ନିଜେ ଧରା ଦେଲା ଚୋର

ଢାକା,୨୨।୧୦: ପୋଲିସର କର୍ତ୍ତବ୍ୟ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା। କୌଣସି ଝମେଲା କିମ୍ବା ଗଣ୍ଡଗୋଳରେ ଫସିଥିବା ବ୍ୟକ୍ତି ପ୍ରଥମେ ପୋଲିସର ସହାୟତା ହିଁ ଲୋଡ଼ିଥାନ୍ତି। ଏ ପ୍ରକାର ବ୍ୟବସ୍ଥାର ଫାଇଦା ଉଠାଇବା ଜଣେ ଚୋରଙ୍କ ପ୍ରତି ମହଙ୍ଗା ପଡ଼ିଛି। ଚୋର ଜଣଙ୍କ ଚତୁରତାକୁ ନେଇ ବାଂଲାଦେଶ ଢାକାସ୍ଥିତ ବାରିସାଲରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ୟାସିନ୍‌ ଖାନ୍‌ ନାମକ ଜଣେ ବ୍ୟକ୍ତି ବୁଧବାର ଭୋରବେଳା ବାରିସାଲ ବଜାରରେ ଥିବା ଗୋଟିଏ ସଉଦା ଦୋକାନ ସଟର ଭାଙ୍ଗି ଚୋରି କରିଥିଲେ। ଦୋକାନରୁ ଦାମୀ ସଉଦା ଆଇଟମ୍‌ ସବୁ ଚୋରି କରୁ କରୁ ସକାଳ ହୋଇଯାଇଥିବା ୪୦ ବର୍ଷୀୟ ୟାସିନ୍‌ ଜାଣିବାକୁ ପାଇଥିଲେ।
ଦୋକାନ ଭିତରୁ ଛପି ବାହାରକୁ ଦେଖିଲାବେଳକୁ ବଜାରରେ ଧୀରେ ଧୀରେ ଭିଡ଼ ଜମିବା ଆରମ୍ଭ ହେଉଥିଲା। ବ୍ୟାଗ୍‌ ଭର୍ତ୍ତି ସାମଗ୍ରୀ ଧରି ଦୋକାନରୁ ବାହାରିବା ମାତ୍ରେ ଲୋକେ ତାଙ୍କୁ ଘେରିଯିବେ ଓ ମାଡ଼ ବର୍ଷଣ କରିବେ ବୋଲି ଆଶଙ୍କା କରି ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ୟାସିନ ତୁରନ୍ତ ପୋଲିସ ହେଲ୍ପଲାଇନ୍‌ ନମ୍ବରକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଲେ। ସୂଚନା ପାଇବା ମାତ୍ରେ ପୋଲିସ ଟିମ୍‌ ଉକ୍ତ ଦୋକାନରେ ପହଞ୍ଚି ୟାସିନ୍‌ଙ୍କୁ ନିଜ କଷ୍ଟଡିକୁ ନେଇଥିବା ସ୍ଥାନୀୟ ଥାନାଧିକାରୀ ଅସଦ ଜମାନ କହିଛନ୍ତି। ତେବେ ନିଜ ଚାକିରିକାଳ ଭିତରେ ଏଭଳି ଅଜବ ଘଟଣା ସମ୍ପର୍କରେ ସେ ଶୁଣି ନଥିବା କିମ୍ବା ଏଭଳି କେବେ ଘଟି ନ ଥିବା ସେ କହିଛନ୍ତି। ଗୋଟିଏ ବଡ଼ ବ୍ୟାଗ୍‌ରେ ବହୁ ଦାମୀ ସାମଗ୍ରୀ ୟାସିନ୍‌ ଭର୍ତ୍ତି କରିଥିବାବେଳେ ତାକୁ ନେବାରେ ଅସମର୍ଥ ହୋଇଥିବା ସଉଦା ଦୋକାନ ମାଲିକ ଝୋଣ୍ଡୁ ମିଆ କହିଛନ୍ତି। ୟାସିନ୍‌ ପୋଲିସ ଆଗରେ ସବୁ ସତ କଥା ମାନିଯିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ବାରିସାଲ ମାର୍କେଟ୍‌ରେ ଥିବା ଆଉ କିଛି ଦୋକାନରୁ ଚୋରି କରିବା ଉଦ୍ଦେଶ୍ୟ ୟାସିନଙ୍କର ଥିଲା ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri