ହୋଟେଲରୁ ଭଦ୍ରକ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିିଳିବା ଘଟଣା: ସିସିଟିଭି କ୍ୟାମେରାରେ ଲୁଚିଛି ସତ

ଭୁବନେଶ୍ୱର,୭।୮(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ରେ ଥିବା ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରୁ ଭଦ୍ରକ ଯୁବତୀ ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ଲାଗି ରହିଛି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଚର୍ଚ୍ଚା ଲାଗିରହିଛି। ଅପରପକ୍ଷେ ତଦନ୍ତବେଳେ ଜଣାପଡିଛି ଯେ, ଶୁଭଲକ୍ଷ୍ମୀ ଶୁକ୍ରବାର ଭୋର୍‌ ୩ଟା ୨୦ରେ ଉକ୍ତ ହୋଟେଲକୁ ଚେକ୍‌ ଇନ୍‌ କରିଥିଲେ। ତେଣୁ ରାତି ସାରା ସେ କେଉଁଠି ଥିଲେ ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ତେବେ ସେ ରାତିରେ ଏକା ବୁଲୁଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ତାହା ମଧ୍ୟ ଜଣାପଡିନାହିଁ। ଏପଟେ ପରିବାର ଲୋକ ଗଣମାଧ୍ୟମ ଜରିଆରେ ହତ୍ୟା ଅଭିଯୋଗ ଆଣିବାରୁ ଘଟଣା ଭିନ୍ନ ମୋଡ ନେଇଛି। ଖଟରେ ବସି ରହିବା ଅବସ୍ଥାରେ କେମିତି ଜଣେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବେ ବୋଲି ଶୁଭଲକ୍ଷ୍ମୀଙ୍କ ଭାଇ ପ୍ରଶ୍ନ କରିଛନ୍ତି। ରବିବାର ଶୁଭଲକ୍ଷ୍ମୀଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ ୨୪/୨୩) ରୁଜୁ କରି ତଦନ୍ତ ଚଳାଇଛି। ତେବେ ଜବତ ହୋଇଥିବା ମୋବାଇଲରୁ ପୋଲିସ କିଛି ପ୍ରମାଣ ପାଇବାକୁ ଆଶା ରଖିଛି। ଏଥିସହ ଉକ୍ତ ହୋଟେଲର ସିସିଟିଭି ଫୁଟେଜ୍‌ରେ ଘଟଣା ପଛର ସତ ଲୁଚିରହିଥିବା ଆଲୋଚନା ହେଉଥିବାରୁ ପୋଲିସ ମଧ୍ୟ ସେଦିଗକୁ ନେଇ ଖୋଳତାଡ଼ ଚଳାଇଛି।
ସୂଚନାନୁଯାୟୀ, ଶୁଭଲକ୍ଷ୍ମୀ ଭଦ୍ରକର ହୋଇଥିବାବେଳେ ଭୁବନେଶ୍ୱର ୟୁନିଟ-୧ସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଯୁକ୍ତ୨ରେ ପଢ଼ୁଥିଲେ। ଶୁକ୍ରବାର ସେ ଉକ୍ତ ହୋଟେଲକୁ ଆସି ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ। କିନ୍ତୁ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ କରିବାକୁ ତଳ ମହଲାକୁ ଆସି ନ ଥିବାରୁ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ମ୍ୟାନେଜର ଉକ୍ତ ରୁମ୍‌ର କବାଟ ଭାଙ୍ଗି ଭିତରକୁ ପଶିବାରୁ ଯୁବତୀ ଜଣକ ଓଢଣୀ ଦ୍ୱାରା ଫ୍ୟାନ୍‌ରେ ଝୁଲଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ମୃତା ଯୁବତୀ ଜଣକ ପାଠପଢ଼ା ସହ ଆଉ କ’ଣ କରୁଥିଲେ ସେନେଇ ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri