୧୫ ଦିନ ହେବ ଟ୍ରାନ୍ସଫର୍ମର ଅଚଳ, ଅନ୍ଧାରରେ ଉପଭୋକ୍ତା

କୋକସରା,୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତର କରାଡଙ୍ଗରୀପଡ଼ା ଓ ଟେମେରା ପଞ୍ଚାୟତର ଖୁର୍ସେଲଗୁଡ଼ା ଗ୍ରାମରେ ଥିବା ବିପିଏଲ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ୧୫ ଦିନ ହେବ ପୋଡ଼ିଯାଇଛି। ଫଳରେ ଉଭୟ ଗ୍ରାମର ଉପଭୋକ୍ତା ଅନ୍ଧାରରେ ଦିନ କାଟୁଛନ୍ତି। କରାଡଙ୍ଗରୀ ପଡ଼ାରେ ୧୧୦ ଜଣ ବିପିଏଲ ବିଦ୍ୟୁତ୍‌ ଉପଭୋକ୍ତା ରହିଥିବା ବେଳେ ସେମାନଙ୍କ ପାଇଁ ମାତ୍ର ୧୦ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସଂଯୋଗ ରହିଥିଲା। ତେବେ ଏହି ଟ୍ରାନ୍ସଫର୍ମର ଗ୍ରୀଷ୍ମ ଋତୁ ଆରମ୍ଭରୁ ଅତ୍ୟଧିକ ମାତ୍ରାରେ ବିଦ୍ୟୁତ୍‌ ବ୍ୟବହାର ଯୋଗୁ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଫଳରେ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଛାତ୍ର୍ରୀଛାତ୍ରଙ୍କ ପରୀକ୍ଷା ଚାଲିଥିବାରୁ ପାଠପଢ଼ାରେ ମଧ୍ୟ ଅନେକ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ତେବେ ଏହି ଗାଁରେ ୧୦ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବଦଳରେ ୧୦୦ କେଭି ଟ୍ରାନ୍ସଫର୍ମର ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି।

ସେହିପରି ଟେମରା ପଞ୍ଚାୟତର ଖୁର୍ସେଲଗୁଡ଼ା ଗ୍ରାମର ବିପିଏଲ ଟ୍ରାନ୍ସଫର୍ମର ମଧ୍ୟ ଅନେକ ଦିନ ହେବ ପୋଡ଼ିଯାଇଛି। ଫଳରେ ଏଠାକାର ବିଦ୍ୟୁତ୍‌ ଉପଭୋକ୍ତାମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ଭୋଗୁଥିବା ଗ୍ରାମର ଚୌଧୁରୀ ଛତ୍ରିଆ, ଚତୁର ପାଳି, ଲେମ୍ବୁ ପାଳି, ଡମେନ ନାଗ, ଦୂତୀୟା ପାଳି, ସରସ୍ବତୀ ପୂଜାରୀ, ଶ୍ୟାମସୁନ୍ଦର ପାଳି ପ୍ରମୁଖ ପ୍ରକାଶ କରିଛନ୍ତି। ତେବେ ଏହି ୨ ଗ୍ରାମର ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ତୁରନ୍ତ ସଂଯୋଗ କରିବା ପାଇଁ ଉଭୟ ଗ୍ରାମର ଉପଭୋକ୍ତାମାନେ ଦାବି କରିଛନ୍ତି। ଏନେଇ କୁସୁମଖୁଣ୍ଟି ବିଦ୍ୟୁତ୍‌ ବିଭାଗର ସହକାରୀ ଯନ୍ତ୍ରୀ ଦୀପକ କୁମାର ସାହୁଙ୍କ ମତାମତ ନେବାରୁ ଅଧିକ ଉପଭୋକ୍ତା ଥିବା ବେଳେ ଛୋଟ ଟ୍ରାନ୍ସଫର୍ମର ଲାଗିଥିବାରୁ ବାରମ୍ବାର ପୋଡ଼ି ଯାଉଛି। ଦିନେ ଦୁଇ ଦିନ ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରି ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri