ଗଛ ଗଡୁଛି, ତାତି ବଢୁଛି

ବଇଣ୍ଡା, ୧୫।୫(ଡି.ଏନ୍‌.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ ନେଇ ପ୍ରକାଶ ପାଉନାହିଁ ତତ୍ପରତା। ହେଲେ ଏହାର ପ୍ରତିକୂଳ ପ୍ରଭାବରେ ଯେ, ଜଳବାୟୁ ବିଗିଡ଼ିଗଲାଣି ତାହା ଆଉ ଅଛପା ନାହିଁ। କିଛିବର୍ଷ ପୂର୍ବେ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହୁଥିବା ପାରଦ ଏବେ ୫୦ ଡିଗ୍ରୀମୁହଁା ହେଲାଣି। ତାପମାତ୍ରାରେ ଏଭଳି ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଚାଲିଥିବାବେଳେ ଆଗାମୀ ଦିନରେ ଏହା ଆହୁରି ଜଟିଳ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ପରିବେଶବିତ୍‌।
ଶନିବାର କିଶୋରନଗର ବ୍ଲକରେ ଦିନର ସର୍ବୋଚ୍ଚ ତାପମାତ୍ର ପହଞ୍ଚତ୍ଥିଲା ୪୨ଡିଗ୍ରୀ ସେଲ୍‌ସିୟସରେ। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଇଥିଲା ଅସହ୍ୟ ଗୁଳୁଗୁଳି। ପ୍ରଚଣ୍ଡ ଖରା ପାଇଁ ଶୂନ୍‌ଶାନ୍‌ ହୋଇପଡ଼ିଥିଲା ରାସ୍ତାଘାଟ। ମଧ୍ୟାହ୍ନରୁ ସନ୍ଧ୍ୟା ଯାଏ ଲୋକମାନେ ପ୍ରବଳ ଝାଞ୍ଜିରେ ସନ୍ତୁଳି ହୋଇଥିଲେ। ବ୍ଲକ ଅଞ୍ଚଳରେ କିଛିବର୍ଷ ହେଲା ତାପମାତ୍ରାରେ ଏଭଳି ଅସ୍ବାଭାବିକ ବୃଦ୍ଧି ଲକ୍ଷ୍ୟ କରାଯାଉଛି। ଏହାର ପ୍ରମୁଖ କାରଣ ଅବାଧ ଗଛକଟା ବୋଲି କୁହାଯାଉଛି। ବିଶେଷକରି ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱ ବୃକ୍ଷଶୂନ୍ୟ ହୋଇପଡ଼ିଛି। ଇଚ୍ଛାପୁର, କଣ୍ଟେଇକୋଳିଆ, ମାଧପୁର, ଟକବା ଜଙ୍ଗଲରେ ଅବାଧ ଗଛକଟା ଚାଲିଛି। ଗଛ କଟାଯିବା ସ୍ଥାନରେ ବନୀକରଣ କରାଯିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ। ଗଛ ଅଭାବରୁ ପରିବେଶ ଉତ୍ତପ୍ତ ହୋଇଯାଉଛି।
ଅପରପକ୍ଷେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଭୂତଳ ଜଳସ୍ତର କମିଯାଇଛି। ଶତାଧିକ ନଳକୂପ ଅଚଳ ହୋଇପଡିଛି। ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିବା ନଈ, ନାଳ ମଧ୍ୟ ଶୁଖିଲା ପଡ଼ିଛି। ପାଣି ସମସ୍ୟାର ଉଦ୍‌ବେଗଜନକ ସ୍ଥିତି ଗ୍ରାମାଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି। ସେହିପରି ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଜଳକୁଣ୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେସବୁ ଶୁଖିଲା ପଡ଼ିଛି। ଫଳରେ ବନ୍ୟପ୍ରାଣୀ ପାଣି ପାଇଁ ଜନବସତିମୁହଁା ହେଉଛନ୍ତି। ତେଣୁ ପ୍ରଶାସନ ପଥପ୍ରାନ୍ତ ବନୀକରଣକୁ ଅଗ୍ରାଧିକାର ଦେବା, ଅବକ୍ଷୟମୁଖୀ ଜଙ୍ଗଲରେ ବ୍ୟାପକ ଚାରା ରୋପଣ କରିବା, ଜଳକଷ୍ଟର ସମ୍ମୁଖୀନ ହେଉଥିବା ଗ୍ରାମଗୁଡ଼ିକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ବିଡିଓ ଡ. ସ୍ବରୂପାନନ୍ଦ ସାହୁ କୁହନ୍ତି, ବ୍ଲକର ସମସ୍ତ ପଞ୍ଚାୟତରେ କିଭଳି ଜଳାଭାବ ଦୂର ହୋଇପାରିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ନୂତନ ନଳକୂପ ଖୋଳିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆବଶ୍ୟକସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ।

ପ୍ରତି ଗ୍ରାମରେ ଚାରା ଲଗାଇବା ଜରୁରୀ
ତାପମାତ୍ରା ବଢୁଥିବା ଯୋଗୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏଥିରୁ ମୁକ୍ତି ପାଇଁ ପ୍ରଶାସନ ପ୍ରତି ଗ୍ରାମରେ ଚାରା ଲଗାଇବା ଜରୁରୀ। ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଉ।
-ସୁବାସ ପ୍ରଧାନ, କଦଳୀମୁଣ୍ଡା

ବନ ବିଭାଗ ଗଛ କଟାରେ ରୋକ୍‌ ଲଗାଉ
ବଇଣ୍ଡା ଅଞ୍ଚଳରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନ ଥିବାରୁ ବାଟୋଇମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଉଚିତ। ସେହିପରି ଅବାଧ ଗଛକଟା ଉପରେ ବନ ବିଭାଗ ରୋକ୍‌ ଲଗାଉ।
-କମଳ ଲୋଚନ ସାହୁ, ବଇଣ୍ଡା

ଆଦିବାସୀ ଗ୍ରାମରେ ବଢୁଛି ଜଳକଷ୍ଟ
ଗତ କିଛିବର୍ଷ ହେଲା ଖରାଦିନେ ଅସହ୍ୟ ଗରମ ହେଉଛି। ଏହାର ପ୍ରଭାବରେ ଜଳକଷ୍ଟ ଦେଖାଦେଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ କଣ୍ଟେଇକୋଳିଆ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଲାଗିରହିଛି। ବ୍ଲକ ପ୍ରଶାସନ ଟ୍ୟାଙ୍କରରେ ପାଣି ଯୋଗାଉ।
-ଅମାତ ସାହୁ, କଣ୍ଟେଇକୋଳିଆ


Enter your email to get our daily news in your inbox.

All Right Reserved By Dharitri.Com

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri