ବାଘର ଠିକଣା ବାଘୁଆମେଦ

ମହାକାଳପଡ଼ା,୯।୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଅତୀତର ଅନେକ କାହାଣୀ ଏବେବି ସତେଜ ହୋଇରହିଛି। କାଳକ୍ରମେ ଅନୁପ୍ରବେଶକାରୀଙ୍କ ଯୋଗୁ ହେନ୍ତାଳବଣ ଧ୍ୱଂସ ପାଇ ଜନବସତି ଗଢିଉଠିଛି। ଜଙ୍ଗଲ ଧ୍ୱଂସ ଯୋଗୁ ବସବାସ କରୁଥିବା ଜୀବଜନ୍ତୁ ଲୋପ ପାଇଯାଇଛନ୍ତି। କୁଜଙ୍ଗ ରାଜାଙ୍କ ଅଧୀନରେ ମହାକାଳପଡ଼ା ଅଞ୍ଚଳର ବାଘୁଆମେଦ ଜଙ୍ଗଲ ଥିଲା। ବହୁ ବାଘ ଜଙ୍ଗଲରେ ରହୁଥିବାରୁ ନାଁ ହୋଇଥିଲା ବାଘୁଆମେଦ। ହେଲେ ବାଘ ବଂଶ ଲୋପ ପାଇଯାଇଥିବା ବେଳେ କେବଳ ନାଁ ରହିଛି। ଏହି ଜଙ୍ଗଲକୁ ଶିକାର ପାଇଁ କୁଜଙ୍ଗ ରାଜା ଘୋଡାରେ ଆସି ପଲ୍ଲୀଗଡ଼ ଗାଁରେ କଚେରି ଗୃହରେ ରହୁଥିଲେ। ଏବେ ରାଜାଙ୍କ କଚେରି ଡିହବାଡି କେବଳ ମୂକ ସାକ୍ଷୀ ହୋଇରହିଛି। ଗୋପାଳକମାନେ ଜଙ୍ଗଲରେ ନିଜ ଗୋ, ମଇଁଷି ଚରିବାକୁ ଛାଡି ବଡ ଗଛରେ ମଞ୍ଚା ବାନ୍ଧି ରାତିରେ ଜଗି ରହୁଥିଲେ। ରାତିରେ ବାଘ, ହରିଣ, ବାର୍‌ହା, ହେଟାବାଘ, ଶିଙ୍ଗାଳ ଓ ଅନ୍ୟ ଜନ୍ତୁ ସାହେବ ପୋଖରୀକୁ ପାଣି ପିଇବାକୁ ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ବାଘୁଆମେଦ ଜଙ୍ଗଲ ନିକଟରେ ହବାଳିପାହି, କିଆବାରିଆ, ପେଟଛେଲା, ଅହଳାପାହି ଆଦି ଜଙ୍ଗଲରେ ବହୁ କିଆବୁଦା ରହିଥିଲା। ଏହି ବୁଦା ମୂଳେ ବାଘମାନେ କୋରଡ କରି ରହୁଥିଲେ। ସ୍ଥାନୀୟ ଅଞ୍ଚଳର କେତେଜଣ ବୃଦ୍ଧଙ୍କୁ ଭେଟିବାରୁ ନିଜର ପୁରୁଣା ଦିନର ଅନୁଭୂତି ସମ୍ପର୍କରେ ବଖାଣିଥିଲେ। ଜଙ୍ଗଲରେ ଗାଈ ମଇଁଷି ଚରିବାକୁ ଯାଉଥିଲେ। ଦିନେ ଅପରାହ୍ନରେ ଏକ ବାଘ ବାଛୁରୀକୁ ନେଇ କିଆ ବୁଦା ମୂଳେ ଖାଇଥିଲା। ଏପଟେ ଭୟରେ ମଞ୍ଚା ଉପରେ ବସି ବାଘର ଗତିବିଧି ଦେଖିଥିଲି। କିଛିଦିନ ପରେ ମଇଁଷି ପଲ ଜଙ୍ଗଲରେ ଯାଉଥାନ୍ତି, ହଠାତ୍‌ ଏକ କଲରା ପତରିଆ ବାଘ ବାଛୁରୀକୁ ନେବାକୁ ମାଡ଼ି ଆସିଲା, କିନ୍ତୁ ନିକଟ ଗାଁର ନରି ଦାସ ମଇଁଷିଆଳ ବାଡ଼ିକୁ ବାଘ ପାଟିରେ ପୂରାଇ ଦେବାରୁ ସେ ଜଙ୍ଗଲକୁ ଚାଲିଗଲା। ସ୍ଥାନୀୟ ଗାଁକୁ ରାତିରେ ବାଘ ଆସି ଶିକାର କରିଥାଏ ବୋଲି ପୁରୁଖା ଲୋକେ କୁହନ୍ତି। ଏହି ଗାଁର ନନ୍ଦ ଦାସ (୯୮) କୁହନ୍ତି, ଦିନେ ତାଙ୍କ ବାପା ହରି ଜଙ୍ଗଲରେ ମଇଁଷି ଜଗିଥିବା ବେଳେ ବାହାର ଲୋକମାନେ ତାଙ୍କୁ ବାଘ ଦେଖିବାକୁ କହିଲେ। ହରି ମଞ୍ଚା ଉପରେ ସେମାନଙ୍କୁ ବସାଇ ବାଛୁରୀକୁ ଏକ କିଆ ବୁଦା ମୂଳେ ବାନ୍ଧି ଥାନ୍ତି। ନିକଟ ବୁଦା ମୂଳରୁ ୪ ବାଘ ବାଛୁରୀକୁ ଶିକାର କରିବାକୁ ଆସିଥିଲେ ବୋଲି ନନ୍ଦ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ଗୋପୀନାଥ ସ୍ବାଇଁ (୧୧୨) ନିଜ ଅନୁଭୂତିରୁ କୁହନ୍ତି, ପ୍ରତି ରାତିରେ କିଆବରିଆ ଜଙ୍ଗଲ ପୋଖରୀକୁ ଜୀବଜନ୍ତୁ ପାଣି ପିଇବାକୁ ଆସିଥାନ୍ତି, ଦିନେ ରାତିରେ ଅଞ୍ଚଳର ଲୋକମାନେ ଏକ ମହାବଳ ବାଘକୁ ଶିକାର କରି କାନ୍ଧେଇ କେନ୍ଦ୍ରାପଡ଼ାକୁ ନେଇ ଲୋକଙ୍କୁ ଦେଖାଇଥିଲେ। ବାଘ ଦେଖି ତା’ର ବଦଳରେ କିଛି ପଇସା ମିଳୁଥିବା ସେ କହିଛନ୍ତି। ସେତେବେଳେ ପ୍ରାଣୀ ଶିକାର ଉପରେ ଏତେ ଆଇନ, କଟକଣା ନ ଥିଲା। ପୂର୍ବରୁ ଶହଶହ ଏକର ଘଞ୍ଚ ହେନ୍ତାଳ ଜଙ୍ଗଲ, ଯୋରୀ, ନଦୀ, ଖାଲ ପାଟରୁ ମାଛ, କଙ୍କଡା, ଧରି ଖାଇ ଥାଉ। ଚାଷ ଜମିରେ ଲୁଣା ଜଳ ମାଡୁଥିବାରୁ ଅଞ୍ଚଳର ଧାନ ଫସଲ ନଷ୍ଟ ହୋଇଥାଏ। ଆଜିକା ଦିନରେ ବାଘୁଆମେଦରେ ଥିବା ଶତାଧିକ ଏକର ହେନ୍ତାଳ ବଣ ଅନୁପ୍ରବେଶକାରୀଙ୍କ ଦଖଲରେ। ସେମାନେ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ହାତବାରିଶ କରି ଜଙ୍ଗଲ କିସମ ଜମିକୁ ହାତେଇଛନ୍ତି। ଏଠାରେ କେତେଜଣ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ବଳରେ ପ୍ରଶାସନଠାରୁ ସ୍ଥାୟୀ ଘରବାଡ଼ି ପଟ୍ଟା ପାଇଛନ୍ତି। ଅଞ୍ଚଳରେ ବଙ୍ଗୀୟ ଲୋକମାନେ ଜବରଦଖଲ କରି ବସବାସ କରୁଛନ୍ତି। ବାଘୁଆମେଦ ଗାଁର ଏକ ଛୋଟ ଚୁଆଥିଲା। ଏଥିରେ ମଧୁରଜଳ ଥିବାରୁ ବାଘମାନେ ଅପରାହ୍ନରେ ପାଣି ପିଇବାକୁ ଆସୁଥିଲେ। ବ୍ରିଟିଶ ସାହେବ ଉକ୍ତ ପାଣି ଚୁଆକୁ ପୋଖରୀରେ ପରିଣତ କରିଥିଲେ। ସେଥିପାଇଁ ଏହି ପୋଖରୀକୁ ସାହେବ ପୋଖରୀ କୁହାଯାଉଛି। ସାହେବମାନେ ସେହି ପୋଖରୀ ନିକଟ ହେନ୍ତାଳ ବଣରେ ଛକି ବାଘକୁ ଶିକାର କରୁଥିଲେ। ସନ୍ଧ୍ୟା ହେଲେ ବାଘ ରଡ଼ି ଶୁଭୁଥିଲା ବୋଲି ପୂର୍ଣ୍ଣ ସିଂ, ମକର ସିଂ ପ୍ରମୁଖ କହିଛନ୍ତି। ଏମାନଙ୍କ ବାପା ପ୍ରତାପ ସିଂ କହୁଥିଲେ, ଅଞ୍ଚଳରେ ୩୦ରୁ ଅଧିକ ଚିତାବାଘ ଥିଲେ। ସଞ୍ଜ ନଇଁଲେ ଘରେ ତାଟି କବାଟ ପଡ଼େ। ବାଘ କବଳରୁ ବଞ୍ଚତ୍ବାକୁ ରାତିରେ ଘର ଆଗରେ କାଠ ଗଣ୍ଡିରେ ନିଆଁ ଲଗାଇ ରାତିସାରା ଅନିଦ୍ରା ରହିବାକୁ ପଡୁଥିଲା ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳି କୁହନ୍ତି, ୫୦ ଦଶକ ପୂର୍ବରୁ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ପରିବେଶ ଅନୁକୂଳ ଯୋଗୁ ବାଘମାନେ ବଂଶ ବିସ୍ତାର କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ, ହେନ୍ତାଳ ଜଙ୍ଗଲ ଧ୍ୱଂସ, ଶିକାର ଯୋଗୁ ବାଘ ବଂଶ ଲୋପ ପାଇଛି। ଏବେ ଯଦି ସରକାର ମହାକାଳପଡ଼ା ବନାଞ୍ଚଳକୁ ସଂରକ୍ଷିତ ଜଙ୍ଗଲ ଘୋଷଣା କରି ବାଘ ଛାଡିବାର ବ୍ୟବସ୍ଥା କରନ୍ତେ ତେବେ ବଂଶ ବୃଦ୍ଧି ସହ ଜଙ୍ଗଲ ସୁରକ୍ଷିତ ରହିପାରନ୍ତା ବୋଲି ସେ କହିଛନ୍ତି।

ପ୍ରତାପ ଚନ୍ଦ୍ର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri