Posted inଫୁରସତ

ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଗଙ୍ଗବଂଶୀ ଷୋଳଗଡ଼

ଓଡ଼ିଶାର ପବିତ୍ରମୟ ତୀର୍ଥଭୂଇଁ ଥିଲା କୋଣାଦିତ୍ୟ। ଏଠାରେ ବହୁ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ମନ୍ଦିର ବି ହୋଇଥିଲା। ଲାଙ୍ଗୁଳା ନରସିଂହ ଦେବ ପବିତ୍ର ତୀର୍ଥକୁ ଚଳଚଞ୍ଚଳ କରିବା ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ଲାଗି ପଦକ୍ଷେପ ଆରମ୍ଭ କରିଥିଲେ। ଗଜପତି ଶୁଭ ମୁହୂର୍ତ୍ତରେ ସୂତ୍ରଧର ଶିବେଇ ସାନ୍ତରା (ସଦାଶିବ ସାମନ୍ତରାୟ ମହାପାତ୍ର)ଙ୍କୁ ମୁଖ୍ୟ ସ୍ଥପତି ଭାବରେ ନିଜେ ଲଙ୍କାପଡ଼ା ଶିବିରରେ ନିଯୁକ୍ତି ଦେବାପରେ ସୂତ୍ରଧର ସାତଜଣଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ଦାୟିତ୍ୱ ଅର୍ପଣ କରିଥିଲେ।

୧. କାର୍ଯ୍ୟକାରୀ ସ୍ଥପତି ବା କର୍ମକାର ଭାବରେ ଗଦାଧର ମହାରଣା, ୨. ଜଣେ ପରିଚ୍ଛା ବା ନିରୀକ୍ଷକ, ୩. ମୂର୍ତ୍ତିକାର ମହାରଣା ବିଦ୍ୟାଧର ମହାପାତ୍ର, ୪. ପଥର ସୁଅଁାସିଆ (ପଥର ସ୍ଥପତି ବା ପଥୁରିଆ) ଭାବରେ ଅଇଁଠା ମହାରଣାଙ୍କୁ ମୁଖ୍ୟ ଭାବରେ ପଗଡ଼ି ବାନ୍ଧି ସ୍ବୀକୃତି ଦେବା ପରେ, ୫. ଲେପ କାର୍ଯ୍ୟ (ଚୁନରା) ଲାଗି ବିନ୍ଦୁ ମହାରଣା, ୬. ଫାଶୀକାଠ ନିର୍ମାଣ ପାଇଁ ରାଜୀବ ମହାରଣା ଓ ୭. କମାର କଣ୍ଟା ସକାଶେ ପୁରିଆ ମହାପାତ୍ରଙ୍କୁ ସ୍ବୀକୃତି ଦେଇଥିଲେ। ଏମାନେ କେହି ବି ବାହାରିଆ ଶିଳ୍ପୀ ନ ଥିଲେ।

ଗଜପତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଶିବେଇ ସାମନ୍ତରା ସମାପ୍ତ କରିବା ପରେ ନିଜେ ଗଜପତି ରୂପାସ-ଗଡ଼ର ଦଳବେହେରାଙ୍କୁ ଶିବିର ପରିଚାଳନା ଦାୟିତ୍ୱ ଦେଇଥିଲେ। ତତ୍‌ସହିତ ଆର୍ଥିକ ଦିଗ ତଥା ହିସାବ କାର୍ଯ୍ୟ ପାଇଁ କିଲ୍ଲା ବଇଆଳିଶିବାଟୀର ହରିଚନ୍ଦନ ଭ୍ରମରବରଙ୍କୁ ଦାୟିତ୍ୱ ଦେଇଥିଲେ। ସ୍ମରଣଯୋଗ୍ୟ ଯେ, ରୂପାସ-ଗଡ଼ ସେତେବେଳେ ‘ବିଶେ’ର ମାନ୍ୟତା ପାଇଥିଲା। ‘ବିଶେ’ କହିଲେ ଶାସନ ଦୃଷ୍ଟିରୁ ବର୍ତ୍ତମାନର ‘ଜିଲା’ ବୋଲି ଆମେ ବୁଝିବା। କାରଣ ବାଙ୍ଗୁରିଗଁାର ଜଗନ୍ନାଥ ସାହୁ ଓ କରୁଣାକର ସାହୁଙ୍କଠାରୁ ମିଳିଥିବା ‘ସୂର୍ଯ୍ୟମନ୍ଦିରର ସ୍ଥାପତ୍ୟ କଳା’ ପୋଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି- ‘ରୂପାସ-ଗଡ଼ ଜିଲାର ପଦ୍ମତୋଳା କ୍ଷେତ୍ରରେ ମନ୍ଦିର ନିର୍ମାଣ ହେଲା।“ ଏହି ପୋଥିଟି ଓଡ଼ିଆ କରଣୀଅକ୍ଷରରେ ଲେଖାଯାଇଛି। ମିଳିଥିଲା ଭୋଇବଂଶର ଗଜପତି ପୁରୁଷୋତ୍ତମଦେବଙ୍କ ସମୟରେ। ଏଥିରେ ଶ୍ରୀପଦ୍ମକେଶର ମନ୍ଦିରର ସମ୍ପୂର୍ଣ୍ଣ ନକ୍‌ସା ସ୍ଥାନ ପାଇଛି। ଭିତର କାନ୍ଥରୁ ଭିତର କାନ୍ଥ, ବାହାରପଟ ଅଞ୍ଚଳ ଓ ରଥ ଦେଉଳର ମାପ ସ୍ପଷ୍ଟ ଭାବରେ ହିସାବ ହୋଇଛି।

ପୂର୍ବରୁ କିଲ୍ଲା ବଇଆଳିଶିବାଟୀର ସୂଚନା ଏବଂ ସେଠାରେ ଥିବା ଶ୍ରୀଗଙ୍ଗେଶ୍ୱରୀ ମନ୍ଦିର ତଥା ପଥରବୁହା ନଦୀର ସୂଚନା ଆମେ ଦେଇଥିଲୁ। କୋଣାର୍କ ଅଞ୍ଚଳରେ ୧୬ଟି ଗଡ଼ ପ୍ରଥମେ ଗଙ୍ଗବଂଶ ଶାସନ ସମୟରେ ପ୍ରତିଷ୍ଠା ହୋଇଥିବାରୁ ଏହି ଗଡ଼ଗୁଡ଼ିକୁ ଆଜି ବି ‘ଗଙ୍ଗବଂଶୀ’ ଗଡ଼ କୁହାଯାଉଛି। ଷୋହଳଗଡ଼ ମଧ୍ୟରେ ରୂପାସ-ଗଡ଼ ଅନଙ୍ଗ ଭୀମଦେବଙ୍କ ଶାସନ କାଳରେ ପ୍ରତିଷ୍ଠା ହୋଇଥିଲା। ତତ୍କାଳୀନ ସମୟରେ ବିଶେ (ଜିଲା)ର ମାନ୍ୟତା ପାଇଥିବା ଏହି ଗଡ଼ର ପରିସର ଭିତରେ ରହିଥିଲା ପଦ୍ମତୋଳା କ୍ଷେତ୍ର। ବର୍ତ୍ତମାନ ଗଡ଼ର ମୁଖିଆଙ୍କ ଘରକୁ ଗଡ଼ନାୟକଙ୍କ ଖୁଆଡ଼ ବୋଲି ଚିହ୍ନିତ କରାଯାଉଛି। ପୋଥିରେ ‘ଦଳବେହେରା’ ଶବ୍ଦ ଅଛି। ଏହି ଗଡ଼ର ଦଳବେହେରା ମହାରଣାମାନେ ରହୁଥିବା ଶିବିରର ପରିଚାଳନା ଦାୟିତ୍ୱରେ ରହିଥିଲେ। ଗଡ଼ର ନାମକରଣକୁ ନେଇ ଏକାଧିକ ଐତିହ୍ୟ ଅଛି। ଗଡ଼ର ଉପାସକ ଥିଲେ ଦେବୀ କନକଦୁର୍ଗା। ପୂର୍ବଦିଗରେ ଦେବୀ ତାରାଙ୍କ ନିକଟରେ ଶତାଧିକ ମହାରଣା ପ୍ରସ୍ତାବିତ ଶିବିରରେ ରହୁଥିଲେ। ସଭିଏଁ ଶିବିରରୁ ପଦ୍ମତୋଳା କ୍ଷେତ୍ରକୁ ବାହାରିଲେ ଦେବୀ କନକଦୁର୍ଗା ଓ ଭୈରବୀଙ୍କ ଶରଣାଗତ ହୋଇ ବଡ଼େଇଗୋହିରୀ ଦେଇ ଯାଉଥିଲେ। ଗଡ଼ର ଖଣ୍ଡାଘରେ ଦଳବେହେରା, ପାତ୍ର ଓ ପାଇକମାନଙ୍କର ଖଣ୍ଡା ଓ ଅନ୍ୟାନ୍ୟ ଯୁଦ୍ଧଅସ୍ତ୍ର ରହୁଥିଲା। ଇଂରେଜଙ୍କ ସହିତ ୧୮୦୪ ମସିହାରେ ହୋଇଥିବା ଯୁଦ୍ଧରେ ଗଡ଼ର ବୀରମାନେ ଯୋଗ ଦେଇଥିଲେ। ଜୟୀରାଜଗୁରୁ ପାଇକମେଳି କଲାବେଳେ ଏହି ଗଡ଼କୁ ଆସି ଦଳବେହେରାଙ୍କୁ ଭେଟିଥିଲେ। ଲୋକଗୀତ, ଲୋକ କଥାରେ ଜୟୀ ରାଜଗୁରୁଙ୍କୁ ନେଇ ଅନେକ ଐତିହ୍ୟ ଗଡ଼ରେ ଆଜି ବି ବଞ୍ଚିଛି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri