କେନ୍ଦୁଝରରେ ଉଡ଼ିଲା ତ୍ରିରଙ୍ଗା

କେନ୍ଦୁଝର,୨୬ା୧(ସ୍ବ.ପ୍ର.): କେନ୍ଦୁଝରରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କେନ୍ଦୁଝର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କୋଭିଡ୍‌ ଯୋଦ୍ଧା, ପୋଲିସ ବାହିନୀ ଓ ଗଣ୍ୟମାନ୍ୟ ଅତିଥି ଯୋଗ ଦେଇଥିଲେ। ଜିଲା ମୁଖ୍ୟାଳୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ଅଫିସରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ଜିଲାପାଳ ଆଶିଷ ଠାକରେ, ଏସ୍‌ପି ମିତ୍ରଭାନୁ ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସଞ୍ଜୀବ ବାରିକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।