ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲକୁ ଆମେରିକା କଂଗ୍ରେସର ଜେରା: କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୦ା୭- ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ ଜେରା କରାଯାଇଛି। ଟେକ୍ନୋଲୋଜି ଦୁନିଆର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଆଗକୁ ବଢ଼ିବାରେ ରୋକିବା ମାମଲାରେ କଂଗ୍ରେସରେ ବୁଧବାରଠାରୁ ଶୁଣାଣି ଚାଲିଛି। ଫଳରେ ଫେସ୍‌ବୁକ୍‌, ଆପଲ ଓ ଗୁଗଲ ଭଳି କମ୍ପାନୀଗୁଡ଼ିକୁ ନିଜ ଫର୍ମକୁ ନେଇ ସଂସଦର ଆଣ୍ଟାଇଟ୍ରଷ୍ଟ ସବ୍‌ କମିଟି ଆଗରେ ସଫେଇ ଦେବାକୁ ପଡ଼ିଛି।
ଶୁଣାଣି ବେଳେ ଏହି ୪ କମ୍ପାନୀର ସିଇଓ ନିଜ ଉପରେ ଲାଗିଥିବା ବଳର ଅପବ୍ୟବହାର ସମ୍ପର୍କିତ ଅଭିଯୋଗ ବିରୋଧରେ ସଫେଇ ଦେଇଛନ୍ତି। ରିପବ୍ଲିକାନ୍‌ ଓ ଡେମୋକ୍ରାଟ୍ସ ସାଂସଦମାନେ ଦିଗ୍‌ଗଜ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ନିଜ ଶକ୍ତିର ଅପବ୍ୟବହାର କରି ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଦବାଉଛନ୍ତି। ଏହାସହ ଡାଟା ଏକତ୍ରିତ କରି ବହୁ ଲାଭ କମାଇଛନ୍ତି ବୋଲି ଏମାନଙ୍କ ବିରୋଧରେ ଅଭିଯୋଗ ରହିଛି।
ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଟେକ୍ନୋ ଜାଏଣ୍ଟମାନେ ଆଣ୍ଟାଇଟ୍ରଷ୍ଟ ସବ୍‌କମିଟି ଆଗରେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଛନ୍ତି। ସେମାନଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି। ସବ୍‌କମିଟି ଏହି ସମୟରେ ଅନେକ ଦସ୍ତାବିଜ ଉପସ୍ଥାପନ କରିଥିଲା। ସେମାନଙ୍କ ପାଖରେ ଅନେକ ଘଣ୍ଟାର ଇଣ୍ଟରଭିଉ ଓ ସିଲିକନ୍‌ ଭ୍ୟାଲିର ଦିଗ୍‌ଗଜମାନଙ୍କ କେତେକ ପ୍ରାଇଭେଟ ମେସେଜ ମଧ୍ୟ ରହିଛି। ଏହି ସମସ୍ତ ତଥ୍ୟ ପ୍ରମାଣରୁ ଏହା ଜଣାପଡ଼ୁଛି ଯେ ଟେକ୍‌ ସେକ୍ଟରରେ କେତେଜଣ ଲୋକ ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। ସେମାନଙ୍କ ପ୍ରଭାବ ଏତେ ବଢ଼ିଯାଇଛି ଯେ ଗ୍ରାହକ ଓ ଏପରି କି ଗଣତନ୍ତ୍ରକୁ ମଧ୍ୟ ସେମାନେ ଭୟଭୀତ କରାଉଛନ୍ତି। ଆଣ୍ଟାଇଟ୍ରଷ୍ଟ ପ୍ୟାନେଲ ଅଧ୍ୟକ୍ଷ ସିସିଲିନ୍‌ ଗତବର୍ଷ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲ ଉପରେ କଂଗ୍ରେସର ତଦନ୍ତ ଆରମ୍ଭ କରିଥିଲେ। ଏହି କମ୍ପାନୀଗୁଡ଼ିକ ହାସଲ କରିଥିବା ଶକ୍ତି ଆଣ୍ଟାଇ କମ୍ପିଟିଟିଭ୍‌ ଉପାୟରେ ହୋଇଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।
ଶୁଣାଣି ବେଳେ ଆମାଜନ ସିଇଓ ଜେଫ୍‌ ବେଜୋସ୍‌, ଆପଲର ଟିମ୍‌ କୁକ୍‌, ଫେସ୍‌ବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗ ଓ ଗୁଗଲ ସିଇଓ ସୁନ୍ଦର ପିଚାଇ ଉପସ୍ଥିତ ଥିଲେ। ଜେଫ୍‌ ବେଜୋସ୍‌ ବିଶ୍ୱକୁ ବଡ଼ କମ୍ପାନୀର ଆବଶ୍ୟକତା ଥିବା କହିଥିବାବେଳେ ଜୁକରବର୍ଗ ଓ ସୁନ୍ଦର ପିଚାଇ କୌଣସି ପ୍ରକାର ଭୁଲ୍‌ କାର୍ଯ୍ୟ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କମ୍ପାନୀଗୁଡ଼ିକ ଇନୋଭେଶନ (ନବ ଅନ୍ବେଷଣ) ପାଇଁ ପରିବେଶ ସୃଷ୍ଟି କରିଥିବା ଯୁକ୍ତି ବାଢ଼ିଛନ୍ତି। ଏହାସହ ଆମେରିକା ନିୟମ କାନୁନ ଅନୁସାରେ ସମସ୍ତ କାର୍ଯ୍ୟ ହୋଇଥିବା କହିଛନ୍ତି। ଶୁଣାଣି ସମୟରେ ସମସ୍ତ କମ୍ପାନୀ ଉପରେ ଅନେକ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା। ଜଣେ ଡେମୋକ୍ରାଟ ପ୍ରତିନିଧି ମାର୍କ ଜୁକରବର୍ଗଙ୍କୁ ୨୦୧୨ର ଏକ ମେସେଜ୍‌ ଦେଖାଇଥିଲେ, ଯେଉଁଥିରେ ସେ ଇନ୍‌ଷ୍ଟାଗ୍ରାମକୁ ଅଧିଗ୍ରହଣ କରିବା ପାଇଁ ଦାବି କରିଥିଲେ। ସେହି ସମୟରେ ଇନ୍‌ଷ୍ଟାଗ୍ରାମ ଏକ ପ୍ରତିଦ୍ୱନ୍ଦ୍ୱୀ ଫଟୋ ଶେୟାରିଂ ଆପ୍‌ ଥିଲା। ଇନ୍‌ଷ୍ଟ୍ରାଗ୍ରାମ୍‌ ତାର କ୍ଷତି କରିବ ବୋଲି ଫେସ୍‌ବୁକ୍‌ର ଭୟ ଥିଲା । ସେତେବେଳେ ଆଉ ଏକ ପ୍ରତିଦ୍ୱନ୍ଦ୍ୱୀ ଫେସ୍‌ବୁକ୍‌ର ଅଧିଗ୍ରହଣ ନୀତି ଉପରେ ପ୍ରଶ୍ନ ଉଠାଇ ଏହାକୁ ଭୂମି ଅଧିଗ୍ରହଣ ଭାବେ ଅଭିହିତ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀ ଫେସ୍‌ବୁକ୍‌କୁ କହିଥିଲେ, ଆପଣ କୌଣସି ସମ୍ଭାବ୍ୟ ପ୍ରତିଯୋଗିତାର ବିପଦକୁ ଟାଳିବା ପାଇଁ ଇନ୍‌ଷ୍ଟାଗ୍ରାମକୁ କିଣିଲେ। ମିଶ୍ରଣ ଓ ଅଧିଗ୍ରହଣ ଅନୁସାରେ ସମ୍ଭାବ୍ୟ ପ୍ରତିଯୋଗିତା ବିପଦକୁ କିଣିବା ଆଣ୍ଟାଇଟ୍ରଷ୍ଟ ନିୟମର ଉଲ୍ଲଂଘନ। ସେହିପରି ଆପଲ ବିରୋଧରେ ଅଭିଯୋଗ ଅଣାଯାଇଛି ଯେ, ଏହି କମ୍ପାନୀ ନିଜ ଆପ୍‌ ଷ୍ଟୋର ଉପରେ ଅନ୍ୟ ଆପ୍‌ଗୁଡ଼ିକ ସ୍ଥାନରେ ନିଜର ଆପ୍‌କୁ ବେଶି ପ୍ରୋତ୍ସାହନ ଦେଇଥାଏ, ଯାହାକି ପ୍ରତିଯୋଗିତାର ବିରୁଦ୍ଧାଚରଣ। ଏପରି ସମୟରେ ଏହି କମ୍ପାନୀଗୁଡ଼ିକୁ ବିଭାଜିତ କରିଦିଆଯାଉ ବୋଲି କେତେଜଣ ସମାଲୋଚକ ଚାହୁଁଛନ୍ତି। ଟେକ୍‌ ଏକ୍ସପର୍ଟ ଡେନ୍‌ ଆଇସ୍‌ଙ୍କ ମତରେ ଓ୍ବାଶିଂଟନରେ ଝଡ଼ର ବାଦଲ ଘୋଟିଛି। କିନ୍ତୁ କଂଗ୍ରେସ ବଡ଼ ଟେକ୍‌ କମ୍ପାନୀଗୁଡ଼ିକୁ ବଦଳିବା ପାଇଁ ବାଧ୍ୟ କରିବା ଭଳି କୌଣସି ନୂଆ ଆଇନ ଆଣିବା ସମ୍ଭାବନା କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର...

VIDEO: ଆତଙ୍କବାଦୀଙ୍କୁ କାବୁ କରିଥିବା ଅହମ୍ମଦଙ୍କୁ ‘ଅଷ୍ଟ୍ରେଲିଆର ପ୍ରକୃତ ହିରୋ’ ବୋଲି କହିଲେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌

ସିଡନୀ,୧୬।୧୨: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି...

ଜେଲ ଯିବେ ୧୯୯୬ ବିଶ୍ୱ କପ ବିଜେତା, ଭାରତର ପଡ଼ୋଶୀ ଦେଶ କରିବ…

କଲମ୍ବୋ,୧୬।୧୨: ସୋମବାର ଏକ କୋର୍ଟକୁ ସୂଚନା ଦିଆଯାଇଛି ଯେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଶ୍ୱକପ ବିଜୟୀ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ତାଙ୍କ...

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

ବନ୍ଧୁକ ଆଇନ କଡ଼ାକଡ଼ି କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ,୧୬ା୧୨: ଅଷ୍ଟ୍ରେଲିଆର ସିଡ୍‌ନୀସ୍ଥିତ ବଣ୍ଡାଇ ବିଚ୍‌ରେ ରବିବାର ହିହୁଦୀଙ୍କ ହାଣ୍ଡୁକ୍କା ଉତ୍ସବର ପ୍ରଥମ ଦିନରେ ୨ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୧୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ...

ହାସିନାଙ୍କ ମନ୍ତବ୍ୟ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବାଂଲାଦେଶର ସମନ

ଢାକା,୧୬ା୧୨: ବାଂଲାଦେଶରେ ଗତ ଅଗଷ୍ଟରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତକୁ ପଳାୟନ କରିଥିବା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା(୭୮)ଙ୍କୁ ନଭେମ୍ବରରେ ସେଠାକାର ଏକ ସ୍ବତନ୍ତ୍ର...

ବଡ଼ ଧରଣର ବିମାନ ଦୁର୍ଘଟଣା: ଏତିକି ଥିଲେ ଯାତ୍ରୀ, ଜଳିଗଲା…

ନୂଆଦିଲ୍ଲୀ,୧୬।୧୨: କେନ୍ଦ୍ରୀୟ ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏକ ଛୋଟ ଘରୋଇ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିବାରୁ ଅତି କମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri