ମଝି ସମୁଦ୍ରରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଡିଜିପି କହିଲେ ଏହି ଦ୍ୱୀପରେ…

ଭଦ୍ରକ,୨୨ା୧(ସନାତନ ରାଉତ): ଭଦ୍ରକ ଜିଲା ଧାମରା ବନ୍ଦର ନିକଟସ୍ଥ ଉଡ଼ାବାଲି ଦ୍ବୀପରେ ୭୭ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଉଡ଼ିଛି ତ୍ରିରଙ୍ଗା। ଉପକୂଳ ସୁରକ୍ଷା ଓ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି। ଯାହାର ପ୍ରକୃତ ନାମ ହେଲା କନିକା ବାଲି ଦ୍ୱୀପ। କନିକା ରାଜାଙ୍କ ରାଜୁତି ସମୟରେ ଏକ ସୁନ୍ଦର ଗାଥା ବହନ କରେ ଏହି ଦ୍ୱୀପ। ସମୟ କ୍ରମେ ମାଛ ମାରିବା ବେଳେ ବାଲି ଉଡ଼ିବା ଯୋଗୁ ନାମକରଣ ହୋଇଛି ଉଡ଼ା ବାଲି। ଏହି ଦ୍ୱୀପ ଏସିଆର ସର୍ବ ବୃହତ ବନ୍ଦର ଅର୍ଥାତ୍‌ ଭଦ୍ରକ ଜିଲାର ଧାମରା ବନ୍ଦରରୁ ସାମୁଦ୍ରିକ ପଥରେ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ। କିନ୍ତୁ ଧାମରା ବନ୍ଦର ନିର୍ମାଣ ପୂର୍ବରୁ ପଶ୍ଚିମବଙ୍ଗ ନିଜର ବୋଲି ଦାବି କରିଥିଲା। କାରଣ ବନ୍ଦର ପାଇଁ ଏହି ବାଲି ଦ୍ୱୀପ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରେ। ସମୁଦ୍ରର ଢେଉ ମାଡ଼ ହେବା ପରେ ସମୁଦ୍ର ଜଳ ସ୍ଥିର ହେବା ସହ ଧାମରା ବନ୍ଦର ପର୍ଯ୍ୟନ୍ତ ଏକ ପ୍ରାକୃତିକ ପୋତାଶ୍ରୟ ସୃଷ୍ଠି କରିଛି। ଏହି ଦ୍ୱୀପ ପଶ୍ଚିମ ବଙ୍ଗଠାରୁ ୧୭୦ କିଲୋମିଟର ଦୂର ହୋଇଥିବାରୁ ଏହି ଉଡ଼ା ବାଲିକୁ ନିଜର ଦାବି କରିଥିଲା ଓ ଓଡ଼ିଶାରେ ଯେମିତି ବନ୍ଦର ନ ହେବ ସେ ନେଇ ଭରପୂର ଚେଷ୍ଟା କରିଥିବା ସୂଚନା ମିଳେ। ବଡ଼ବଡ଼ ଜାହାଜ ଯୋଗେ ଆସୁଥିବା ସାମଗ୍ରୀକୁ ଉଡ଼ା ବାଲିରୁ ଅନ୍ୟ ଛୋଟ ଜାହାଜ ଯୋଗେ ନେବା ପାଇଁ ଯୋଜନା କରିଥିଲା ପଶ୍ଚିମବଙ୍ଗ। କିନ୍ତୁ ସମୟ କ୍ରମେ ଏହି ବନ୍ଦର ଓ ଉଡା ବାଲି ଭଦ୍ରକ ଜିଲା ଚାନ୍ଦବାଲି ଅଧୀନରେ ରହିଛି। ଉପକୂଳ ସୁରକ୍ଷା ଦୃଷ୍ଟିରୁ ଏହି ଦ୍ୱୀପ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଜି ଏହି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଓ୍ବାଇ ବି ଖୁରାନିଆ। ଅଖଣ୍ଡ ଓଡ଼ିଶା ଗଠନ ଓ ଉପକୂଳ ସୁରକ୍ଷା ପାଇଁ ଏହି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ନିଶ୍ଚିତ ଉତ୍ସାହଜନକ। ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପର୍ଯ୍ୟାୟ କ୍ରମେ୧୩ଟି ଦ୍ବୀପ ପୁଞ୍ଜରେ ତ୍ରିରଙ୍ଗା ଉଡ଼ିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି, ପ୍ରତି ମାସରେ ମେରାଇନ ପୋଲିସ ଉପକୂଳ ସୁରକ୍ଷା ପାଇଁ ରାଷ୍ଟ୍ର ବିରୋଧୀଙ୍କ ଉଦ୍ଦେଶ୍ୟରେ ଦ୍ବୀପପୁଞ୍ଜରେ ପାଟ୍ରୋଲିଂ ହେବ। ଉପକୂଳ ସୁରକ୍ଷା ପାଇଁ ଗତ ଆର୍ଥିକ ବର୍ଷ ବଜେଟ୍‌ରେ ଉଡ଼ା ବାଲି ଦ୍ୱୀପ ପାଇଁ ୨୨ କୋଟି ଚଳିତ ବର୍ଷରେ ସାମୁଦ୍ରିକ ପୋଲିସ କ୍ଷମତା ବଢ଼ାଇବା ପାଇଁ ଅତିରିକ୍ତ ୧୫୦ କୋଟି ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଓଡ୍ରାଫ, ଅଗ୍ନିଶମ, ପୋଲିସର କଣ୍ଟ୍ରୋଲ ସେଣ୍ଟର ସ୍ଥାପନ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ସେହିପରି ଅନୁପ୍ରବେଶକାରୀଙ୍କ ରୋକ୍‌ ପାଇଁ ମେରାଇନ ପୋଲିସ, ଫାୟାର ବୋଟ୍‌ ସବୁବେଳେ ପାଇଁତରା ମାରିବ। କେମିତି ଉପକୂଳ ସୁରକ୍ଷା ଦୃଷ୍ଟିରୁ ମଜବୁତ ରହିବ, ଉପକୂଳ ସୁରକ୍ଷା ସହ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ବିକାଶ ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ।

ଏହି କାର୍ଯ୍ୟକ୍ରମରେ DGPଙ୍କ ସହ ରେଳବାଇ ପୋଲିସ, ଉପକୂଳ ସୁରକ୍ଷା ଅତିରିକ୍ତ ମହା ନିର୍ଦ୍ଦେଶକ ଅରୁଣ ବୋଥ୍ରା, ପୂର୍ବାଞ୍ଚଳ DIG ପିନାକ ମିଶ୍ର,ଭଦ୍ରକ ଏସ୍‌ପି ମନୋଜ ରାଉତ, NCC କମାଣ୍ଡାଣ୍ଟ, ଧାମରା ବନ୍ଦର ମୁଖ୍ୟ ଉପସ୍ଥିତ ରହିବା ସହ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଉପସ୍ଥିତ ଅତିଥି ଏବଂ ବୃକ୍ଷରୋପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆସିଥିବା ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗି ବ୍ଲକ ପଛ ପାହାଡ଼ରେ ଲାଗିଛି ନିଆଁ: ଲିଭାଇବା ପାଇଁ ଜଙ୍ଗଲ ବିଭାଗର ଜୋରଦାର କସରତ,ଏଯାଏ…

ପଟ୍ଟାଙ୍ଗି, ୧୦।୩ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟର ପଛ ଭାଗରେ ଥିବା ପାହାଡ଼ରେ ମଙ୍ଗଳବାର ସାରେ ଭୟାବହ ନିଆଁ ଲାଗିଥିବା ଦେଖିବାକୁ…

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା

ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ବିକୁଥିଲେ ଗୋ-ମାଂସ, ଗୁପ୍ତ ସୂଚନା ପାଇ ମାଡ଼ି ବସିଲା ପୋଲିସ

ଅତାବିରା, ୧୦ା୩ (ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟୋପ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୋ-ମାଂସ ଜବତ କରିବା ସହ…

ସଫଳତାର ସହ ଭଞ୍ଜନଗର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉଦଯାପିତ

ଭଞ୍ଜନଗର, ୧୦/୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ଶିକ୍ଷଣ ସାମଗ୍ରୀ…

ଶିକ୍ଷକ ଅଭାବରୁ ଭୁଶୁଡ଼ିଛି ଶିକ୍ଷା ବ୍ୟବସ୍ଥା: ପରୀକ୍ଷା ବର୍ଜନ କରି ବିରିକୋଟ ବିଦ୍ୟାଳୟରେ ତାଲା ପକାଇଲେ ଶତାଧିକ ଅଭିଭାବକ

ଥୁଆମୂଳ ରାମପୁର, ୧୦ା୩ (ଦୁର୍ଗା କୀର୍ତ୍ତି): ସରକାରଙ୍କ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଏବେ କଳାହାଣ୍ଡି ଜିଲାରେ ପ୍ରହସନ ପାଲଟିଛି। ଶିକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ…

ଧରିତ୍ରୀ ପ୍ରଭାବ: ଓ୍ବାର୍ଡ ମେମ୍ବର ଉଆଁସୀଙ୍କ ଘରେ ପହଞ୍ଚିଲା ବ୍ଲକ ପ୍ରଶାସନ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ…

ଥୁଆମୂଳ ରାମପୁର, ୧୦।୩ (ଦୁର୍ଗା କୀର୍ତ୍ତି): ଗଣମାଧ୍ୟମର ଶକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ’ଧରିତ୍ରୀ’ ସମେତ ବିଭିନ୍ନ ଦୈନିକ…

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା: ଗୁଣାତ୍ମକ ଶିକ୍ଷାଦାନର ଅଭିବୃଦ୍ଧି…                

ଦିଗପହଣ୍ଡି,୧୦। ୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ମଙ୍ଗଳବାର ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘ…

ବାଇକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଯୁବକଙ୍କୁ ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଖାନତଲାସି ପରେ…

ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri