Posted inଫୁରସତ

ବଡ଼ ତ୍ରିରଙ୍ଗା

ତ୍ରିରଙ୍ଗା ଆମ ଗର୍ବ ଆଉ ଗୌରବର ପ୍ରତୀକ। ଫର୍‌ ଫର ହୋଇ ଉଡୁଥିବା ତ୍ରିରଙ୍ଗାକୁ ଦେଖିଦେଲେ ମନରେ ସାହସ ଓ ଦମ୍ଭ ଭରିଯାଏ । ତେବେ ଭାରତର ବିଭିନ୍ନ ସ୍ଥାନରେ ଉଡୁଛି ଏମିତି କିଛି ତ୍ରିରଙ୍ଗା, ଯାହାର ଆକାର ବେଶ୍‌ ବଡ଼ ଓ ତାହା ଉଡେ ବହୁ ଉଚ୍ଚରେ। ଆଉ ଏହି ତ୍ରିରଙ୍ଗା ସବୁକୁ ଦେଖିଦେଲେ ଦେହରେ ଶିହରଣ ଖେଳିଯିବ…

ଅଟାରି ବର୍ଡର ତ୍ରିରଙ୍ଗା- ଇଣ୍ଡୋ-ପାକ୍‌ ଅଟାରି ବର୍ଡର୍‌ରେ ଥିବା ଜାତୀୟ ପତାକାକୁ ଦେଖିଦେଲେ ଦେହରେ ଶିହରଣ ଖେଳିଯାଏ। ଏହି ପତାକା ଭାରତର ସବୁଠାରୁ ବଡ଼। ଏହାର ଫ୍ଲ୍ଳାଗ୍‌ ପୋଷ୍ଟ୍‌ର ଉଚ୍ଚତା ୧୧୦ ମିଟର ବା ୩୬୦ ଫୁଟ୍‌ ହୋଇଥିବାବେଳେ ପତାକାର ଲମ୍ବ ୧୨୦ ଫୁଟ୍‌ ଓ ଓସାର ୮୦ ଫୁଟ୍‌ । ଏହାର ଫ୍ଲାଗ ପୋଷ୍ଟ୍‌ର ଓଜନ ୫୫ ଟନ୍‌। ଏଥିରେ ପ୍ରାୟ ୩.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବେଲଗାମ୍‌ସ୍ଥ ତ୍ରିରଙ୍ଗା- କର୍ନାଟକର ବେଲଗାମ୍‌ ପରିଚିତ ବେଲଗଭି ଭାବେ। ଏଠାରେ ଥିବା ଜାତୀୟ ପତାକାର ଉଚ୍ଚତା ଅଟାରି ବର୍ଡରରେ ଥିବା ପତାକାଠାରୁ ୧ ଫୁଟ୍‌ ଅଧିକ, ଅର୍ଥାତ୍‌ ଏହାର ଫ୍ଲାଗ୍‌ ପୋଷ୍ଟର ଉଚ୍ଚତା ୩୬୧ ଫୁଟ୍‌। ତେଣୁ ଏହା ଭାରତର ସବୁଠୁ ଉଚ୍ଚ ପତାକା ଭାବେ ପରିଚିତ। ଏହା କୋଟେକେରେ ହ୍ରଦ ନିକଟରେ ଅଛି।

କୋହ୍ଲାପୁରସ୍ଥ ତ୍ରିରଙ୍ଗା- ୨୦୧୭, ୧ ମେ’ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ କୋହ୍ଲାପୁରସ୍ଥ ୩୦୩ ଫୁଟ୍‌ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗାର ଉନ୍ମୋଚନ କରିଥିଲେ। ଏହାକୁ ମଧ୍ୟ ଭାରତର ଉଚ୍ଚତମ ଜାତୀୟ ପତାକା ମଧ୍ୟରେ ଗ୍ରହଣ କରାଯାଏ।

ରାଞ୍ଚତ୍ସ୍ଥ ତ୍ରିରଙ୍ଗା- ଭାରତର କିଛି ଉଚ୍ଚତମ ତ୍ରିରଙ୍ଗା ମଧ୍ୟରେ ରାଞ୍ଚତ୍ସ୍ଥ ପାହାଡି ମନ୍ଦିରରେ ଥିବା ତ୍ରିରଙ୍ଗା ଅନ୍ୟତମ। ଏହାର ଉଚ୍ଚତା ୨୯୩ ଫୁଟ୍‌ ।

ଗୁଆହାଟୀସ୍ଥ ତ୍ରିରଙ୍ଗା- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ଗୁଆହାଟୀର ଗାନ୍ଧୀ ମଣ୍ଡପରେ ୩୧୯.୫ ଫୁଟ୍‌ ଉଚ୍ଚତାବିଶିଷ୍ଟ ଜାତୀୟ ପତାକା ଉନ୍ମୋଚନ କରାଯାଇଥିଲା। ଏହା ହେଉଛି ଉତ୍ତରଭାରତର ସବୁଠାରୁ ଉଚ୍ଚା ଜାତୀୟ ପତାକା ।

ଓଡ଼ିଶାର ସବୁଠାରୁ ବଡ଼ ଓ ଉଚ୍ଚା ତ୍ରିରଙ୍ଗା- ଓଡ଼ିଶାର ସବୁଠାରୁ ବଡ଼ ତ୍ରିରଙ୍ଗା ଭାରତର ୭୦ତମ ସ୍ବାଧୀନତା ଦିବସ ଅବସରରେ ଉନ୍ମୋଚନ କରାଯାଇଥିଲା। ୨୧୫ ଫୁଟ୍‌ ଉଚ୍ଚତାରେ ଉଡୁଥିବା ଏହି ତ୍ରରଙ୍ଗା ଓଡ଼ିଶା ହାଇକୋର୍ଟ, କଟକରେ ଅଛି। ପତାକାର ଲମ୍ବ ୭୫ ଫୁଟ୍‌ ହୋଇଥିବାବେଳେ ଓସାର ୪୮ ଫୁଟ୍‌।

ଭକ୍ତି ଶକ୍ତିସ୍ଥ ତ୍ରିରଙ୍ଗା- ପିମ୍ପରି ଚିଞ୍ଚଓ୍ବାଡାର ଉପନଗର ନିକଟସ୍ଥ ଭକ୍ତି ଶକ୍ତି ଗାର୍ଡେନରେ ଉଡୁଛି ୩୫୧ ଫୁଟ୍‌ ଉଚ୍ଚତାର ତ୍ରିରଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri