Categories: ଫୁରସତ

ଏହି ପ୍ରାଣିକୁ ଡରିଲା ବାଘ, ଜଙ୍ଗଲରେ ଦୌଡ଼ିଲା ଜୀବନ ନେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଙ୍ଗଲରେ ବାଘ ଏକ ପ୍ରାଣିକୁ ଡରି ଯାଇଥିବା ଦେଖିବାକୁ ମିଳୁଛି। ଓ୍ବରଥୋଗ ନାମକ ଏହି ପ୍ରାଣିକୁ ବାଘ ଗୋଡ଼ାଉ ଥିବା ବେଳେ ସେ ଟିକିଏ ରହିଯାଇ ବାଘକୁ ଗୋଡାଉଛି। ଫଳରେ ବାଘ ଜୀବନ ନେଇ ଜଙ୍ଗଲରେ ଦୌଡ଼ିବାକୁ ଲାଗୁଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share