ ସୂର୍ଯ୍ୟନାରାୟଣ ତାଙ୍କ ହାତ ଛାଡ଼ି ନ ଥିବା ପ୍ରକାଶ କରିଛନ୍ତି ଭରତ। ବାପାଙ୍କ ପରେ ଯଦି କେହି ତାଙ୍କୁ ଏ ଦିଗରେ ଅଧିକ ସାହାଯ୍ୟ କରିଛନ୍ତି ତେବେ ସେ ହେଉଛନ୍ତି ସୂର୍ଯ୍ୟନାରାୟଣ। ଭରତ କହିଛନ୍ତି ଯେ, ”ଖେଳରେ ଆଗକୁ ବଢ଼ିବାପରେ ମୁଁ ଓଡ଼ିଶା ଖୋ ଖୋ ଆସୋସିଏଶନ ସମ୍ପାଦକ ପ୍ରଦ୍ୟୁମ୍ନ ସାର୍‌ଙ୍କ ସଂସ୍ପର୍ଶରେ ଆସିଲି। ଏହାପରେ କ୍ୟାମ୍ପରେ ଯୋଗଦେଇ ଅଲ୍‌ଟିମେଟ ଖୋ ଖୋରେ ଖେଳିବା ସୁଯୋଗ ପାଇଲି। ଭାରତ ପକ୍ଷରୁ ଖେଳି ସାରିଛି। ଲିଗ୍‌ରେ ମୁଁ ମୋଟ ୯ଟି ମ୍ୟାଚ ଖେଳିଛି ଏବଂ ଶତପ୍ରତିଶତ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଛି। କମ୍ବିନେଶନରେ ତାଳମେଳ ନ ରହିବାରୁ ଏଥର ରାଜସ୍ଥାନ ଆଶାନୁରୂପ ପ୍ରଦର୍ଶନ ଦେଇପାରିଲା ନାହିଁ। ନିୟମରେ ଅନେକ ପରିବର୍ତ୍ତନ ହୋଇଛି। ଏହା ଏବେ ଏକ କଷ୍ଟସାଧ୍ୟ ଏବଂ ପାୱାର ଗେମ୍‌ ହୋଇଯାଇଛି। ପୂର୍ବରୁ ଖୋ ଖୋକୁ କେହି ସେପରି ପଚାରୁ ନ ଥିଲେ। ମାତ୍ର ଏବେ ଏହି କ୍ରୀଡ଼ା ଲୋକପ୍ରିୟ ହୋଇଯାଇଛି। ଏକ ଗରିବ ପରିବାରରୁ ଆସି ମୁଁ ଆଜି ଯଦି ଏଠାରେ ପହଞ୍ଚତ୍ଥାଏ ତେବେ ବାପା, ମା, ସୂର୍ଯ୍ୟ ସାର୍‌ ଓ ପ୍ରଦ୍ୟୁମ୍ନ ସାର୍‌ଙ୍କ ପାଇଁ। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି“ ବୋଲି ଦେଢ଼ ଲକ୍ଷ ଟଙ୍କା ବିନିମୟରେ ରାଜସ୍ଥାନ ଦଳରେ ସାମିଲ ହୋଇଥିବା ଭରତ କହିଛନ୍ତି। ମଧ୍ୟପ୍ରଦେଶରେ ସିନିୟର ନ୍ୟାଶନାଲ ହୋଇଥିଲା। ସେଠାରେ ଭଲ ପ୍ରଦର୍ଶନ କରି ସେ ନୂଆଦିଲ୍ଲୀ କ୍ୟାମ୍ପକୁ ଯାଇଥଲେ। ସେଠାରୁ ଅଲ୍‌ଟିମେଟ ଖୋ ଖୋ ଲିଗ୍‌ରେ ସୁଯୋଗ ପାଇଲେ। ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ବାପା, ମା’ଙ୍କ ପାଇଁ ଏକ ଘର କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଆଥ୍‌ଲେଟିକ୍ସରୁ ଖୋ ଖୋ
ଗୁଜରାଟ ଜାଏଣ୍ଟ୍ସ୍ସରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳି ହେଲେ ଟି. ଜଗନ୍ନାଥ ଦାସ। ଅଷ୍ଟମ ଶ୍ରେଣୀରୁ ଖେଳ ଆରମ୍ଭ କରନ୍ତି। ଘର କଟକର ଆଠଗଡ଼। ସ୍କୁଲ ସମୟରୁ ସିନିୟର ପିଲାଙ୍କୁ ଦେଖି ଖୋ ଖୋ ଆରମ୍ଭ କରିଥିଲେ। ସ୍କୁଲରେ ବାର୍ଷିକ ଉତ୍ସବରେ ଆଥ୍‌ଲେଟିକ୍ସରେ ଭାଗନେଇ ଦୌଡ଼ାଦୌଡ଼ି କରୁଥିଲେ। ଶିକ୍ଷକ ଓ ସିନିୟରଙ୍କ ପରାମର୍ଶରେ ଏହାପରେ ଖୋ ଖୋକୁ କ୍ୟାରିୟର କରିବାକୁ ଇଚ୍ଛା କରିଥିଲେ। ବାପା ଜୋତା ଦୋକାନ କରିଛନ୍ତି। ଦୁଇଭାଇ ଓ ଗୋଟିଏ ଭଉଣୀ। ଏବେ ଆଠଗଡ଼ କଲେଜରେ ଯୁକ୍ତ ୩ ପଢ଼ୁଛନ୍ତି। ଗୁଜରାଟ ଫ୍ରଞ୍ଚାଇଜ୍‌ ୩ ଲକ୍ଷ ଟଙ୍କା ଦେଇ ତାଙ୍କୁ କିଣିଛି। ଜଗନ୍ନାଥଙ୍କ ମତରେ ”ଆଗାମୀ ମ୍ୟାଚ ସେମିଫାଇନାଲର ରୂପ ନେଇଛି। ପ୍ରଥମ ସିଜନ ହୋଇଥିବାରୁ ଗୁଜରାଟ ପାଇଁ କିଛି କରିବାର ଆଗ୍ରହ ଅଛି। ଓଡ଼ିଶା ଜଗରନଟ୍ସ ଦଳ ଆମ ରାଜ୍ୟର ହୋଇଥିଲେ ହେଁ ମୁଁ ନିଜ ଦଳ ଗୁଜରାଟ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ ସହ ଏହାକୁ ଜିତାଇବାକୁ ୧୦୦ ପ୍ରତିଶତ ଚେଷ୍ଟା କରିବି। ଗୁଜରାଟ, ଓଡ଼ିଶା ଓ ତେଲଗୁ ଯୋଦ୍ଧାସ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ଖେଳି ନ ଥିଲେ ହେଁ ଆଗକୁ ଇଚ୍ଛା ଅଛି। ନିକଟରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ଦଳର ମୁଁ ସଦସ୍ୟ ଥିଲି। ଖୋ ଖୋକୁ ପ୍ରୋତ୍ସାହନ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ। ରାଜ୍ୟର ଖୋ ଖୋ ଖେଳାଳିଙ୍କୁ ସୁଯୋଗ ମିଳୁଛି। ବହୁତ ସୁବିିଧା ସୁଯୋଗ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି।

ବିଭିନ୍ନ ବିଭାଗରେ
ଶୀର୍ଷ ଖେଳାଳି

ଶ୍ରେଷ୍ଠ ଆଟାକର
ଖେଳାଳି ପଏଣ୍ଟ
ମାଜାହର ଜମାଦାର ୧୦୫
ରାମଜି କାଶ୍ୟପ ୧୦୩
ହୃଷୀକେଶ ମୁର୍ଚାଭାଡେ ୮୩

ଶ୍ରେଷ୍ଠ ଡିଫେଣ୍ଡର
ଖେଳାଳି ଡିଫେଣ୍ଡିଂ ଟାଇମ୍‌
ରାମଜି କାଶ୍ୟପ ୧୯:୪୯
ଏସ. ଶ୍ରୀଜେଶ ୧୭.୩୫
ବିଜୟ ହଜାରେ ୧୬:୩୮

ଟପ୍‌ ୱାଜିର୍ସ
ଖେଳାଳି ୱାଜିର ପଏଣ୍ଟ
ଧୁର୍ବେଶ ସାଲୁଙ୍କେ ୭୪
ଅଭିନନ୍ଦନ ପାଟିଲ ୭୩
ହୃଷୀକେଶ ମୁର୍ଚାଭାଡେ ୭୩

ମୋଟ ସ୍କାଏ ଡାଇଭ୍ସ
ଖେଳାଳି ସଂଖ୍ୟା
ରାମଜି କାଶ୍ୟପ ୨୩
ମାଜାହର ଜମାଦାର ୧୬
ରୋହନ ସିଙ୍ଗାଡେ ୧୫

ମୋଟ ପୋଲ୍‌ ଡାଇଭ୍ସ
ଖେଳାଳି ସଂଖ୍ୟା
ନିଲେଶ ଯାଦବ ୧୦
ଅରୁଣ ଗୁନ୍‌କି ୧୦
ରଞ୍ଜନ ଶେଟ୍ଟି ୮

ନଟ ଆଉଟ୍ସ
ଖେଳାଳି ସଂଖ୍ୟା
ଅଭିନନ୍ଦନ ପାଟିଲ ୮
ମାଜାହର ଜମାଦାର ୮
ରୋହନ ସିଙ୍ଗାଡେ ୭

ମୋଟ ଟଚ୍‌ ପଏଣ୍ଟ୍ସ
ଖେଳାଳି ସଂଖ୍ୟା
ଏସ. ଶ୍ରୀଜେଶ ୬୬
ଅଭିନନ୍ଦନ ପାଟିଲ ୫୬
ଧୁର୍ବେଶ ସାଲୁଙ୍କେ ୪୦

ମୋଟ ଡାଇଭ ପଏଣ୍ଟ୍ସ
ଖେଳାଳି ପଏଣ୍ଟ
ରାମଜୀ କାଶ୍ୟପ ୮୩
ମାଜାହର ଜମାଦାର ୭୯
ହୃଷୀକେଶ ମୁର୍ଚାଭାଡେ ୬୩

-ପ୍ରସ୍ତୁତି: ତପନ କୁମାର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri