ଭାଇଚାରାର ପରମ୍ପରା ‘ଜୁଗିନୀଗିଡି’

ବାରିପଦା ଅଫିସ,୨୬।୧-ଭାରତୀୟ ସଂସ୍କୃତିର ଆଦି ନିର୍ମାତା ଭାବେ ଆଦିବାସୀମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଜାବୁଡ଼ି ଧରିଥାନ୍ତି। ଏହାମଧ୍ୟରେ ‘ଜୁଗିନୀଗିଡି’ ହେଉଛି ସେମାନଙ୍କର ଅନନ୍ୟ ଏକ ପରମ୍ପରା। ଏହି ପରମ୍ପରାରେ ରହିଛି ଭାଇଚାରା, ସ୍ବଚ୍ଛତା, ସାମାଜିକ ଚଳଣୀ ଓ ପରିବେଶ ସୁରକ୍ଷାର ବାର୍ତ୍ତା। ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଦେବେନ୍ଦ୍ରପୁର ଓ ରଙ୍ଗାମାଟିଆ ଅଞ୍ଚଳର ଆଦିବାସୀମାନେ ରବିବାର ଏହାକୁ ପାଳନ କରିଛନ୍ତି। ବଡ଼ିଭୋରରୁ ଉଠି ପ୍ରତ୍ୟେକ ପରିବାରରୁ ପୁରୁଷମାନେ ଘରର ଅଦରକାରୀ ସାମଗ୍ରୀ(ଧାତ୍ରା)କୁ ଦଉଡ଼ିରେ ବାନ୍ଧି ଟାଣି ଟାଣି ନେଇ ଗଁାରୁ ବାହାର କରି ଦେଇଛନ୍ତି। ଦେବେନ୍ଦ୍ରପୁର ଓ ରଙ୍ଗାମାଟିଆ ଗ୍ରାମର ୧୯୦ ପରିବାର ଲୋକ ଏକତ୍ର ହୋଇ ଗଁା ମୁଣ୍ଡରେ ଥିବା ଜଙ୍ଗଲର ଏକ ଗଛରେ ଏହାକୁ ବାନ୍ଧି ଦେଇଛନ୍ତି। ଗ୍ରାମର ଓଝା ସେହି ଗଛ ମୂଳେ ଜୁଗିନୀକୁ ସିନ୍ଦୂର, ଧୁପ, ଝୁଣା, ଭୋଗ ଲଗାଇ ଏକ କୁକୁଡ଼ା ଚିଅଁାକୁ ପୂଜା କରି ଛାଡ଼ି ଦିଅନ୍ତି। ଏହି ପରମ୍ପରାକୁ ‘ଜୁଗିନୀଗିଡି’ ବୋଲି କୁହାଯାଏ।
ଏହି ପରମ୍ପରା ଅନୁଯାୟୀ ବର୍ଷକୁ ଥରେ ଗ୍ରାମର ସମସ୍ତ ଲୋକ ସାମିଲ ହୋଇ ଆଗାମୀ ବର୍ଷ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରନ୍ତି। ଗ୍ରାମର ଲକ୍ଷ୍ମଣ ଟୁଡୁ କହନ୍ତି, ଆଦିବାସୀଙ୍କ ମଧ୍ୟରେ ଥିବା ସାନ୍ତାଳ, ଭୂମିଜ, କୋହ୍ଲ ଏବଂ ହୋ ଜାତି ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତିଠାରୁ ନବବର୍ଷ ପାଳନ କରିଥାନ୍ତି। ଦଶମୀ ପରଦିନ ଏହି ଜୁଗିନୀଗିଡି ପରମ୍ପରାକୁ ପାଳନ କରାଯାଇଥାଏ। ଲୋକେ ପ୍ରତ୍ୟୁଷରୁ ବାହାରି ଜୁଗିନୀକୁ ଗଁା ସୀମା ପାର କରି ଏକ ଗଛ ମୂଳେ ବାନ୍ଧି ଦେଇଥାନ୍ତି। ସେଠାରୁ ଫେରିବା ପରେ ଏକ ଜଳାଶୟକୁ ଯାଇ ଶୌଚ ହୋଇ ପରେ ଗଁା ମୁଣ୍ଡରେ ଥିବା ଏକ ନିଛାଟିଆ ସ୍ଥାନରେ ନାଏକେ ଗଣ ପୂଜା କରିଥାନ୍ତି। ଅପରାହ୍ନରେ ସମସ୍ତ ଗ୍ରାମବାସୀ ଏକଜୁଟ ହେବା ପରେ ବଡ଼ ସଭାରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥାଏ। ଦେବେନ୍ଦ୍ରପୁରର ସୁନାରାମ ମୁର୍ମୁ କହନ୍ତି, ଏହି ଦିନଠାରୁ ନିଜ ଘର କିମ୍ବା କ୍ଷେତ ପାଇଁ ଗଛ କାଟିବାକୁ ଅନୁମତି ମିଳିଥାଏ। ତେବେ ଏହି ପରମ୍ପରା ପାଳନ ପୂର୍ବରୁ ଗ୍ରାମରେ କେହି ଜନ୍ମ ହେଲେ କିମ୍ବା କାହାର ମୃତ୍ୟୁ ଘଟିଲେ, ପରମ୍ପରା ପାଳନ ନେଇ ଦିନ ଧାର୍ଯ୍ୟ କରାଯାଇଥାଏ। ପୂର୍ବପୁରୁଷରୁ ସ୍ବଚ୍ଛତା ଦିଗରେ ଏଭଳି ପରମ୍ପରା ଚାଲି ଆସୁଛି ବୋଲି ସୁନାରାମ ସୋରେନ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri