କୂଅ ପାଣିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ବାପ-ପୁଅ ଗୁରୁତର

ଭାପୁର,୨୨।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ଅନ୍ତର୍ଗତ ଗଞ୍ଜେଇଡ଼ିହି ଗ୍ରାମରେ କୂଅ ପାଣି ବ୍ୟବହାରକୁ ନେଇ ଶନିବାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି ।ଲ ଏ ନେଇ ପୂର୍ବରୁ ବିବାଦ ଲାଗିରହିଥିବା ବେଳେ ଶନିବାର ଗ୍ରାମର ଶ୍ୟାମସୁନ୍ଦର ଧଳ ଓ ତାଙ୍କ ପୁଅ ସନ୍ତୋଷଙ୍କୁ କିଛିବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଜଣଙ୍କୁ ଅଟକ ରଖା ଯାଇଥିବା ଫାଣ୍ଡି ଅଧିକାରୀ ବୈକୁଣ୍ଠ ନାଥ ଘଡେଇ କହିଛନ୍ତି।