‘ନାଟୁ ନାଟୁ’ ତାଳରେ ଝୁମିଲା ଟେସ୍‌ଲା କାର୍‌

ୱାଶିଂଟନ୍‌: ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ସଙ୍ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସମସ୍ତେ ଏହି ସଙ୍ଗୀତ ପ୍ରେମରେ ପଡିଛନ୍ତି। ବଡ଼ ଅଧିକାରୀଙ୍କଠୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ମଧ୍ୟ ଏହାର ନିଶା ଧରିଛି। ଏବେ ସେଥିରୁ ବାଦ୍‌ ପଡିନି ଟେସ୍‌ଲା କାର୍‌। ନିକଟରେ ନାଟୁ ନାଟୁ ଗୀତରେ ଟେସ୍‌ଲା କାର୍‌ଗୁଡିକ ଲାଇଟ୍‌ ଶୋ’ କରି ଡ୍ୟାନ୍ସ କରୁଥିବା ‘ଆର୍‌ଆର୍‌ଆର୍‌’ ତା’ ଟୁଇଟରରେ ଏକ ଭିଡିଓ ଶେୟାର କରିଛି। ଆମେରିକାର ନ୍ୟୁ ଜର୍ସିର ଏକ ପାର୍କିଂ ଲଟ୍‌ରେ ଶହେରୁ ଊର୍ଦ୍ଧ୍ୱ ଟେସ୍‌ଲା କାର୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ସଜେଇ ହୋଇ ନାଟୁ ନାଟୁ ଗୀତ ତାଳରେ ଲାଇଟ୍‌ ଶୋ’ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଟେସ୍‌ଲା ପ୍ରତିଷ୍ଠାତା ଏଲନ ମସ୍କ ହାର୍ଟର ପ୍ରତିକ୍ରିୟା ରଖିଥିଲେ। ଏହାପରେ ଆର୍‌ଆର୍‌ଆର୍‌ ତା’ ଟୁଇଟର ହ୍ୟାଣ୍ଡେଲରେ ଏଲନ ମସ୍କଙ୍କୁ ଏପରି ଭଲ ପାଇବା ଦେବା ପାଇଁ ଧନ୍ୟବାଦ ଦେଇଛି। ଟେସ୍‌ଲା ସେହି ଟୁଇଟ୍‌କୁ ରିଟୁଇଟ୍‌ କରି ଲେଖିଛି, ଏକାଧିକ କାର୍‌ର ସମ୍ମିିଶ୍ରଣରେ ମଧ୍ୟ ଏପରି ଲାଇଟ୍‌ ଶୋ’ କରି ଆଲୋକ ପର୍ବ ପାଳନ କରାଯାଇପାରେ।

Share