ନୂଆପଡ଼ା,୩୦ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ଧାନ ସଂଗ୍ରହ ପାଇଁ ଗତ ୨୦ରେ ମଣ୍ଡି ଆରମ୍ଭ ହୋଇଥିଲା। ଧାନ ବିକ୍ରୟ କରିବା ପାଇଁ ଜିଲାରେ ୧୩ ହଜାର ୨୭୬ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଜିଲାରେ ରବି ଋତୁରେ ୩ ଲକ୍ଷ ୮୯ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖା ଯାଇଛି। ୪୧ ପ୍ରାଥମିକ କୃଷି ସମବାୟ ସମିତି ଓ ୬ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୨୪ ମିଲର୍ସ ଦ୍ୱାରା ଧାନ କ୍ରୟ କରାଯିବ। ଜିଲାରେ ୯ ଦିନ ଭିତରେ ୯୦୬ ଜଣ ଚାଷୀଙ୍କଠାରୁ ୫୬ ହଜାର ୧୯୨ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ବିଭିନ୍ନ ମଣ୍ଡିରେ ୨୩୬ ଜଣ ଚାଷୀଙ୍କ ୩୦ ହଜାର ୪୩ କୁଇଣ୍ଟାଲ ଧାନ ପଡି ରହିଛି ା ଲଘୁଚାପ ଜନିତ ବର୍ଷାରେ ଧାନ ଉଠାଇବା କାର୍ଯ୍ୟ ଧିମେଇ ଯାଇଛି ା ମଣ୍ଡିରେ ଚାଷୀ ଧାନ ରଖି ଜଗି ରହିଛି ା ଜିଲାର ଅଧିକାଂଶ ମଣ୍ଡିରେ ଧାନ ରଖିବା ପାଇଁ ସେଡ୍ ନିର୍ମାଣ ହୋଇ ସାରିଥିବା ବେଳେ ୫ରୁ ୬ଟି ମଣ୍ଡିରେ ସେଡ୍ ନିର୍ମାଣ ହୋଇ ନାହିଁ। ଯେଉଁ ମଣ୍ଡିରେ ସେଡ୍ ନିର୍ମାଣ ହୋଇ ନାହିଁ ତାହାର ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯାଇଛି, ଶୀଘ୍ର ସେଠାରେ ନିର୍ମାଣ କରାଯିବ ବୋଲି ଡିଆର୍ସିଏସ୍ ଶିବ ପ୍ରସାଦ ସ୍ବାଇଁ କହିଛନ୍ତି। ଜିଲାରେ ସୁରୁଖୁରୁରେ ଧାନ ବିକ୍ରୟ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ା


