Posted inଫୁରସତ

ବଡ଼ ତ୍ରିରଙ୍ଗା

ତ୍ରିରଙ୍ଗା ଆମ ଗର୍ବ ଆଉ ଗୌରବର ପ୍ରତୀକ। ଫର୍‌ ଫର ହୋଇ ଉଡୁଥିବା ତ୍ରିରଙ୍ଗାକୁ ଦେଖିଦେଲେ ମନରେ ସାହସ ଓ ଦମ୍ଭ ଭରିଯାଏ । ତେବେ ଭାରତର ବିଭିନ୍ନ ସ୍ଥାନରେ ଉଡୁଛି ଏମିତି କିଛି ତ୍ରିରଙ୍ଗା, ଯାହାର ଆକାର ବେଶ୍‌ ବଡ଼ ଓ ତାହା ଉଡେ ବହୁ ଉଚ୍ଚରେ। ଆଉ ଏହି ତ୍ରିରଙ୍ଗା ସବୁକୁ ଦେଖିଦେଲେ ଦେହରେ ଶିହରଣ ଖେଳିଯିବ…

ଅଟାରି ବର୍ଡର ତ୍ରିରଙ୍ଗା- ଇଣ୍ଡୋ-ପାକ୍‌ ଅଟାରି ବର୍ଡର୍‌ରେ ଥିବା ଜାତୀୟ ପତାକାକୁ ଦେଖିଦେଲେ ଦେହରେ ଶିହରଣ ଖେଳିଯାଏ। ଏହି ପତାକା ଭାରତର ସବୁଠାରୁ ବଡ଼। ଏହାର ଫ୍ଲ୍ଳାଗ୍‌ ପୋଷ୍ଟ୍‌ର ଉଚ୍ଚତା ୧୧୦ ମିଟର ବା ୩୬୦ ଫୁଟ୍‌ ହୋଇଥିବାବେଳେ ପତାକାର ଲମ୍ବ ୧୨୦ ଫୁଟ୍‌ ଓ ଓସାର ୮୦ ଫୁଟ୍‌ । ଏହାର ଫ୍ଲାଗ ପୋଷ୍ଟ୍‌ର ଓଜନ ୫୫ ଟନ୍‌। ଏଥିରେ ପ୍ରାୟ ୩.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବେଲଗାମ୍‌ସ୍ଥ ତ୍ରିରଙ୍ଗା- କର୍ନାଟକର ବେଲଗାମ୍‌ ପରିଚିତ ବେଲଗଭି ଭାବେ। ଏଠାରେ ଥିବା ଜାତୀୟ ପତାକାର ଉଚ୍ଚତା ଅଟାରି ବର୍ଡରରେ ଥିବା ପତାକାଠାରୁ ୧ ଫୁଟ୍‌ ଅଧିକ, ଅର୍ଥାତ୍‌ ଏହାର ଫ୍ଲାଗ୍‌ ପୋଷ୍ଟର ଉଚ୍ଚତା ୩୬୧ ଫୁଟ୍‌। ତେଣୁ ଏହା ଭାରତର ସବୁଠୁ ଉଚ୍ଚ ପତାକା ଭାବେ ପରିଚିତ। ଏହା କୋଟେକେରେ ହ୍ରଦ ନିକଟରେ ଅଛି।

କୋହ୍ଲାପୁରସ୍ଥ ତ୍ରିରଙ୍ଗା- ୨୦୧୭, ୧ ମେ’ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ କୋହ୍ଲାପୁରସ୍ଥ ୩୦୩ ଫୁଟ୍‌ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗାର ଉନ୍ମୋଚନ କରିଥିଲେ। ଏହାକୁ ମଧ୍ୟ ଭାରତର ଉଚ୍ଚତମ ଜାତୀୟ ପତାକା ମଧ୍ୟରେ ଗ୍ରହଣ କରାଯାଏ।

ରାଞ୍ଚତ୍ସ୍ଥ ତ୍ରିରଙ୍ଗା- ଭାରତର କିଛି ଉଚ୍ଚତମ ତ୍ରିରଙ୍ଗା ମଧ୍ୟରେ ରାଞ୍ଚତ୍ସ୍ଥ ପାହାଡି ମନ୍ଦିରରେ ଥିବା ତ୍ରିରଙ୍ଗା ଅନ୍ୟତମ। ଏହାର ଉଚ୍ଚତା ୨୯୩ ଫୁଟ୍‌ ।

ଗୁଆହାଟୀସ୍ଥ ତ୍ରିରଙ୍ଗା- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ଗୁଆହାଟୀର ଗାନ୍ଧୀ ମଣ୍ଡପରେ ୩୧୯.୫ ଫୁଟ୍‌ ଉଚ୍ଚତାବିଶିଷ୍ଟ ଜାତୀୟ ପତାକା ଉନ୍ମୋଚନ କରାଯାଇଥିଲା। ଏହା ହେଉଛି ଉତ୍ତରଭାରତର ସବୁଠାରୁ ଉଚ୍ଚା ଜାତୀୟ ପତାକା ।

ଓଡ଼ିଶାର ସବୁଠାରୁ ବଡ଼ ଓ ଉଚ୍ଚା ତ୍ରିରଙ୍ଗା- ଓଡ଼ିଶାର ସବୁଠାରୁ ବଡ଼ ତ୍ରିରଙ୍ଗା ଭାରତର ୭୦ତମ ସ୍ବାଧୀନତା ଦିବସ ଅବସରରେ ଉନ୍ମୋଚନ କରାଯାଇଥିଲା। ୨୧୫ ଫୁଟ୍‌ ଉଚ୍ଚତାରେ ଉଡୁଥିବା ଏହି ତ୍ରରଙ୍ଗା ଓଡ଼ିଶା ହାଇକୋର୍ଟ, କଟକରେ ଅଛି। ପତାକାର ଲମ୍ବ ୭୫ ଫୁଟ୍‌ ହୋଇଥିବାବେଳେ ଓସାର ୪୮ ଫୁଟ୍‌।

ଭକ୍ତି ଶକ୍ତିସ୍ଥ ତ୍ରିରଙ୍ଗା- ପିମ୍ପରି ଚିଞ୍ଚଓ୍ବାଡାର ଉପନଗର ନିକଟସ୍ଥ ଭକ୍ତି ଶକ୍ତି ଗାର୍ଡେନରେ ଉଡୁଛି ୩୫୧ ଫୁଟ୍‌ ଉଚ୍ଚତାର ତ୍ରିରଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri