୮ ଲେନ୍‌ ରାସ୍ତା ପାଇଁ ସରିଲା ଟେଣ୍ଡର ପ୍ରକ୍ରିୟା

ଚଣ୍ଡିଖୋଲ,୪ା୨(ଡି.ଏନ.ଏ.): ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ କରି ଓଡ଼ିଶାରେ ଏହା ଚଣ୍ଡିଖୋଲଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୭୭ କି.ମି. ରାସ୍ତା ୮ ଲେନ ବିଶିଷ୍ଟ ହେବ। ଏହି ରାସ୍ତା ନିର୍ମାଣ ପାଇଁ ୨୮୦୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଜଣାପଡ଼ିଛି। ୭୭ କି.ମି. ରାସ୍ତାକୁ ୪ ଭାଗରେ ବିଭକ୍ତ କରାଯାଇ ୪ ନିର୍ମାଣକାରୀ ସଂସ୍ଥାକୁ ଦିଆଯାଇଛି। ଜାନୁୟାରୀ ୩୦ରେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଚଣ୍ଡିଖୋଲଠାରୁ ୧୮ କି.ମି. ରାସ୍ତାକୁ ଗୋଟିଏ ଟେଣ୍ଡର କରାଯାଇ ୭୪୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ୧୮ କି.ମି.ରୁ ୩୯ କି.ମି. ପର୍ଯ୍ୟନ୍ତ ୭୧୭ କୋଟି, ୩୯ କି.ମି.ରୁ ୬୦ କି.ମି. ପର୍ଯ୍ୟନ୍ତ ୬୬୮ କୋଟି, ୬୦ କି.ମି.ରୁ ୭୬.୬୪୬ କି.ମି. ପର୍ଯ୍ୟନ୍ତ ୬୭୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପାରାଦୀପଠାରୁ ଗୁଜରାଟର ହାଜିରା ପର୍ଯ୍ୟନ୍ତ ଲମ୍ବିଥିବା ୧୭୯୫ କି.ମି. ଲମ୍ବ ବିଶିଷ୍ଟ ଏହି ରାଜପଥରେ ଚଣ୍ଡିଖୋଲ-ପାରାଦୀପ ପ୍ରଥମ ୮ ଲେନ ରାସ୍ତା ନିର୍ମାଣ ହେବ।
ଆସନ୍ତା ମାର୍ଚ୍ଚରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପାରାଦୀପ ବନ୍ଦର ଦେଶର ଏକ ବୃହତ ବନ୍ଦର ହୋଇଥିବା ହେତୁ ଏଠାରୁ ବିଦେଶକୁ ଆମଦାନୀ ଓ ରପ୍ତାନି ପାଇଁ ବେଶ୍‌ ଗୁରୁତ୍ୱ ବହନ କରିଥାଏ। ଏହି ରାଜପଥରେ ସାଧାରଣତଃ କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁର ଜିଲାର ବିଭିନ୍ନ ଖଣିରୁ ଖଣିଜ ପଦାର୍ଥ ପାରାଦୀପ ବନ୍ଦର ଦେଇ ବିଦେଶକୁ ରପ୍ତାନି କରାଯାଇଥାଏ। ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ ସମେତ କୋଇଲା ଆଦି ଏହି ରାସ୍ତା ଦେଇ ପରିବହନ କରାଯାଏ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଆକଳନ ଅନୁସାରେ ଏହି ରାଜପଥ ଦେଇ ଦୈନିକ ୧୦ ହଜାର ଭାରିଯାନ ଓ ୨ ହଜାର ପାସେଞ୍ଜର ଗାଡ଼ି ଯାତାୟାତ କରିଥାଏ। ସେଥିପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୪ ଲେନ ବିଶିଷ୍ଟ ଏହି ରାସ୍ତାକୁ ୬ ଲେନ କରାଯିବା ପାଇଁ ସର୍ଭେ ଆରମ୍ଭ ହୋଇଥିବା ବେଳେ ଏହାକୁ ଅଧାରୁ ବନ୍ଦ କରି ପୁନର୍ବାର ୮ ଲେନ ରାସ୍ତା ପାଇଁ ସର୍ଭେ କରାଯାଇଥିଲା।
ପ୍ରଥମେ ୧୯୬୨ରେ ଚଣ୍ଡିଖୋଲ-ପାରାଦୀପ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ୧୯୬୮ରେ ଶେଷ ହୋଇଥିଲା। ସେତେବେଳେ ଏହି ରାସ୍ତାର ନାମ ତ୍ୱରିତ ରାଜପଥ ନାମକରଣ କରାଯାଇଥିଲା। ପରେ ଏହାକୁ ପରିବର୍ତ୍ତନ କରାଯାଇ ଜାତୀୟ ରାଜପଥ ୫ନଂ.(କ) ରଖାଗଲା। ପୁନର୍ବାର ଏହାର ନାମ ପରିବର୍ତ୍ତନ କରାଯାଇ ୫୩ନଂ. ଜାତୀୟ ରାଜପଥ ରଖାଯାଇଛି। ଏହି ରାଜପଥର ୭୭ କି.ମି. ଦୂରତା ମଧ୍ୟରେ ୫ଟି ବଡ଼ ନଦୀ ରହିଛି। ସେଗୁଡ଼ିକ ହେଲା ମହାନଦୀ, ଲୁଣା, ଗୋବରୀ, ବିରୂପା ଓ ଗେଙ୍ଗୁଟି। ଏହି ୫ ନଦୀରେ ବଡ଼ ସେତୁ ନିର୍ମାଣ ହେବାକୁ ଥିବା ବେଳେ ୬୦ରୁ ଊଦ୍ଧର୍‌ବ ଛୋଟ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ କରାଗଲେ ଜାତୀୟ ରାଜପଥ କଡ଼ରେ ରହିଥିବା ବହୁ ଦୋକାନ ଉଚ୍ଛେଦ ହେବ। ଏଥିପାଇଁ ଗତ ଅଗଷ୍ଟ ମାସରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଏନ୍‌ଏଚ୍‌ଏଆଇର ଜେନେରାଲ ମ୍ୟାନେଜର ରାମ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ମାର୍ଚ୍ଚ ପରେ କାର୍ଯ୍ୟ ଆରମ୍ଭ କରାଯିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri