ଏନ୍‌ଏଚ୍‌ରେ ଜଳିଗଲା ଟ୍ରକ୍‌

କେନ୍ଦୁଝର,୭ା୮(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ରାଜବାଟୀ ନିକଟରେ ଏନ୍‌ଏଚ୍‌ ୨୦ରେ ଏକ ଟ୍ରକର ଇଞ୍ଜିନ୍‌ରେ ହଠାତ୍‌ ନିଆଁ ଲାଗିଯିବାରୁ ଏହା ଜଳିଯାଇଥିବା ଜଣାପଡ଼ିଛି। ଶୁକ୍ରବାର ମଧ୍ୟରାତ୍ରିରେ ଏହି ଅଘଟଣ ଘଟିଥିଲା। ଜଳିଯାଇଥିବା ଟ୍ରକ ନମ୍ବର ହେଉଛି ଓଡି-୦୯ ଜେ/୫୩୫୨। ଖବର ପାଇ ଦମକଳବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ମୃତାହତ ହୋଇ ନ ଥିଲେ ହେଁ ନିଆଁ ଲାଗିବାର ସଠିକ୍‌ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।