ଟୋଲଗେଟ୍‌ ଫାଟକ ଭାଙ୍ଗି ଚାଲିଗଲା ଗୋରୁ ବୋଝେଇ ପିକ୍‌ଅପ୍‌

ପାଟଣା,୧୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ନିକଟରେ ଥିବା ଟୋଲଗେଟ୍‌ର ଫାଟକ ଭାଙ୍ଗି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଖ୍‌ଅପ ଭ୍ୟାନ ଫେରାର ହୋଇଯାଇଛି । ପିକ୍‌ଅପରେ ଗୋରୁ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳ ଗାଡ଼ିକୁ ଧରିବା ପାଇଁ ପିଛା କରିଥିଲେ। ଗାଡ଼ିଟି ଦ୍ରୁତଗତିରେ ଟୋଲ ଗେଟ୍‌ର ଫାଟକ ଭାଙ୍ଗି ପଳାଇ ଯାଇଥିଲା। ଏଥିରେ ଟୋଲ୍‌ଗେଟ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବରପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ସିସିଟିଭି ଫୁଟେଜଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି।