୩ ଫେରାର ଅଭିଯୁକ୍ତ ଏବେ ୱାଣ୍ଟେଡ୍‌

ଭୁବନେଶ୍ୱର,୩୦।୧୧(ବ୍ୟୁରୋ):  ରାଜ୍ୟରେ ବିଭିନ୍ନ ଠକେଇ ମାମଲାରେ ସମ୍ପୃକ୍ତ ଥାଇ ଫେରାର ୩ ଅଭିଯୁକ୍ତଙ୍କୁ ଓ୍ବାଣ୍ଟେଡ ଘୋଷଣା କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଏମାନଙ୍କ ସମ୍ବନ୍ଧରେ ସୂଚନା ଦେବା ପାଇଁ ଇଓଡବ୍ଲ୍ୟୁ ଫୋନ୍‌ ନମ୍ବର ଜାରି କରିଛି। ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ଏଥିସହ ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି କୁହାଯାଇଛି। ସମ୍ପୃକ୍ତ ୩ ୱାଣ୍ଟେଡ ହେଲେ ଚିଟ୍‌ଫଣ୍ଡ ସଂସ୍ଥା ଷ୍ଟାର୍‌ କନ୍‌ସଲ୍‌ଟାନ୍ସି ସର୍ଭିସ୍‌ ପ୍ରାଇଭେଟ ଲିଃ. ନିର୍ଦ୍ଦେଶକ ଭଦ୍ରକ ଜିଲା ଧୁଷୁରୀ ଥାନା ଅଞ୍ଚଳର ତ୍ରିବେଣୀ କୁମାର ମହାନ୍ତି ଓରଫ ଟିନୁ, ସିଷ୍ଟେମାଟିକ୍ସ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିଃ.ର ନିର୍ଦ୍ଦେଶକ ଆଦିତ୍ୟ ଦାସ ଏବଂ ଜ୍ୟୋତି ଟ୍ରେଡିଙ୍ଗ୍‌ ଏଣ୍ଡ୍‌ କୋ. ର ମାଲିକ କଟକ ଜିଲା ଚୌଦ୍ୱାର ଥାନା ଅଞ୍ଚଳର ଜ୍ୟୋତି ରଞ୍ଜନ ବେହେରା ଓରଫ୍‌ ଗୋଲ୍ଡେନ୍‌ ବାବା। ଏମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୩ଟି ପୃଥକ ନମ୍ବର ଜାରି କରାଯାଇଛି। ଏହି ନମ୍ବର ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ସୂଚନା ଗ୍ରହଣ କରାଯିବ ନାହିଁ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଷ୍ଟାର୍‌ କନ୍ସୁଲଟାନ୍ସି ସର୍ଭିସ୍‌ ପ୍ରାଇଭେଟ ଲିଃ. ନିର୍ଦ୍ଦେଶକ ତ୍ରିବେଣୀଙ୍କ ଶେଷ ଠିକଣା ଥିଲା ଭୁବନେଶ୍ୱର ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଙ୍ଗ ବୋର୍ଡ କଲୋନୀ। ସେ ଏହି ସଂସ୍ଥା ଦ୍ୱାରା ୧୩ କୋଟି ଟଙ୍କା ଟଙ୍କା ଠକେଇ କରିଥିଲେ। ତାଙ୍କ ନାମରେ ଏକ କେସ୍‌ (ନଂ. ୨୫/୨୦୧୨) ରହିଛି। ମାମଲା ରୁଜୁ ପରଠାରୁ ସେ ଫେରାର ଅଛନ୍ତି। ତ୍ରିବେଣୀଙ୍କ ସମ୍ବନ୍ଧରେ ସୂଚନା ପାଇଁ ୭୦୦୮୧୬୦୧୧୪ ମୋବାଇଲ ନମ୍ବର ଜାରି କରାଯାଇଛି।
ସେହିପରି ସିଷ୍ଟେମାଟିକ୍ସ ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିଃ. ନିର୍ଦ୍ଦେଶକ ଆଦିତ୍ୟ ପୁରୀ ଜିଲା ସମୁଦ୍ରକୂଳ ଥାନା ଅଧୀନ ବାଲିସାହିରେ ଶେଷଥର ପାଇଁ ରହିଥିଲେ। ସେ ଟିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା ୨୦କୋଟି ଟଙ୍କା ଠକି ନେଇଛନ୍ତି। ତାଙ୍କ ନାମରେ ଏକ ମାମଲା (ନଂ. ୨୨/୨୦୧୩) ରହିଛି। ଆଦିତ୍ୟଙ୍କ ସମ୍ବନ୍ଧରେ ସୂଚନା ପାଇଁ ୯୪୩୭୦୯୭୬୬୨ ନମ୍ବର ଜାରି ହୋଇଛି। ସେହିପରି ଜ୍ୟୋତି ଟ୍ରେଡିଙ୍ଗ୍‌ ଏଣ୍ଡ୍‌ କୋ. ମାଲିକ ଜ୍ୟୋତି ରଞ୍ଜନ ଓରଫ୍‌ ଗୋଲ୍ଡେନ୍‌ ବାବା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରୀ ବିହାରରେ ଶେଷଥର ପାଇଁ ରହିଥିଲେ। ସେ ଲୁହାପଥର କାରବାରରେ ୪କୋଟି ଟଙ୍କା ଠକେଇ କରିଥିଲେ। ତାଙ୍କ ନାମରେ (ନଂ.୨/୨୦୧୯) ମାମଲା ରୁଜୁ ହୋଇଛି। ଗୋଲ୍ଡେନ୍‌ ବାବାଙ୍କ ସମ୍ପର୍କରେ ସୂଚନା ପାଇଁ ୯୪୩୮୧୨୯୬୧୨ ନମ୍ବର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri