ମନ୍ଦିର ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ

ବ୍ରହ୍ମପୁର ଅଫିସ,୧୪।୯: କୋଭିଡ ମହାମାରୀ କାରଣରୁ ଗତ ୨ ବର୍ଷ ଧରି ଜିଲା ପ୍ରଶାସନର କଟକଣା ମଧ୍ୟରେ ସହରରେ ପୂଜା ମଣ୍ଡପରେ ଶାରଦୀୟ ଦୂର୍ଗା ପୂଜା ପାଳିତ ହୋଇଥିଲା। ତେବେ ମହାମାରୀ ହ୍ରାସ ପାଇବା ପରେ ଚଳିତ ବର୍ଷ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମହାଆଡମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସହରର ପୁରୁଣା ବସ୍‌ଷ୍ଟାଣ୍ଡ ବାରାକ୍ସ ଦୁର୍ଗା ପୂଜା କମିଟି ୫୯ ତମ ପୂଜା ପାଳନ କରିବାକୁ ଯାଉଛି। ଗତ ୪ ତାରିଖରେ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା। କମିଟି ପକ୍ଷରୁ ପ୍ରଥମେ ୧୯୬୩ରେ ପୂଜା ଆରମ୍ଭ କରାଯାଇଥିଲା। ସେ ସମୟରେ ଅରକ୍ଷୀ ପାତ୍ର ଓ ଅର୍ଜୁନ ମହାରଣାଙ୍କ ସମେତ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କ୍ରମେ ପୂଜା ଆରମ୍ଭ ହୋଇଥିଲା। କମିଟି ପକ୍ଷରୁ ପ୍ରଥମେ ମୂର୍ତ୍ତି ପୂଜା ହୋଇଥିଲା। ନବରାତ୍ରିରୁ ପୂଜା ଆରମ୍ଭ ହୋଇଥାଏ। ଚଳିତ ଥର କମିଟି ପକ୍ଷରୁ ଏକ ମନ୍ଦିର ତୋରଣ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି କମିଟି ଆବାହକ ଶିବରାମ ସାହୁ କହିଛନ୍ତି। ଏହି ତୋରଣର ଉଚ୍ଚତା ୬୦ ଫୁଟ ରହିବ। କଲିକତା କାରିଗରଙ୍କ ଦ୍ୱାରା ୭ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରାଯିବ। ଆସନ୍ତା ୨୬ ତାରିଖ ନବରାତ୍ରିଠାରୁ ପୂଜା ଆରମ୍ଭ ହେବ ବୋଲି କୁହାଯାଇଛି। ଗତ ୨ବର୍ଷ ଧରି କୋଭିଡ୍‌ ମହାମାରୀ ସମୟରେ ମଧ୍ୟ ଜିଲା ପ୍ରଶାସନର ନିୟମକୁ ଅନୁକରଣ କରି ପୂଜା ଅନୁଷ୍ଠିତ ହୋଇଥିଲା। ପୂଜାରେ ପୁରୁଣା ବସ୍‌ଷ୍ଟାଣ୍ଡ ଟ୍ୟାକ୍ସି ସଂଘ ପରିଚାଳନା କରୁଛନ୍ତି।
ଏକ ମହାତ୍ମ୍ୟ ରହିଛି। ଆବାହକଙ୍କ କହିବା ମୁତାବକ, ୧୯୯୯ ମହାବାତ୍ୟା ସମୟରେ ତୋରଣ ସହ ମୂର୍ତ୍ତି ଭାଙ୍ଗି ରୁଜି ଯାଇଥିବା ବେଳେ ଅଖଣ୍ଡ ଦୀପ ଲିଭି ନ ଥିଲା। ମା’ଙ୍କ କରୁଣାରୁ ଏଭଳି ଅଲୌକିକ ଘଟଣା ଘଟିଥିଲା। ଚଳିତ ଥର ପୂଜା କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ସମ୍ପାଦକ ବାବୁଲା ପାତ୍ରଙ୍କ ସମେତ ହେମନ୍ତ ପଣ୍ଡା ଓ କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri