ସୀମା ଭିତରେ ସମ୍ପର୍କ

ସାଙ୍ଗ ହୋଇ ରହିବା ପ୍ରବୃତ୍ତି ମହିଳାଙ୍କ କ୍ଷେତ୍ରରେ ଢେର୍‌ ଅଧିକ। ହେଲେ କାହା ସହ କିଭଳି ବନ୍ଧୁତା କରିବାକୁ ହେବ ସେନେଇ ଜାଣିବା ବି ନିହାତି ଦରକାର। ବିଶେଷକରି ଅଫିସ୍‌ରେ ନିଜ ମାଲିକ କିମ୍ବା ସିନିୟରମାନଙ୍କ ସହ ନିବିଡ଼ତା କେତେଦୂର ଗ୍ରହଣୀୟ ସେନେଇ ଠିକ୍‌ ସମୟରେ ସତର୍କ ହେବା ଜରୁରୀ…

ଅଫିସ୍‌ରେ ସମସ୍ତଙ୍କ ସହ ମିଳିମିଶି କାମ କରିବା ଏକ ଭଲ ଗୁଣ। କିନ୍ତୁ ସହକର୍ମୀଭାବେ ସମସ୍ତଙ୍କ ସହ ମିଶିବା ଓ କଥାବାର୍ତ୍ତା କରିବାରେ ମହିଳାଙ୍କୁ ନିଜ ପାଇଁ ନିଜେ ଲକ୍ଷ୍ମଣଗାର ତିଆରି କରି ରଖିବା ଜରୁରୀ। ଅଫିସ୍‌ରେ ନିଜ ବିଭାଗର ମୁଖ୍ୟ କିମ୍ବା ମାଲିକଙ୍କ ସହ ଭଲ ସମ୍ପର୍କ ରଖିବା ଭୁଲ୍‌ କଥା ନୁହେଁ, କିନ୍ତୁ ଭବିଷ୍ୟତରେ ଏହି ସମ୍ପର୍କକୁ ନେଇ ହୁଏତ ଅସୁବିଧା ହୋଇପାରେ। ଯାହାଫଳରେ ବ୍ୟକ୍ତିଗତ ଜୀବନ କିମ୍ବା କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ସମ୍ପର୍କର ଲକ୍ଷ୍ମଣଗାର ମଧ୍ୟରେ ରହିଲେ କ୍ୟାରିୟରରେ କୌଣସି ପ୍ରକାର ସମସ୍ୟା ଆସି ନ ଥାଏ।
ଠିକ୍‌ ନୁହେଁ ଆବଶ୍ୟକତାରୁ ଅଧିକ: ଅଫିସ୍‌ରେ ସବୁବେଳେ କାମକୁ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ୍‌। ନିଜ ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇ ପାରିଲେ କ୍ୟାରିୟରରେ ସଫଳତା ମିଳିବା ସହିତ ବ୍ୟକ୍ତିଗତ ଜୀବନ ବି ଆନନ୍ଦମୟ ହୋଇଥାଏ। ଅଫିସ କାମକୁ ନେଇ ନିଜ ସହକର୍ମୀ ହୁଅନ୍ତୁ ଅବା ଡିପାର୍ଟମେଣ୍ଟ ମୁଖ୍ୟ ଅବା ମାଲିକ ହୁଅନ୍ତୁ ସମସ୍ତଙ୍କ ସହ ଆବଶ୍ୟକ ଅନୁଯାୟୀ ମିଳାମିଶା ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିଥାଏ। କିନ୍ତୁ କୌଣସି ପ୍ରକାରରେ ବି ଆବଶ୍ୟକତାଠାରୁ ଅଧିକ ମିଳାମିଶା ଆଦୌ ଗ୍ରହଣୀୟ ନୁହେଁ। ହୁଏତ କାହା ସହ ଘନିଷ୍ଠତା ବଢ଼ିପାରେ କିନ୍ତୁ ସେସବୁ ସମ୍ପର୍କ ଅଫିସ ବାହାରେ ରହିବା ଦରକାର। ତେଣୁ ଅଫିସ ଭିତରେ ପୁରୁଷ ସହକର୍ମୀ ହୁଅନ୍ତୁ ଅବା ମହିଳା, ସମସ୍ତଙ୍କ ସହ ଅଫିସ୍‌ କାମ ନେଇ ଯେତିକି ଆବଶ୍ୟକ ସେହି ଅନୁସାରେ ମିଶିବା ଫଳରେ କୌଣସି ସମସ୍ୟା ଆସି ନ ଥାଏ।
ସମସ୍ତଙ୍କର ସ୍ଥାନ ସ୍ବତନ୍ତ୍ର: ଅଫିସ୍‌ରେ ବିଭିନ୍ନ ପଦବୀରେ ଭିନ୍ନ ଭିନ୍ନ ବ୍ୟକ୍ତି କାମ କରନ୍ତି। ତେଣୁ ସେ ଉପରିସ୍ଥ କର୍ମଚାରୀ ହୁଅନ୍ତୁ କି ସହକର୍ମୀ ହୁଅନ୍ତୁ ସମସ୍ତଙ୍କର ସ୍ବତନ୍ତ୍ରତା ରହିଛି। ତେଣୁ କାହାକୁ ଛୋଟ ଦୃଷ୍ଟିରେ ଦେଖିବା ଯେମିତି ଭୁଲ୍‌ ସେମିତି ଉପରିସ୍ଥ ସହକର୍ମୀଙ୍କୁ ଅତ୍ୟଧିକ ଆନୁଗତ୍ୟ ପ୍ରକାଶ କରିବା ବି ଅନୁଚିତ। ଏପରି ହେଲେ ଅଫିସରେ ମହିଳାମାନେ ନିଜ ସ୍ବତନ୍ତ୍ରତା ବି ହରାଇପାରନ୍ତି। ତେଣୁ ଏ ଦୃଷ୍ଟିରୁ ସଚେତନ ରହିବା ଜରୁରୀ।
ସକାରାତ୍ମକ ହେଉ
ରକ୍ଷଣଶୀଳତା: କେତେଜଣ ମହିଳା ନିଜକୁ ଆଧୁନିକ ଦେଖାଇବା ପାଇଁ ଅଫିସରେ ପୁରୁଷ ସହକର୍ମୀଙ୍କ ସହ ଅବାଞ୍ଛିତ ମିଳାମିଶା କରନ୍ତି। ଏନେଇ ପରିବାର ହେଉ କି ବନ୍ଧୁମାନଙ୍କର କୌଣସି ପ୍ରକାରର କଟକଣା ସେମାନଙ୍କୁ ଗାଉଁଲି କିମ୍ବା ରକ୍ଷଣଶୀଳ ମାନସିକତା ବୋଲି ଧାରଣା ହୋଇଥାଏ। କିନ୍ତୁ ସକାରାତ୍ମକ ରକ୍ଷଣଶୀଳତା ସବୁ ସ୍ଥାନରେ ଉତ୍ତମ ଚରିତ୍ରର ଉଦାହରଣ ହୋଇଥାଏ ଏକଥାକୁ ଭୁଲିଯିବା ଠିକ୍‌ ନୁହେଁ।
ସିନିୟର କିମ୍ବା ବସ୍‌ଙ୍କ ସହିତ ଘନିଷ୍ଠତା କରି କ୍ୟାରିୟରରେ ଆଗକୁ ବଢିହେବ ବୋଲି କେତେକଙ୍କର ମଧ୍ୟ ଧାରଣା ରହିଥାଏ। କିନ୍ତୁ ନିଜ ଯୋଗ୍ୟତା ଅନୁସାରେ ହିଁ ସବୁବେଳେ ସଫଳତା ମିଳେ ଏକଥାକୁ ଆଦୌ ଭୁଲିବା କଥା ନୁହେଁ। ଯଦି ବି କେହି ନିଜ ଯୋଗ୍ୟତା ନ ଥାଇ ଅନୁଗ୍ରହରେ କ୍ୟାରିୟରରେ ସଫଳତା ପାଇଥାନ୍ତି ତେବେ ତାହା କ୍ଷଣସ୍ଥାୟୀ ହୋଇଥାଏ। ତେଣୁ ସବୁବେଳେ ନିଜର ଯୋଗ୍ୟତା ବଢାଇବା ପାଇଁ ଚେଷ୍ଟା କରିବା ଜରୁରୀ।

ଏମାନେ କ’ଣ କରନ୍ତି

ଅଫିସ କାମରେ କଥା ହୁଏ: ଅଫିସ୍‌ରେ ମୁଁ ସମସ୍ତଙ୍କ ସହ ମିଶେ କେବଳ ଅଫିସିଆଲ କାମ ପାଇଁ। ଆବଶ୍ୟକ ନ ଥିଲେ ମୁଁ କାହା ସହ ଅଧିକ ସମୟ କଥା ହୁଏନି। ତେଣୁ ସହକର୍ମୀ ହୁଅନ୍ତୁ କି ମୋର ସିନିୟର ଅବା ବସ୍‌ ସମସ୍ତଙ୍କ ସହ ମୁଁ ମାପିଚୁପି କଥାବାର୍ତ୍ତା ହୁଏ। ଅବଶ୍ୟ ସହକର୍ମୀଙ୍କ ମଧ୍ୟରେ ମୋର କେତେଜଣ ବନ୍ଧୁ ବି ଅଛନ୍ତି ଯେଉଁମାନଙ୍କ ସହ ମୁଁ ସବୁ ସମସ୍ୟା ନେଇ ଆଲୋଚନା କରିଥାଏ। ମାତ୍ର ଅଫିସ୍‌ରେ ନୁହେଁ ବରଂ ଘରେ କିମ୍ବା ଅଫିସ ବାହାରେ କୌଣସି ସ୍ଥାନରେ ଏକାଠି ହେଲେ ଆମେ ମନକଥା ଗପୁ।
-ମହାଶ୍ୱେତା ତ୍ରିପାଠୀ, କର୍ମଜୀବୀ, ଭୁବନେଶ୍ୱର
ସତର୍କ ରହିଥାଏ: ଅଫିସରେ ପୁରୁଷ ସହକର୍ମୀଙ୍କ ସହ ବି ମୁଁ ମିଳାମିଶା କରେ, କିନ୍ତୁ ସମ୍ପର୍କର ସୀମା ଡେଇଁଲା ଭଳି କେବେ କୌଣସି କାମ କରିନି। ସେଥିପାଇଁ ଅଫିସରେ ମୋର ସମସ୍ତଙ୍କ ସହ ଭଲ ସମ୍ପର୍କ ରହିଛି। ଅଫିସ କାମରେ ମୁଁ ସମସ୍ତଙ୍କ ସହ ମିଶି କାମ କରେ। କାହା ସହ ଆବଶ୍ୟକତାରୁ ଅଧିକ ମିଳାମିଶା କରିବା ମତେ ଆଦୌ ପସନ୍ଦ ନୁହେଁ। ଅଫିସ ପରିବେଶକୁ ଖରାପ କରିବା ଭଳି କାହା ସହିତ ବି ମିଳାମିଶା କରିବା ଠିକ୍‌ ନୁହେଁ। ସେଥିପାଇଁ ମୁଁ ସବୁବେଳେ ସତର୍କ ରହିଥାଏ।
-ଶିବାନୀ ସେବିକା ସ୍ବାଇଁ, କର୍ମଜୀବୀ, ନଖରା, କଟକ
ସୀମା ଡେଇଁ ନାହିଁ: ଅଫିସ୍‌ରେ ସବୁବେଳେ ମୋ କାମ ଉପରେ ହିଁ ଅଧିକ ଫୋକସ୍‌ କରେ। ସେଥିପାଇଁ ଆବଶ୍ୟକ ସ୍ଥଳେ ସହକର୍ମୀଙ୍କଠାରୁ ଆରମ୍ଭକରି ସିନିୟର ତଥା ମାଲିକଙ୍କ ସହ ବି ଦେଖା ସାକ୍ଷାତକରେ। କିନ୍ତୁ ସବୁବେଳେ ସୀମା ଭିତରେ ରହି କାମ କରୁଥିବାରୁ ମତେ କେହି ଆକ୍ଷେପ କରି କିଛି କହିବାର ସୁଯୋଗ ପାଇ ନ ଥାନ୍ତି। ମୋ ମତରେ ନାରୀମାନେ ଯେତେ ଆଧୁନିକ ହେଲେ ବି ସବୁବେଳେ ନିଜ ଚରିତ୍ର ଓ ଆଚରଣକୁ ନେଇ ସଚେତନ ରହିବା ଜରୁରୀ। -ହିମଶ୍ୱେତା ସୁବୁଦ୍ଧିରାୟ, କର୍ମଜୀବୀ, ଚୌଦ୍ୱାର, କଟକ

 


Enter your email to get our daily news in your inbox.

All Right Reserved By Dharitri.Com

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

ପିଲାମାନଙ୍କ ଖାଦ୍ୟାଭାସରୁ କେମିତି ଜାଣିବେ ମାନସିକତା

ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି ।...

ବାବା ଭେଙ୍ଗାଙ୍କ ସବୁଠୁ ବଡ଼ ଭବିଷ୍ୟବାଣୀ, ବର୍ଷ ଶେଷରେ ମାଲାମାଲ୍‌ ହେବେ ୪ ରାଶି! ଯାହା ଛୁଇଁବେ ହେବ ସୁନା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସର୍ୱଦା ଭାଇରାଲ ହୁଏ। ଏବେ, ସେ ନିକଟରେ କହିଛନ୍ତି ଯେ 2025 ର ଶେଷ ମାସ କିଛି ରାଶି ପାଇଁ ଖୁସିର...

ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ...

ଡିସେମ୍ବର ୭ରୁ ସାବଧାନ ରୁହନ୍ତୁ ଏହି ୫ଟି ରାଶି, ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି, ଆଉ ଅଶାନ୍ତି

ଡିସେମ୍ବର ୭ ତାରିଖ ରାତି ୮:୨୭ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ ୧୬, ୨୦୨୬ ସକାଳ ୪:୩୬ ପର୍ଯ୍ୟନ୍ତ ଧନୁ...

୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri