Categories: ବାଣିଜ୍ୟ

ସିଏନ୍‌ଜିରେ ଗଡ଼ିବ ଟ୍ରାକ୍ଟର

ନୂଆଦିଲ୍ଲୀ: ସାରା ଦେଶରେ ଏଣିକି ସିଏନ୍‌ଜି ବା ବାୟୋଗ୍ୟାସ୍‌ ଇନ୍ଧନରେ ଟ୍ରାକ୍ଟର ଗଡିବ। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟରର ଶୁଭାରମ୍ଭ କରିଛନ୍ତି। ଏହା ଏକ ଡିଜେଲ ଟ୍ରାକ୍ଟର ପୂର୍ବରୁ ଥିବାବେଳେ ଏହାକୁ ସିଏନ୍‌ଜି ଇଞ୍ଜିନରେ ରୂପାନ୍ତରିତ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ ଗଡକରୀ କହିଛନ୍ତି, କୃଷକ ଏହା ମାଧ୍ୟମରେ ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବାକୁ ସକ୍ଷମ ହେବେ। ବର୍ତ୍ତମାନ ଦିଲ୍ଲୀରେ ଡିଜେଲ ୭୮.୩୮ ଟଙ୍କାରେ ବିକ୍ରି ହେଉଛି। ସିଏନ୍‌ଜି ପ୍ରତି ଲିଟର ୪୫ ଟଙ୍କାରେ ବିକ୍ରି ହେଉଛି। ଡିଜେଲ ତୁଳନାରେ ସିଏନ୍‌ଜି ବେଶ୍‌ ଫାଇଦା ଦେବ ବୋଲି ଆଶା କରାଯାଉଛି। ସେହିଭଳି ଡିଜେଲ ଭଳି ସିଏନ୍‌ଜି ପରିବେଶ ଉପରେ ଏତେଟା ଖରାପ ପକାଇବ ନାହିଁ। ଗ୍ରାମୀଣ ଭାରତରେ ରୋଜଗାର ସୁଯୋଗ ପ୍ରଦାନ କରିବାରେ ଏହା ସହାୟକ ହେବ ବୋଲି ଗଡକରୀ ଆଶା ରଖିଛନ୍ତି।

Share