Posted inଜାତୀୟ

ଭାଗ ହେବ ‘ଟାଇମ୍ସ ଗ୍ରୁପ୍‌’

ମୁମ୍ବାଇ, ୫।୫: ଭାରତର ସବୁଠୁ ଖ୍ୟାତନାମା ମିଡିଆ କମ୍ପାନୀ ‘ଟାଇମ୍ସ ଗ୍ରୁପ୍‌’ ଭାଗ ଭାଗ ହେବାକୁଯାଉଛି। ଦୁଇ ଭାଇ ସମୀର ଓ ବୀନିଥ ଜୈନ ଅନେକ ଦିନ ଏକାଠି କମ୍ପାନୀ ପରିଚାଳନା କରୁଥିବାବେଳେ ଦୁହିଁଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଇଛି, ଯେଉଁ କାରଣରୁ ଟାଇମ୍ସ୍‌ ଗ୍ରୁପ୍‌ ମିଡିଆ କମ୍ପାନୀର ଭାଗ ବଣ୍ଟାଯିବ ବୋଲି ଖବର ପ୍ରକାଶ ପାଇଛି। ଏ ନେଇ ଫାଇନାନ୍ସରଙ୍କ ସହିତ କମ୍ପାନୀର ଅର୍ଥକୁ ଭାଗ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଖବରକାଗଜ, ଟେଲିଭିଜନ୍‌, ରେଡିଓ, ଡିଜିଟାଲ, ଚଳଚ୍ଚିତ୍ର, ସଙ୍ଗିତ, ଶିକ୍ଷା ଏବଂ ବିରତି କ୍ଷେତ୍ରରେ ଟାଇମ୍ସ ଗ୍ରୁପ୍‌ ବହୁ ବର୍ଷ ଧରି କାର୍ଯ୍ୟ କରିଆସୁଥିବାବେଳେ ଅନେକ ଛାପ ଛାଡ଼ିଛି। ୨୦୨୧ରେ କମ୍ପାନୀ ଭାଗ ହେବା ନେଇ ପ୍ରଥମେ ଗୁଜବ ଶୁଣିବାକୁ ମିଳିଥିଲା। କିନ୍ତୁ ସେ ସମୟରେ ଇଷ୍ଟହ୍ବାଇଲ୍‌ ଚେୟାରମ୍ୟାନ୍‌ ତଥା ସମୀରଙ୍କ ମା’ ଇନ୍ଦୁ ଜୈନ ଏହାକୁ ଖଣ୍ଡନ କରିଥିଲେ।
ବିନେଟ୍‌ କୋଲେମାନ ଆଣ୍ଡ କୋ ଦ୍ୱାରା ପରିଚାଳିତ ମିଡିଆ ଗ୍ରୁପ୍‌କୁ ଠିକ୍‌ ଭାବେ ବାଣ୍ଟିବା ଲାଗି ସମୀର ଓ ବୀନିଥ ସମାଧାନ ଖୋଜୁଛନ୍ତି। ଦେଶର ଲୋକପ୍ରିୟ ଖବରକାଗଜ ଦ ଟାଇମ୍ସ ଅଫ୍‌ ଇଣ୍ଡିଆ, ଏବଂ ଫାଇନାନ୍ସିଆଲ ଡେଲି ଦ ଇକୋନୋମିକ୍‌ ଟାଇମ୍ସ ମଧ୍ୟରେ ମଧ୍ୟସ୍ଥତା ବିଭାଜନ ପୂର୍ବ ବର୍ଷ କରାଯାଇଥିଲା। ଏହାକୁ ଗୋପନୀୟ ରଖାଯାଇଥିବାବେଳେ ଏ ନେଇ କୌଣସି ଖବର ପ୍ରକାଶ କରାଯାଇ ନ ଥିଲା । ତେବେ ଦୁଇ ଭାଇଙ୍କ ମଧ୍ୟରେ ଯିଏ ଖବରକାଗଜ ଛପା ବ୍ୟବସାୟ ସମ୍ଭାଳିବେ ସେ ହିଁ କମ୍ପାନୀ ଅର୍ଥକୁ ବ୍ୟବହାର କରିପାରିବେ ବୋଲି କୁହାଯାଉଛି। ଟାଇମ୍ସ ଗ୍ରୁପ୍‌ ୩ ଭାଗରେ ବଣ୍ଟାଯିବ। କମ୍ପାନୀ ବଣ୍ଟାଯିବା ପରେ ଇନ୍‌ଭେଷ୍ଟରମାନଙ୍କୁ ନିଜ ୟୁନିଟ୍‌ରେ ରଖିବା ପାଇଁ ଦୁଇ ଭାଇଙ୍କ ମଧ୍ୟରେ ଛକାପଞ୍ଝା ଦେଖାଯାଇପାରେ। ଏ ନେଇ ସମୀର, ବୀନିଥ ଜୈନଙ୍କ ସହ କମ୍ପାନୀ ପ୍ରତିନିଧି କୌଣସି ଇ-ମେଲ୍‌ କିମ୍ବା ମେସେଜ୍‌ର ଉତ୍ତର ଦେଉନାହାନ୍ତି। ଅନ୍ୟପକ୍ଷେ ବର୍ତ୍ତମାନ ସମୟରେ ଭାରତୀୟ ମିଡିଆ ଓ ଏଣ୍ଟରଟେନ୍‌ମେଣ୍ଟ ସେକ୍ଟରରୁ ଭଲ ଆୟ ହେଉଛି। ଆସନ୍ତାବର୍ଷ ଏହା ୨.୩ ବିଲିୟନ୍‌ ଡଲାର ଛୁଇବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri