ବାର୍‌ହା ଶିକାରକଲା ‘ଯମୁନା’

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି ା ଏକ ବାର୍‌ହାକୁ ଶିକାର କରିବା ପରେ ଖାଇବା ଦେଖି ବନ ବିଭାଗର କର୍ମଚାରୀମାନେ ଖୁସି ପ୍ରକଟ କରିଛନ୍ତି। ଯମୁନା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି।
ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ରାଜ୍ୟ ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଏକ ମହାବଳ ବାଘୁଣୀ ଯମୁନାକୁ ଗତ୨୭ ତାରିଖରେ ଅଣାଯାଇଥିଲା। ବନ ବିଭାଗର ତାମିଲପ୍ରାପ୍ତ ଏକ ଟିମ୍‌ ମହାରାଷ୍ଟ୍ର ଗସ୍ତକରି ୨ବର୍ଷ ୭ମାସର ଏହି ବାଘୁଣୀକୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଦୀର୍ଘ ୯୦୦ କି.ମି. ପଥ ଅତିକ୍ରମକରି ଆଣିଥିଲେ। ପରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର କବାଟଘାଇ ରେଞ୍ଜ ଅଞ୍ଚଳର ଏକ ଅସ୍ଥାୟୀ ଏନ୍‌କ୍ଲୋଜରରେ ରଖାଯାଇ ତା’ର ଗତିବିଧି ନିରୀକ୍ଷଣ କରାଯାଉଛି। ‘ଯମୁନା’ ଦେହରେ ଲାଗିଥିବା ରେଡିଓ କଲାର ମାଧ୍ୟମରେ ତା’ର ଗତିବିଧି ଉପରେ ନଜର ରଖାଯାଇଛି। ଯମୁନା ଖାଦ୍ୟ ଗ୍ରହଣ ସହିତ ପାଣି ପିଇବା ପରେ ବନ ବିଭାଗ ଆଶ୍ୱସ୍ତି ଲାଭ କରିଛି। ଶିକାର କରିବା ପାଇଁ ସେ ରହୁଥିବା ଏନ୍‌କ୍ଲୋଜର ମଧ୍ୟରେ ବୁଧବାର ଏକ ବାର୍‌ହାକୁ ଛଡ଼ାଯାଇଥିଲା। ଉକ୍ତ ବାର୍‌ହାକୁ ଯମୁନା ଶିକାରକରି ଖାଇଥିଲା। ବନ ବିଭାଗର ଏହି ମିଶନ ସଫଳ ହୋଇଥିବା ବେଳେ ଅନ୍ୟ ଏକ ବାଘୁଣୀକୁ ଅଣାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ, ବାଘୁଣୀ ଯମୁନାକୁ ଟ୍ରାଙ୍କୁଲାଇଜକରି ଏକ ଯନ୍ତାରେ ଆଣିବା ପରେ କର୍ମଚାରୀଙ୍କୁ ଦେଖି ସେ ଭୟଭୀତ ହୋଇପଡ଼ିଥିଲା। ତେବେ ବାର୍‌ହା ଶିକାର ପରେ ତା’ର ହିଂସ୍ର ପ୍ରକୃତି ଫେରିଥିବାରୁ ତାକୁ ଖୁବ୍‌ ଶୀଘ୍ର ଗୁଡୁଗୁଡ଼ିଆ ରେଞ୍ଜର କୋର ଅଞ୍ଚଳରେ ଛଡ଼ାଯିବ ବୋଲି ଡା.ଗୋଗିନେନୀ କହିଛନ୍ତି। କୋର୍‌ ଅଞ୍ଚଳରେ ଛଡ଼ାଯିବା ପରେ ଏକ୍ସପର୍ଟମାନେ ତା’ର ଗତିବିଧି ଉପରେ ନଜର ରଖିବେ। ଏଥିପାଇଁ ୨ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି। ଆର୍‌ସିସିଏଫ୍‌ ଡ. ଗୋଗିନେନୀ ଓ ସ୍ବାସ୍ଥ୍ୟ ବିଭାଗର ଡାକ୍ତରଙ୍କ ତଦାରଖରେ ତିନୋଟି ଟିମ୍‌ ପ୍ରସ୍ତୁତ କରାଯାଇଛି। ପାହାଡ଼ିଆ ଦୁର୍ଗମ ଅଞ୍ଚଳ ପାଇଁ ହାତୀର ସାହାଯ୍ୟ ନିଆଯାଇପାରେ ବୋଲି ଡ.ଗୋଗିନେନୀ କହିଛନ୍ତି। ଗୋଟିଏ ଟିମ୍‌ ୨୪ ଘଣ୍ଟା ଦାୟିତ୍ୱରେ ରହିବା ପରେ ଅନ୍ୟ ଏକ ଟିମ୍‌ ଦାୟିତ୍ୱ ଗ୍ରହଣ କରିବେ। ୧୨୦୦ ବର୍ଗ କି.ମି. ପରିସରରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ନୂତନ ଅତିଥି ‘ଯମୁନା’ ବଂଶବୃଦ୍ଧି କରିବାରେ ସହାୟକ ହେବା ନେଇ ବନ ବିଭାଗ ଆଶା ପ୍ରକଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri