ମନ୍ଦିର ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ

ବ୍ରହ୍ମପୁର ଅଫିସ,୧୪।୯: କୋଭିଡ ମହାମାରୀ କାରଣରୁ ଗତ ୨ ବର୍ଷ ଧରି ଜିଲା ପ୍ରଶାସନର କଟକଣା ମଧ୍ୟରେ ସହରରେ ପୂଜା ମଣ୍ଡପରେ ଶାରଦୀୟ ଦୂର୍ଗା ପୂଜା ପାଳିତ ହୋଇଥିଲା। ତେବେ ମହାମାରୀ ହ୍ରାସ ପାଇବା ପରେ ଚଳିତ ବର୍ଷ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମହାଆଡମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସହରର ପୁରୁଣା ବସ୍‌ଷ୍ଟାଣ୍ଡ ବାରାକ୍ସ ଦୁର୍ଗା ପୂଜା କମିଟି ୫୯ ତମ ପୂଜା ପାଳନ କରିବାକୁ ଯାଉଛି। ଗତ ୪ ତାରିଖରେ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା। କମିଟି ପକ୍ଷରୁ ପ୍ରଥମେ ୧୯୬୩ରେ ପୂଜା ଆରମ୍ଭ କରାଯାଇଥିଲା। ସେ ସମୟରେ ଅରକ୍ଷୀ ପାତ୍ର ଓ ଅର୍ଜୁନ ମହାରଣାଙ୍କ ସମେତ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କ୍ରମେ ପୂଜା ଆରମ୍ଭ ହୋଇଥିଲା। କମିଟି ପକ୍ଷରୁ ପ୍ରଥମେ ମୂର୍ତ୍ତି ପୂଜା ହୋଇଥିଲା। ନବରାତ୍ରିରୁ ପୂଜା ଆରମ୍ଭ ହୋଇଥାଏ। ଚଳିତ ଥର କମିଟି ପକ୍ଷରୁ ଏକ ମନ୍ଦିର ତୋରଣ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି କମିଟି ଆବାହକ ଶିବରାମ ସାହୁ କହିଛନ୍ତି। ଏହି ତୋରଣର ଉଚ୍ଚତା ୬୦ ଫୁଟ ରହିବ। କଲିକତା କାରିଗରଙ୍କ ଦ୍ୱାରା ୭ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରାଯିବ। ଆସନ୍ତା ୨୬ ତାରିଖ ନବରାତ୍ରିଠାରୁ ପୂଜା ଆରମ୍ଭ ହେବ ବୋଲି କୁହାଯାଇଛି। ଗତ ୨ବର୍ଷ ଧରି କୋଭିଡ୍‌ ମହାମାରୀ ସମୟରେ ମଧ୍ୟ ଜିଲା ପ୍ରଶାସନର ନିୟମକୁ ଅନୁକରଣ କରି ପୂଜା ଅନୁଷ୍ଠିତ ହୋଇଥିଲା। ପୂଜାରେ ପୁରୁଣା ବସ୍‌ଷ୍ଟାଣ୍ଡ ଟ୍ୟାକ୍ସି ସଂଘ ପରିଚାଳନା କରୁଛନ୍ତି।
ଏକ ମହାତ୍ମ୍ୟ ରହିଛି। ଆବାହକଙ୍କ କହିବା ମୁତାବକ, ୧୯୯୯ ମହାବାତ୍ୟା ସମୟରେ ତୋରଣ ସହ ମୂର୍ତ୍ତି ଭାଙ୍ଗି ରୁଜି ଯାଇଥିବା ବେଳେ ଅଖଣ୍ଡ ଦୀପ ଲିଭି ନ ଥିଲା। ମା’ଙ୍କ କରୁଣାରୁ ଏଭଳି ଅଲୌକିକ ଘଟଣା ଘଟିଥିଲା। ଚଳିତ ଥର ପୂଜା କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ସମ୍ପାଦକ ବାବୁଲା ପାତ୍ରଙ୍କ ସମେତ ହେମନ୍ତ ପଣ୍ଡା ଓ କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri