ପ୍ରେମ ବ୍ୟାପାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ପୋଲିସ ଗାଡି ଉପରକୁ ଢେଲା ମାଡ଼

ଗଞ୍ଜାମ,୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଳୁରୁଗଡ଼ ଗାଁରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରିଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ତଦନ୍ତ କରିବାକୁ ଯାଇଥିବା ହୁମା ଫାଣ୍ଡି ପୋଲିସ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣା ପଡିଛି। ପୋଲିସ ଗାଡି ଉପରେ ଢେଲା ମାଡ ହେବା ଫଳରେ ପୋଲିସ ଗାଡିର କାଚ ଭାଙ୍ଗି ଯାଇଛି । ଏହି ମାମଲାରେ ରମ୍ଭା ଥାନା ପୋଲିସ ୧୫ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଥାନାରେ ଅଟକ ରଖିଛି । ଏହି ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଗାଡି ଉପରକୁ ଢେଲା ମାଡ଼ ଯୋଗୁ ସେଠାରେ ପରିସ୍ଥିତି ଉତ୍ତେଜନା ମୂଳକ ରହିଛି । ଏହି ଢେଲା ମାଡ଼ରେ ତିନି ଜଣ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ପୋଲିସ କହିଛି।