ଉଜ୍ଜୀବିତ ରହିଛି ପରମ୍ପରା

ଭୁବନ,୨୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନର ଏକ ଅନନ୍ୟ ପର୍ବ ହେଉଛି ବଳଦଯାତ୍ରା। ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ଏହା ପାଳନ କରାଯାଏ। ଇତିହାସ ଅନୁଯାୟୀ, ଏଠାକାର ଥୋରିଆ, ବଣିଆ ଓ କାଚରା ସମ୍ପ୍ରଦାୟର ଲୋକମାନେ ଦେଶ ବାହାରକୁ ବ୍ୟବସାୟ କରିବାକୁ ଯିବା ସମୟରେ ବଳଦର ସହାୟତା ନେଉଥିଲେ। ସେତେବେଳେ ଗାଡ଼ିର ସୁବିଧା ନ ଥିବାରୁ ସେମାନେ ବଳଦ ପିଠିରେ ବିକ୍ରି ସାମଗ୍ରୀ ଲଦି ଦୂର ଦେଶକୁ ଯାତ୍ରା କରୁଥିଲେ। ପ୍ରତିବର୍ଷ ଆଶ୍ୱିନ ମାସରେ ସେମାନେ ବ୍ୟବସାୟ ପାଇଁ ବାହାରୁଥିବାରୁ ବଳଦକୁ ବନ୍ଦାପନା କରିବା ପରେ ସେମାନଙ୍କ ଯାତ୍ରା ଆରମ୍ଭ କରୁଥିଲେ। ସେହି ପରମ୍ପରାକୁ ଉଜ୍ଜୀବିତ ରଖିବ ପାଇଁ ସେବେଠାରୁ ଭୁବନରେ ବଳଦ ଯାତ୍ରା ପାଳନ କରାଯାଉଛି।
ଚଳିତ ବର୍ଷ ଏହି ପ୍ରସିଦ୍ଧ ବଳଦ ଯାତ୍ରା ପାଇଁ ଭୁବନ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜାଠାରୁ ସୁସଜ୍ଜିତ ବଳଦମାନଙ୍କୁ ନଗର ପରିକ୍ରମା ଅଭ୍ୟାସ କରାଯାଉଛି। ଆସନ୍ତା ୨୪ ତାରିଖ ଦଶହରା ଦିନ ଏହି ଯାତ୍ରା ବିଧିବଦ୍ଧ ଅନୁକୂଳ ବା ଶୁଭାରମ୍ଭ କରାଯିବ। ୨୫ ତାରିଖ ମା’ଙ୍କ ଭସାଣି ବେଳେ ସୁସଜ୍ଜିତ ବଳଦମାନଙ୍କୁ ଶୋଭାଯାତ୍ରାରେ ସାମିଲ କରାଯିବ। ଏଥର ୩୨ଟି ବଳଦ ଯାତ୍ରାରେ ସାମିଲ ହେବାକୁ ସ୍ଥିର ହୋଇଥିବାରୁ ସେମାନଙ୍କୁ ସୁସଜ୍ଜିତ କରାଯାଇଛି। ଦଶହରା ଏବଂ ଏକାଦଶୀ ତିଥିରେ ଅନୁଷ୍ଠିତ ମୁଖ୍ୟ ଯାତ୍ରାରେ ଅଭ୍ୟାସରେ ଭାଗନେଇଥିବା ବଳଦ ଏବଂ ବଳଦିଆମାନେ ସାମିଲ ହେବେ। ଏହି ଯାତ୍ରା ପାଇଁ ଏବେଠାରୁ ଥୋରିଆ, ବଣିଆ ଓ କାଚରା ସମ୍ପ୍ରଦାୟ ସହିତ ଭୁବନ ଅଞ୍ଚଳର ସମସ୍ତଙ୍କ ଘରେ ବନ୍ଧୁବାନ୍ଧବ ପହଞ୍ଚି ସାରିଛନ୍ତି। ପିଠାପଣା ପ୍ରସ୍ତୁତିରେ ସମସ୍ତେ ଲାଗିପଡ଼ିଛନ୍ତି। ଦଶହରା ଦିନ ଗ୍ରାମ ଦେବତୀଙ୍କୁ ଆବାହନ କରି ଏହି ଯାତ୍ରା ଆରମ୍ଭ କରାଯାଇଥାଏ। ଚଳିତ ଥର ଭୁବନରେ ୧୩ଟି ଦୁର୍ଗା ଓ ହରପାର୍ବତୀ ମେଢ଼ ହୋଇଛନ୍ତି। ସେଥିମଧ୍ୟରୁ ଦୁର୍ଗାଛକ, ଗୁଜୁରିହାଟ, ସେଣସାହି ହରପାର୍ବତୀ, ଦୁର୍ଗାବଜାର, କ୍ଲାସିକକ୍ଲ, ନୂଆଭୁବନ ବଜାର, ନୂଆଭୁବନ ମଝିସାହି, ଗଡଗହମପୁର, ହାଟୁଆ ଦୁର୍ଗାମେଢ, ପୋଥାଳ ସାହି, ବାଜିଛକ, ବିଘ୍ନମହାନ୍ତି ଛକ ଓ ହରପାର୍ବତୀ ମେଢ଼ ଯାତ୍ରାରେ ସାମିଲ ହେବେ। ଏହି ଯାତ୍ରା ଦେଖିବାକୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଏବେଠାରୁ ଉଠାଦୋକାନୀମାନେ ସେଠାରେ ପସରା ମେଲାଇସାରିଲେଣି। ଭଳିକି ଭଳି ଖାଦ୍ୟ, ଘରକରଣା ଉପକରଣ ଷ୍ଟଲ ସହିତ ଚଟପଟା, ଫାଷ୍ଟଫୁଡ ଦୋକାନୀ ବ୍ୟବସାୟ ଆରମ୍ଭ କରିଦେଲେଣି। ସେହିପରି ପୂଜାକୁ ଶାନ୍ତି ଶୃଙ୍ଖଳା କରିବା ପାଇଁ ପ୍ରଶାସନ, ବଳଦିଆ, ଦୁର୍ଗାକମିଟି ଓ ଶାନ୍ତି କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମସ୍ତଙ୍କ ସହଯୋଗରେ ସଫଳ ହେବ
ଚଳିତବର୍ଷ ବଳଦ ଯାତ୍ରା ମହା ଆଡ଼ମ୍ବରରେ ପାଳନ କରାଯିବ। ପ୍ରଶାସନ ଓ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରାଯିବ। ଡିଜେ ଉପରେ କଟକଣା ଲଗାଯାଇଥିବା ବେଳେ ପାରମ୍ପରିକ ବାଦ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ଭୁବନବାସୀଙ୍କ ସହଯୋଗ ସଫଳତା ଆଣିବ।
-ଦିଲୀପ ଦାସ, ବଳଦ ଯାତ୍ରା କମିଟି ସଭାପତି, ଭୁବନ
ଏନ୍‌ଏସି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି
ବଳଦ ଯାତ୍ରା ପାଇଁ ଭୁବନ ଏନ୍‌ଏସି ପକ୍ଷରୁ ବିଦ୍ୟୁତ୍‌, ପାନୀୟଜଳ ସହିତ ପରିମଳ ବ୍ୟବସ୍ଥାର ସୁବନ୍ଦୋବସ୍ତ କରାଯାଇଛି। ବାହାରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଶାନ୍ତି କମିଟି ନିଷ୍ପତ୍ତି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି।
– ଶୁଭେନ୍ଦୁ କୁମାର ସାହୁ, ଭୁବନ ନଗରପାଳ
ଗ୍ରାମବାସୀଙ୍କ ସହଯୋଗ ଯୋଗୁ ଆକର୍ଷଣୀୟ ହେଉଛି
ବଳଦଯାତ୍ରା ଏକ ଐତିହାସିକ ବାତାବରଣ ସୃଷ୍ଟି କରିଛି। କେଉଁ ଆବହମାନ କାଳରୁ ଏହି ଯାତ୍ରା ପାଳନ ହୋଇଆସୁଛି। ଗ୍ରାମବାସୀଙ୍କ ସହଯୋଗ ଏହାକୁ ଅଧିକ ଆକର୍ଷଣୀୟ କରିଛି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରା ଅକ୍ଷୁଣ୍ଣ ରହିବ।
-ବ୍ରହ୍ମାନନ୍ଦ ସାହୁ, ସଭାପତି, ଥୋରିଆ ସମ୍ପ୍ରଦାୟ
ଯୁବପିଢ଼ି ସାମିଲ ହେବାରୁ ଶୋଭା ବଢ଼ୁଛି
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରରେ ଏହି ଯାତ୍ରା ପାଳନ କରାଯିବାକୁ ପ୍ରସ୍ତୁତି ଶେଷ ହୋଇଛି। ଦିନକୁ ଦିନ ଯୁବପିଢି ସାମିଲ ହୋଇ ଯାତ୍ରାର ଶୋଭା ବର୍ଦ୍ଧନ କରୁଛନ୍ତି। ଯୁବକମାନେ ସଚେତନ ହେଲେ ଏହି ଯାତ୍ରା ଆହୁରି ଲୋକାଦୃତ ହୋଇପାରନ୍ତା।
-ନିରଞ୍ଜନ ପୃଷ୍ଟି, ବରିଷ୍ଠ ସଦସ୍ୟ
ବଳଦ ଯାତ୍ରାରୁ ଅତ୍ୟନ୍ତ ଆନନ୍ଦ ମିଳିଥାଏ
ବଳଦ ଓ ଷଣ୍ଢଙ୍କୁ ସଜ୍ଜିତ କରି ଶୋଭାଯାତ୍ରରେ ନିଆଯିବା ଦୃଶ୍ୟ ଅତ୍ୟନ୍ତ ଆନନ୍ଦ ଦେଇଥାଏ। ଚଳିତବର୍ଷ ଏହି ବଳଦ ଯାତ୍ରାକୁ ସୁନ୍ଦର କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ସହଯୋଗ ରହିବା ସହ ସମସ୍ତ ବିଭାଗ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଏହି ଯାତ୍ରା ପାଇଁ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।
-କୁଞ୍ଜବିହାରୀ ଚିନରା, ଶାନ୍ତି କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri