ସହରରେ ଟ୍ରାଫିକ ସମସ୍ୟା ଗୁରୁତର

କେନ୍ଦୁଝର,୧ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। ବିଶେଷ କରି ରାମ ରାମ ଗଳି ରାସ୍ତାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗୁଡୁଛି। ଗାଡ଼ି ପାର୍କିଂ ପାଇଁ ସ୍ଥାନ ନ ଥିବାରୁ ଲୋକେ ରାସ୍ତା ଉପରେ ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି। ସହର ମଧ୍ୟରେ ଭାରିଯାନ ଚଳାଚଳ ପରିସ୍ଥିତିକୁ ଅଧିକ ଜଟିଳ କରିଦେଉଛି। ବିଶେଷକରି ସହର ମଧ୍ୟରେ ଆଳୁ, ପିଆଜ, ଫଳ, ଖାଦ୍ୟ ସାମଗ୍ରୀ ଲୁଗାପଟା ଆଦି ଗୋଦାମ ଘର ଚାଲୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ମତପ୍ରକାଶ ପାଉଛି। ଏ ସମ୍ପର୍କରେ କେନ୍ଦୁଝର ପୌରପରିଷଦରେ ଅନେକ ଥର ଅଭିଯୋଗ କଲେ ବି କିଛି ଫଳ ମିଳୁନାହିଁ।
ସୂଚନା ଅନୁଯାୟୀ, ଅଜନ୍ତା ଗଳି, ରାମରାମ ଗଳି ରାସ୍ତାଗୁଡ଼ିକ ବଡ଼ ଟ୍ରକ୍‌ ଦ୍ୱାରା ଘଣ୍ଟା ଘଣ୍ଟା ଜବରଦଖଲ ହୋଇ ରହୁଛି। ଏଥିପ୍ରତି ପୋଲିସ କିମ୍ବା ପୌର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଉକ୍ତ ଅଞ୍ଚଳରେ ରହୁଥିବା ସରକାରୀ କର୍ମଚାରୀ ଓ ସାଧାରଣ ଲୋକମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ରାସ୍ତା ଓ ଡ୍ରେନ୍‌ ଭାଙ୍ଗୁଥିବାରୁ ଲକ୍ଷାଧିକ ଟଙ୍କା କ୍ଷତି ହେବା ସହ ଟ୍ରାଫିକ ଜାମ୍‌ ହେଉଥିଲେ ହେଁ ପ୍ରଶାସନ ନ ଶୁଣି ଚୁପ୍‌ ରହୁଛି। ଏଭଳି ପରିସ୍ଥିତିକୁ ନେଇ ଉକ୍ତ ଗଳି ରାସ୍ତା ଗୁଡ଼ିକରେ କିଛି ବର୍ଷ ପୂର୍ବେ ଲୁହା ଗେଟ୍‌ ଲଗାଯାଇ ଟ୍ରକ୍‌ ଯାତାୟାତ ବାରଣ କରାଯାଇଥିଲା। ଗୋଦାମ ଘର ସହର ବାହାରେ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଇତି ମଧ୍ୟରେ ବହୁ ବର୍ଷ ବିତିଯାଇଥିଲେ ହେଁ ଗୋଦାମ ସ୍ଥାନାନ୍ତର କରାଯାଉନାହିଁ କିମ୍ବା ପୁଣି ଲୁହା ଗେଟ୍‌ ଲଗାଇ କଟକଣା ଲଗାଯାଉନାହିଁ। ବିଶେଷିକରି ସାପ୍ତାହିକ ହାଟ ଭିଡ଼ ସମୟରେ ତଥା ଅନ୍ୟ ଦିନ ମାନଙ୍କରେ ଦିନ ୯/୧୦ଟା ସମୟରେ ମଧ୍ୟ ଉକ୍ତ ଗଳି ରାସ୍ତାରେ ଟ୍ରକ୍‌ ଚଳାଚଳ ଏବଂ ପାର୍କିଂ କରାଯାଉଛି। ଫଳରେ ଯାତାୟାତ ସମସ୍ୟା ସୃଷ୍ଟି ହେବା ସହ ପାହାଡ଼ରୁ ଆସି ରାସ୍ତା କଡ଼ରେ ବିକ୍ରି କରୁଥିବା ଆଦିବାସୀ ଓ ଛୋଟ ବେପାରୀମାନଙ୍କୁ ନାଲିଆଖି ଦେଖାଇ ଉଠାଇ ଗାଡ଼ି ଚଳାଚଳ କରାଯାଉଥିବା ଅଭିଯୋଗ ହେଉଛି। ଗଳି ରାସ୍ତା କଡ଼ରେ ଫଳ, ଆଳୁ, ଅନ୍ୟାନ୍ୟ ଖାଉଟି ଦ୍ରବ୍ୟର ଗୋଦାମ ରହିବା ହେତୁ ଦିନରେ ବଡ଼ ବଡ଼ ଟ୍ରକ ଲାଗି ସାମ୍ରୀ ଖାଲି କରାଯାଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ବଢ଼ୁଛି ବୋଲି ବୁଦ୍ଧିଜୀବୀ ରବିନ୍ଦ୍ର ପାଢ଼ୀ କହିଛନ୍ତି। ରାସ୍ତାର ଦୁଇ ପାଖରେ ଲୁହା ବାର ଲଗାଇ ବାକୁ ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦୁଝର ଗଡ଼ ପୌରପରିଷଦ କର୍ଣ୍ଣପାତ କରୁ ନ ଥିବା କୁହାଯାଇଛି। ଏ ସମ୍ପର୍କରେ ମ୍ୟୁନିସିପାଲିଟି ଏଜକ୍ୟୁଟିଭ ଅଫିସର ମଧୁସ୍ମିତା ସାମନ୍ତରାୟଙ୍କୁ ପଚାରିବାରୁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏନେଇ କେନ୍ଦୁଝରଗଡ଼ ପୌରପାଳିକା ସଂଗ୍ରାମ ବେହେରା କହିଛନ୍ତି, ପୌରପାଳିକା ପକ୍ଷରୁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ ଶୀଘ୍ର ସହର ଓ ଗଳି ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ବୋର୍ଡ ବା ଗେଟ୍‌ ଲଗାଯାଇ କଟକଣା କରାଯିବ। ରାସ୍ତା, ଡ୍ରେନ୍‌ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri