ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜୀକରଣ ହେବ। ଟିକାକରଣ ନିମନ୍ତେ କୋୱିନ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣର ବ୍ୟବସ୍ଥା ରହିଛି। ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଏହାପରେ ଟିକାର ଉପଲବ୍ଧତାକୁ ନେଇ ଆପଏଣ୍ଟମେଣ୍ଟ ପ୍ରକିୟା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ। ଏଥିନିମନ୍ତେ ସ୍ଲଟ୍‌ ବୁକିଂ କରାଯିବ। କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍‌ ୫୬ ଲକ୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ସରିଲାଣି। ତୃତୀୟ ପର୍ଯ୍ୟାୟ ପାଇଁ ଆବଶ୍ୟକ ଟିକା ଯୋଗାଇ ଦେବାକୁ ସିରମ ଇନ୍‌ଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍‌କୁ ଚିଠି ଲେଖାଯାଇଛି। କିନ୍ତୁ କିଛି ପ୍ରତିଉତ୍ତର ଆସି ନାହିଁ। ଟିକା ଆସି ପହଞ୍ଚତ୍ବା ପରେ ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯିବ। ପ୍ରତିଦିନ ପ୍ରାୟ ୯୦ରୁ ୧୦୦ ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ ହେଉଛି। ଅବଶିଷ୍ଟ ସରକାରୀ କେନ୍ଦ୍ରରେ ଟିକାକରଣ ଚାଲିଥିବା ଡା. ପାଣିଗ୍ରାହୀ କହିଛନ୍ତି।
ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, କରୋନା ଟିକାର ପ୍ରଥମ ଡୋଜ୍‌ ଘରୋଇ ହସ୍ପିଟାଲରୁ ନେଇଥିବା ବ୍ୟକ୍ତି ଚାହିଁଲେ ଦ୍ୱିତୀୟ ଡୋଜ୍‌ ସରକାରୀ ହସ୍ପିଟାଲରୁ ନେଇପାରିବେ। ଦ୍ୱିତୀୟ ଡୋଜ୍‌ ଘରୋଇ ହସ୍ପିଟାଲରୁ ନେଲେ ନୂତନ ଭାବେ ନିର୍ଦ୍ଧାରିତ ହୋଇଥିବା ଦର ଦେବାକୁ ପଡ଼ିବ। କିନ୍ତୁ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ଟିକା ସମ୍ପୂର୍ଣ୍ଣ ମାଗଣାରେ ନେଇପାରିବେ ବୋଲି ସେ କହିଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖରେ କେଉଁ ଟିକା ଅଛି, ଷ୍ଟକ୍‌ କେତେ ଅଛି, କେତେ ରେଟ୍‌ ଅଛି ତାହା ଅନଲାଇନ୍‌ରେ ଜଣାଇବେ। ଏହାଦେଖି ଜଣେ ବ୍ୟକ୍ତି କେଉଁଠିକୁ ଯିବେ, କେଉଁ ଟିକା ନେବେ ନିଜେ ନିଷ୍ପତ୍ତି ନେଇପାରେିବ। ଏସବୁ କୋୱିନ ପୋର୍ଟାଲରେ ପଞ୍ଜୀକୃତ ହୋଇ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ। ସେହିପରି ପ୍ରଥମ ଡୋଜ୍‌ ନେବା ପରେ ଯଦି କେହି ସଂକ୍ରମିତ ହୁଅନ୍ତି ତେବେ ସୁସ୍ଥ ହେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri