କୋଭିଡ୍‌ ନିୟମ ପାଳନ କରାଯାଇ ଉଡ଼ାଗଲା ତ୍ରିରଙ୍ଗା

ଡାବୁଗାଁ,୧୫ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରାଯାଇ ସାମାଜିକ ଦୂରତା ରକ୍ଷା ପୂର୍ବକ ଶନିବାର ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବ୍ଲକ ଖବରଦାତା ସଂଘ ଓ ବ୍ଲକ କାର୍ଯ୍ୟାଳୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ବିଡିଓ ରଞ୍ଜିତାମେରୀ ନାୟକ, ତହସିଲଦାର ଉମେଶ କୁମାର ପୂଜାରୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ଯମୁନା ଭତ୍ରା, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ସାଂସଦ ପ୍ରତିନିଧି ଏମ୍‌ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଏମ୍‌ ବୁଲୁ ରାଓଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ପରେ ଜୟନ୍ତୀନଗରସ୍ଥିତ ଶିଶୁ ଉଦ୍ୟାନରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।